ଜାତୀୟ

Mahakali Teaser: ‘ମହାକାଳୀ’ରେ ଅକ୍ଷୟଙ୍କ ଭୟଙ୍କର ଲୁକ୍, ଟିଜରରେ ଛାପ ଛାଡ଼ିଲେ ଶ୍ରୀୟା ରେଡ୍ଡୀ

ନୂଆଦିଲ୍ଲୀ, ୨୪/୦୮: ‘ଧୁରନ୍ଧର’ରେ ନିଜର ଦମଦାର ଅଭିନୟରେ ଦର୍ଶକଙ୍କ ମନ ଜିତିଥିବା ଅଭିନେତା ଅକ୍ଷୟ ଖାନ୍ନା ଏବେ ପୁଣି ଚର୍ଚ୍ଚାରେ। ସନି ଦେଓଲଙ୍କ ସହ ‘ଇକ୍କା’ରେ ନଜର ଆସିବା ପରେ ଅକ୍ଷୟ ଖାନ୍ନା ଏବେ ଆଉ ଏକ ଚ୍ୟାଲେଞ୍ଜିଂ ଚରିତ୍ର ନେଇ ବଡ଼ ପରଦାକୁ ଫେରୁଛନ୍ତି। ନିର୍ଦ୍ଦେଶକ ପ୍ରଶାନ୍ତ ନୀଲଙ୍କ ଆଗାମୀ ପୌରାଣିକ ଫିଲ୍ମ ‘ମହାକାଳୀ’ରେ ସେ ଶୁକ୍ରାଚାର୍ଯ୍ୟଙ୍କ ଭୂମିକାରେ ଦେଖାଦେବେ। ଫିଲ୍ମର ଫାର୍ଷ୍ଟ ଲୁକ୍ ଟିଜର ରିଲିଜ୍ ହେବା ପରେ ଅକ୍ଷୟଙ୍କ ଲୁକ୍ ଓ ଅଭିନୟକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଶୁକ୍ରାଚାର୍ଯ୍ୟ ଭୂମିକାରେ ଅକ୍ଷୟ

ପୌରାଣିକ କଥା ଅନୁଯାୟୀ, ଶୁକ୍ରାଚାର୍ଯ୍ୟ ମହର୍ଷି ଭୃଗୁଙ୍କ ପୁତ୍ର ଏବଂ ଅସୁରମାନଙ୍କ ଗୁରୁ ଭାବେ ପରିଚିତ। ଦେବତାଙ୍କ ବିରୋଧରେ ଅସୁରମାନଙ୍କ ପକ୍ଷରୁ ତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଭଳି ଏକ ଜଟିଳ ଓ ଶକ୍ତିଶାଳୀ ଚରିତ୍ରକୁ ପରଦାରେ ଜୀବନ୍ତ କରିବାକୁ ଯାଉଛନ୍ତି ଅକ୍ଷୟ ଖାନ୍ନା। ‘ମହାକାଳୀ’ର ଟିଜରରେ ଅକ୍ଷୟଙ୍କ ଚରିତ୍ରକୁ ଅତ୍ୟନ୍ତ ରହସ୍ୟମୟ ଓ ପ୍ରଭାବଶାଳୀ ଭାବେ ପ୍ରସ୍ତୁତ କରାଯାଇଛି। ତାଙ୍କ ଲୁକ୍, ମୁହଁର ଭାବଭଙ୍ଗୀ ଏବଂ ଡାଏଲଗ୍ ଡେଲିଭରି ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରିଛି।

ଟିଜରରେ ଦେଖିବାକୁ ମିଳିଲା ଶକ୍ତିଶାଳୀ ଦୃଶ୍ୟ

ଟିଜର ଆରମ୍ଭରେ ଦେବୀ କାଳୀଙ୍କ ଏକ ମୂର୍ତ୍ତି ଦେଖାଯାଏ। ଜଣେ ମହିଳା ନିଜ ଶିଶୁକୁ ମା’ଙ୍କ ପାଦତଳେ ରଖୁଥିବା ଦୃଶ୍ୟ ମଧ୍ୟ ନଜରକୁ ଆସେ। ଏହା ପରେ ଘନ ଜଙ୍ଗଲ ମଧ୍ୟରୁ ଏକ ତୀବ୍ର ଆଲୋକ ଦେଖାଯାଏ ଏବଂ ସେହି ଆଲୋକ ମଧ୍ୟରୁ ଶୁକ୍ରାଚାର୍ଯ୍ୟଙ୍କ ରୂପରେ ଅକ୍ଷୟ ଖାନ୍ନାଙ୍କ ଚରିତ୍ର ସାମ୍ନାକୁ ଆସେ। ଟିଜରର ପୃଷ୍ଠଭୂମିରେ ଶୁକ୍ରାଚାର୍ଯ୍ୟଙ୍କ ସ୍ୱରରେ ଦେବତା ଓ ଅସୁରଙ୍କ ମଧ୍ୟରେ ହୋଇଥିବା ଅନ୍ୟାୟର ପ୍ରଶ୍ନ ଉଠାଯାଇଛି। ସମୁଦ୍ର ମନ୍ଥନ ପରେ ଦେବତାମାନେ ଅମୃତ ପାଇଥିବା ବେଳେ ଅସୁରମାନଙ୍କୁ ବଞ୍ଚିତ କରାଯିବା, ଇନ୍ଦ୍ରଙ୍କ ସିଂହାସନ ଉପରେ ଅସୁରମାନଙ୍କ ଅଧିକାର ଛଡ଼ାଇ ନିଆଯିବା ଏବଂ ଅସୁରମାନଙ୍କୁ ପାତାଳକୁ ନିର୍ବାସିତ କରାଯିବା ଭଳି ପ୍ରସଙ୍ଗକୁ ନେଇ ଶୁକ୍ରାଚାର୍ଯ୍ୟ ପ୍ରଶ୍ନ କରୁଥିବା ଦେଖାଯାଏ। ଏହା ସହ ଅସୁର ବଂଶର ମୁକ୍ତି ପାଇଁ ତାଙ୍କର ଦୃଢ଼ ସଂକଳ୍ପ ମଧ୍ୟ ସ୍ପଷ୍ଟ ହୋଇଛି।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button