ଦେଶ ବିଦେଶ

କମ୍ପାନୀ ଶୁଣିଲାନି ; କାର୍‌କୁ ଶୋ’ ରୁମ ଯାଏ ଟାଣିନେଲା ବଳଦ

ମୋଗା : ଗାଡ଼ିରେ ପଶୁଙ୍କୁ ବୋହି ନିଆଯାଉଥିବାର ଦୃଶ୍ୟ ସମସ୍ତେ ଦେଖିଛନ୍ତି। ହେଲେ ପଞ୍ଜାବ ମୋଗା​‌େ​‌ର ବିପରୀତ ଘଟଣା ଘଟିଛି। ଏକ ନୂଆ କାରକୁ ବଳଦ ଟାଣି ନେଉଥିବା ଦେଖାଯାଉଛି। ଖାଲି ସେତିକି ନୁହେଁ, ୩୧ ଲକ୍ଷ ଟଙ୍କାର ଏହି କାରର ଛାତ ଉପରେ ଘାସ ଥୁଆ ହୋଇଛି। ଏହାକୁ ବଳଦ ଟାଣି ଟାଣି ଆଇଜିଏମ ଟୋୟୋଟା ଶୋ’ରୁମରେ ପହଞ୍ଚାଇଛି। ରାସ୍ତାରେ ଯିଏ ଯାଉଛି ସେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଉଛି। କିଛି ସମୟ ଅଟକି ପୁଣି ଆଗକୁ ବଢୁଛି। ଏହି ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଖୁବ ଭାଇରାଲ ହେବାରେ ଲାଗିଛି। ସୂଚନା ଅନୁଯାୟୀ, ୫ ମାସ ତଳେ ଦବିନ୍ଦରପାଲ ସିଂହ ଏହି କାର୍ କିଣିଥିଲେ। ୫ ମାସ ବିତି ଯାଇଥିଲେ ବି ତାଙ୍କୁ ଏ ପର୍ଯ୍ୟନ୍ତ ଆରସି ବୁକ ମିଳି ନାହିଁଁ। ଅନେକ ଥର କମ୍ପାନୀ ଓ ଏଜେନ୍ସିକୁ ଯୋଗାଯୋଗ କରିଥିଲେ ବି କିଛି ଲାଭ ମିଳିଲାନି।
ଦବିନ୍ଦରପାଲ ଅଭିଯୋଗ କରିବାରୁ ଏଜେନ୍ସି ଆଉ ୫୦ ହଜାର ଟଙ୍କା ନେଇ ଯାଇଥିଲା। ଏଥିପାଇଁ ମୂଲ୍ୟ ବଢ଼ି ଯାଇଥିବା ଓ ପଞ୍ଜୀକରଣ ଦେୟ ଅଧିକ ହୋଇ ଯାଇଥିବା କୁହାଯାଇଥିଲା। ଏହା ସତ୍ତ୍ବେ ବି କାମ ନ ହେବାରୁ ସେ କମ୍ପାନୀକୁ ଫୋନ କରିଥିଲେ। ସେ ସମସ୍ୟାର ସମାଧାନ କରିବେ କଣ ଅପମାନିତ କଲା ଭଳି କଥାବାର୍ତ୍ତା କରିଥିଲେ। ଯଦି ଶୀଘ୍ର ଚାହୁଁଛ ତେବେ କାରରେ ଘାସ ବୋହିବା ଆରମ୍ଭ କର ବୋଲି କହିଥିଲେ। ଶେଷରେ ସେ ବିରୋଧ ପ୍ରଦର୍ଶନ ପାଇଁ ଏଭଳି ପନ୍ଥା ଆପଣାଇଲେ। ଶନିବାର ରଶି ଲଗାଇ ବଳଦ ସହାୟତାରେ ସହରକୁ କାର ଟାଣି ଟାଣି ନେଇଥିଲେ।

 

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button