ଦେଶ ବିଦେଶ

Hospital Fire: ପାକିସ୍ତାନର ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ: ନିଆଁ ଗିଳିଦେଲା ୧୫ ନବଜାତ ଶିଶୁ

ପାକିସ୍ତାନର ରାଜଧାନୀ ଇସଲାମାବାଦସ୍ଥିତ ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍‌ (ପିଆଇଏମଏସ୍‌)ରେ ବୁଧବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ନିଆଁ ଲାଗିବାରୁ ୧୫ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ମିଳିଛି।

ଇସଲାମାବାଦ:ପାକିସ୍ତାନର ରାଜଧାନୀ ଇସଲାମାବାଦସ୍ଥିତ ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍‌ (ପିଆଇଏମଏସ୍‌)ରେ ବୁଧବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ନିଆଁ ଲାଗିବାରୁ ୧୫ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି।

ଜଣେ ଶିଶୁ ଉଦ୍ଧାର

ଘଟଣା ସମୟରେ ୱାର୍ଡରେ ୧୬ ଜଣ ଶିଶୁ ଥିବା ବେଳେ ଡାକ୍ତରମାନେ ଜଣେ ଶିଶୁଙ୍କୁ ଉଦ୍ଧାର କରିପାରିଥିଲେ। ରିପୋର୍ଟ ଅନୁଯାୟୀ, ପିଆଇଏମ୍ଏସ୍ ଅଧିକାରୀମାନେ କହିଛନ୍ତି ଯେ ଅଗ୍ନିକାଣ୍ଡ ସମୟରେ ନର୍ସରୀ ୱାର୍ଡରେ ୧୬ ଜଣ ନବଜାତ ଶିଶୁ ଥିଲେ। କେବଳ ଜଣେ ଶିଶୁକୁ କାଚ ଝରକା ଭାଙ୍ଗି ତୃତୀୟ ମହଲାରୁ ଉଦ୍ଧାର କରାଯାଇପାରିଛି। ଉଦ୍ଧାରକାରୀ ଅଧିକାରୀମାନେ କହିଛନ୍ତି ଯେ, ୱାର୍ଡରେ ଏକ ଏୟାର-କଣ୍ଡିସନର କମ୍ପ୍ରେସର ବିସ୍ଫୋରଣ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା।ରିପୋର୍ଟ ଅନୁଯାୟୀ,ହସ୍ପିଟାଲର ସ୍ତ୍ରୀ ରୋଗ ବିଭାଗରେ ସକାଳ ପ୍ରାୟ ୭ଟାରେ ନିଆଁ ଲାଗିଥିଲା। ଉଦ୍ଧାରକାରୀ ଦଳଗୁଡ଼ିକୁ ହସ୍ପିଟାଲକୁ ପଠାଯାଇଥିଲା। ନିଆଁ ଲିଭାଇବା ଏବଂ ଭିତରେ ଥିବା ଲୋକଙ୍କୁ ବାହାର କରିବା ପାଇଁ କାର୍ଯ୍ୟ କରାଯାଇଥିଲା। ଏହି ଘଟଣା ହସ୍ପିଟାଲର ନବଜାତ ଏବଂ ପ୍ରସୂତି କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା ବିଷୟରେ ଚିନ୍ତା ସୃଷ୍ଟି କରିଛି।

ଜିଲ୍ଲା ପ୍ରଶାସନ କହିଛି ଯେ ସୂଚନା ପାଇବା ମାତ୍ରେ ଉଦ୍ଧାର ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଉଦ୍ଧାର କାର୍ଯ୍ୟରେ ଛଅଟି ଦମକଳ ଗାଡ଼ି ଏବଂ ଚାରୋଟି ଆମ୍ବୁଲାନ୍ସ ସାମିଲ ଥିଲା। ଘଟଣାର ତଦନ୍ତ ପାଇଁ ଅତିରିକ୍ତ ଡେପୁଟି କମିସନରଙ୍କ ନେତୃତ୍ୱରେ ଏକ ତଦନ୍ତ କମିଟି ଗଠନ କରାଯାଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button