ମନୋରଞ୍ଜନ

Mahasweta: ଏହି ସବୁ ଓଡ଼ିଆ ସିନେମାରେ ଆସୁଛନ୍ତି ମହାଶ୍ବେତା

ଓଡ଼ିଆ ସିନେଜଗତର ବରିଷ୍ଠ ଅଭିନେତ୍ରୀ ମହାଶ୍ବେତା ଆଜିକାଲି ଫୁଲ୍ ଦମ୍‌ରେ ଓଲିଉଡରେ ନିଜର ଅଭିନୟ ଯାତ୍ରା ଜାରି ରଖିଛନ୍ତି। ତାଙ୍କୁ ଆଗାମୀ ଦିନରେ ବେଶ୍ କେତୋଟି ସିନେମାରେ ଦେଖିବାକୁ ପାଇବେ ଦର୍ଶକ।

ଭୁବନେଶ୍ବର: ଓଡ଼ିଆ ସିନେଜଗତର ବରିଷ୍ଠ ଅଭିନେତ୍ରୀମହାଶ୍ବେତା ଆଜିକାଲି ଫୁଲ୍ ଦମ୍‌ରେ ଓଲିଉଡରେ ନିଜର ଅଭିନୟ ଯାତ୍ରା ଜାରି ରଖିଛନ୍ତି। ତାଙ୍କୁ  ଆଗାମୀ ଦିନରେ ବେଶ୍ କେତୋଟି ସିନେମାରେ ଦେଖିବାକୁ ପାଇବେ ଦର୍ଶକ। ଏଥିମଧ୍ୟରୁ ଗୋଟିଏ ହେଲା ‘ମନଷ୍ଟର୍’। ଏଥିରେ ପୁଣି ତାଙ୍କୁ ଦର୍ଶକ ବଡ଼ପରଦାରେ ଭେଟିବେ ଏକ ବଳିଷ୍ଠ ଭୂମିକାରେ। ଏହି ସିନେମାରେ ସେ ନାୟକ ଆଦିତ୍ୟଙ୍କ ମାଆ ଭୂମିକାରେ। ସେ ଜଣେ ବିଧବା। କିନ୍ତୁ କାହିଁକି ତାଙ୍କର ଏଭଳି ଦଶା ଓ ପୁଅକୁ କିଭଳି ମାର୍ଗରେ ସେ ନେଉଛନ୍ତି, ତାହା କାହାଣୀର ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ।  ଦେବରାଜ ବିଧାର ଏହାର ପ୍ରଯୋଜକ। ଏହାର ନିର୍ଦ୍ଦେଶକ ହେଲେ ସୁଧାଂଶୁମୋହନ ସାହୁ।
ନିର୍ଦ୍ଦେଶକ ସୁଧାଂଶୁମୋହନ ସାହୁଙ୍କ ସହ ଏହା ଆଗରୁ ମହାଶ୍ବେତା କାମ କରିଛନ୍ତି। ସୁଧାଂଶୁ ‘ରାଜା ଝିଅ ସାଙ୍ଗେ ହେଇଗଲା ଭାବ’ରେ ମହାଶ୍ବେତାଙ୍କୁ ପ୍ରଥମଥର ଲାଗି ନିର୍ଦ୍ଦେଶନା ଦେବାର ସୁଯୋଗ ପାଇଥିଲେ। ଏହାପରେ ‘ତୋର ନା ର ମାନେ ହଁ’, ‘ଆଶ୍ରମ’ ଏବଂ ଟେଲି ସିନେମା ‘ଚୁମ୍‌କି ମାଇଁ ଡାର୍ଲିଙ୍ଗ୍‌’ରେ ମହାଶ୍ବେତାଙ୍କ ସହ କାମ କରିଥିଲେ ସେ।

ଏଣେ ଉଭୟଙ୍କର ଅନ୍ୟ ଦୁଇ ସିନେମା ‘ନାୟିକା’ ଓ ‘ଦଣ୍ଡକାଳୀ’ ବି ରିଲିଜ୍ ଅପେକ୍ଷାରେ ରହିଛି। ଏଥିମଧ୍ୟରୁ  ‘ନାୟିକା’ରେ ତାଙ୍କ ସହ ସୂର୍ଯ୍ୟମୟୀ, ଏଲି, ଶୁଭ୍ରାଂଶୁ, ରତନ ମେହେର ପ୍ରମୁଖ ବି ନଜର ଆସିବେ। ତେଣେ ‘ଦଣ୍ଡକାଳୀ’ରେ ମହାଶ୍ବେତାଙ୍କ ବ୍ୟତୀତ ସିଦ୍ଧାନ୍ତ, ସୂର୍ଯ୍ୟମୟୀ, କେ କେ ଓ ଉଷସୀ ମିଶ୍ର ପ୍ରମୁଖ ଅଭିନୟ କରିଛନ୍ତି। ଉଭୟ ସିନେମାର ନିର୍ଦ୍ଦେଶକ ହେଲେ ସୁଧାଂଶୁମୋହନ ସାହୁ।

‘ମଧୁମାଳତୀ’ରେ ବି ନଜର ଆସିବେ

ତେଣେ ସେ ଏବେ ମୃତ୍ୟୁଞ୍ଜୟ ସାହୁଙ୍କ ନିର୍ଦ୍ଦେଶିତ ‘ମଧୁମାଳତୀ’ରେ ବି ନଜର ଆସିବେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବଲିଉଡ ଅଭିନେତା ସଂଜୟ ମିଶ୍ରା, ସନୋଜ, ଭୂମିକା, ଆକାଶ ଓ ପ୍ରଜ୍ଞା ପ୍ରମୁଖ ଅଭିନୟ କରୁଛନ୍ତି। ଏହାର କାହାଣୀ ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି ପ୍ରିୟବ୍ରତ ପଣ୍ଡା।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button