ରାଜ୍ୟ

Rain in Odisha: ବର୍ଷା କମିଲା, ଦୁର୍ଦ୍ଦଶା ବଢ଼ିଲା

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ରବିବାର ପ୍ରବଳ ବର୍ଷା ହୋଇଥିଲା। ଝରିଗାଁ ବ୍ଲକ ପ୍ରଶାସନ ପକ୍ଷରୁ ୧୧୨ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ତେବେ ବ୍ଳକର ବିଭିନ୍ନ ସ୍ଥାନରେ ରାସ୍ତା ଧୋଇ ଯାଇଥିବା ବେଳେ ଝରିଗାଁ-ଡ଼ାବୁଗାଁ ରାସ୍ତାରେ ଥିବା...

ଝରିଗାଁ (ରମେଶ ପଟ୍ଟନାୟକ): ନବରଙ୍ଗପୁରଜିଲ୍ଲା ଝରିଗାଁ ବ୍ଲକରେ ରବିବାର ପ୍ରବଳ ବର୍ଷା ହୋଇଥିଲା। ଝରିଗାଁ ବ୍ଲକ ପ୍ରଶାସନ ପକ୍ଷରୁ ୧୧୨ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ତେବେ ବ୍ଳକର ବିଭିନ୍ନ ସ୍ଥାନରେ ରାସ୍ତା ଧୋଇ ଯାଇଥିବା ବେଳେ ଝରିଗାଁ-ଡ଼ାବୁଗାଁ ରାସ୍ତାରେ ଥିବା ନିର୍ମାଣ ଧିନ ରାମସା ପୋଲର ଆପ୍ରୋଚ ରାସ୍ତା ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି। ଫଳରେ ଝରିଗାଁ ଠାରୁ ଡ଼ାବୁଗାଁ ଯାତାୟତରେ ସମସ୍ୟା ହେଉଥିବା ବେଳେ ପୋଲ ତଳେ ଲୋକମାନେ ବିପଦ ଶଙ୍କୁଳ ଅବସ୍ଥାରେ ଚାଲିଚାଲି ଯାଉଥିବା ଦେଖବାକୁ ମିଳିଛି।

ସେହିପରି ପାର୍ଲିଆଗୁଡ଼ା ଗ୍ରାମକୁ ସଂଯୋଗ ହୋଉଥିବା ଏକ ମାତ୍ର ରାସ୍ତାରେ ଥିବା କଲଭେଟ ଦବି ଯିବା ସହ ରାସ୍ତା ଧୋଇ ଯାଇଛି। ଅନ୍ୟଏକ ରାସ୍ତା ଗବାଗୁଡା ଦେଇ ଗଲେ କାଦୁଅ ରାସ୍ତା ଯୋଗୁଁ ପାର୍ଲିଆଗୁଡ଼ା ଗ୍ରାମକୁ ଯାତାୟତ ସମସ୍ୟା ଦେଖାଦେଇଛି। କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ ପ୍ରାୟ ୨୦ ଫୁଟ ରାସ୍ତା ଧୋଇ ଯାଇଛି।

କାର୍ଲ୍ଲାମାଲ  କେବିଡ଼ି ବରପାଣି ଗ୍ରାମ ଯିବା ରାସ୍ତାରେ ଥିବା ନାଳ ଗୁଡିକ ନିକଟରେ ମଧ୍ୟ ପ୍ରାୟ ୧୦ ଫୁଟର ରାସ୍ତା ବର୍ଷା ପାଣିରେ ଧୋଇ ହୋଇଯାଇଛି।ଫଳରେ ମଝିରେ ଥିବା ରେଖାମାଲ ଗ୍ରାମ ସହ ଢେଫଗୁଡ଼ା, କୁର୍ଲୁଭଟ୍ଟା, ଧୁମାମ, କେବିଡ଼ି, ଗଇଁଚଚରା, କରାଡଙ୍ଗରି, ବରପାଣି, କାଳିଆପାଣି ଗ୍ରାମର ଲୋକ ମାନଙ୍କ ପାଇଁ ଯାତାୟାତରେ ସମସ୍ୟା ଦେଖାଦେଇଛି।ଆଜି ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧୁସୂଦନ ମାଝୀ, AE ବିନୀତ କୁମାର ମିଶ୍ର, କନିଷ୍ଟ ଯନ୍ତ୍ରୀ କ୍ରାନ୍ତି ପଟ୍ଟନାୟକ ପ୍ରମୁଖ ବିଭିନ୍ନ ରାସ୍ତା ଅନୁଧ୍ୟାନ କରି ଫେରିବା ସହ ତୁରନ୍ତ ରାସ୍ତା ତିଆରି ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।

ସେହିପରି ବର୍ଷା ଯୋଗୁଁ ଧାନ ଜମିରେ ଧାନ ଗଛ ଧୋଇ ହୋଇ ଯାଇଥିବା ବେଳେ ଆଉ କିଛି ମକା ଜମିରେ ଗଛ ଗୁଡିକ ପବନ ବର୍ଷାରେ ଶୋଇ ପଡିଥିବା ଦେଖିବାକୁ ମିଳିଛି।ଝରିଗାଁ ବ୍ଲକରେ ବର୍ଷା ଯୋଗୁଁ ଆଜି ଦ୍ଵପ୍ରହର ସୁଦ୍ଧା ୪୬ଟି ଘର ଭାଙ୍ଗି ଥିବା ବେଳେ ୨୫ ହେକ୍ଟର ଜମିରେ ହୋଇଥିବା ଚାଷ ନଷ୍ଟ ହୋଇଥିବା ତହସିଲ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଥିବା ବେଳେ ଆଗକୁ ଏହା ଢ଼େର ବଢିବା ସମ୍ଭାବନା ଦେଖାଦେଇଛି। ତେବେ ସୋମବାର ଦିନ ତମାମ ପାଗ ଠିକ ଥିବା ବେଳେ ଲୋକମାନଙ୍କୁ ଆଶ୍ୱସ୍ତି ମିଳିଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button