ରାଜ୍ୟ

SCB Medical Center: ଏସ୍‌ସିବି ମେଡିକାଲର ନୂଆ ରେକର୍ଡ: ୨୭ରୁ ୨୦ ବିଭାଗୀୟ ମୁଖ୍ୟ ହେଉଛନ୍ତି ମହିଳା

ଏସ୍‌ସିବି ମେଡିକାଲ କଲେଜ ଇତିହାସରେ ୨୭ଟି ବିଭାଗରୁ ୨୦ଟି ବିଭାଗରେ ବିଭାଗୀୟ ମୁଖ୍ୟ ଭାବେ ନେତୃତ୍ବ ନେଉଛନ୍ତି ମହିଳା ଡାକ୍ତର। ଆଉ ଏକ ବିଭାଗରେ ଆସନ୍ତା ମାସରେ ଜଣେ ମହିଳା ବିଭାଗୀୟ ମୁଖ୍ୟ ହେବାକୁ ଯାଉଛନ୍ତି।

କଟକ: ଏସ୍‌ସିବି ମେଡିକାଲ କଲେଜ ଇତିହାସରେ ୨୭ଟି ବିଭାଗରୁ ୨୦ଟି ବିଭାଗରେ ବିଭାଗୀୟ ମୁଖ୍ୟ ଭାବେ ନେତୃତ୍ବ ନେଉଛନ୍ତି ମହିଳା ଡାକ୍ତର। ଆଉ ଏକ ବିଭାଗରେ ଆସନ୍ତା ମାସରେ ଜଣେ ମହିଳା ବିଭାଗୀୟ ମୁଖ୍ୟ ହେବାକୁ ଯାଉଛନ୍ତି। ଆସନ୍ତା ମାସରେ ମୋଟ ୨୧ ଜଣ ହେବେ ମହିଳା ବିଭାଗୀୟ ମୁଖ୍ୟ। ମାତ୍ର ୬ ବିଭାଗରେ ବିଭାଗୀୟ ମୁଖିଆ ପୁୁରୁଷ ଡାକ୍ତର ରହିବେ। ଏସ୍‌ସିବି ଇତିହାସରେ ସର୍ବାଧିକ ୫ରୁ ୧୦ ଜଣ ମହିଳା ଡାକ୍ତର ବିଭାଗୀୟ ମୁଖ୍ୟ ଭାବେ ଦାୟିତ୍ବରେ ବିଭିନ୍ନ ସମୟରେ ରହୁଥିଲେ। କିନ୍ତୁ ଏତେ ସଂଖ୍ୟାରେ ମହିଳା ଡାକ୍ତର ବିଭାଗୀୟ ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିବା ଘଟଣା ପ୍ରଥମ ଥର ବୋଲି କୁହାଯାଉଛି। ରାଜ୍ୟରେ ମୋଟ ୧୪ ସରକାରୀ ମେଡିକାଲ କଲେଜରୁ ଏସ୍‌ସିବି ରାଜ୍ୟର ଏକ ନମ୍ବର ଡାକ୍ତରଖାନା ଭାବେ ସ୍ଥାନ ପାଇଥିବା ବେଳେ ଏନ୍‌ଆଇଆର୍‌ଏଫ୍ ପକ୍ଷରୁ କରାଯାଇଥିବା ସର୍ଭେରେ ସର୍ବଭାରତୀୟ ସ୍ତରରେ ଏସ୍‌ସିବି ୧୫ ନମ୍ବର ସ୍ଥାନରେ ଓ ଭୁବନେଶ୍ବର ଏମ୍‌ସ ୧୬ ନମ୍ବରରେ ରହିଛି। ୨୦୨୫-୨୬ ଆର୍ଥିକ ବର୍ଷରେ ସାରା ଭାରତରେ ମୋଟ ୧୪୪ ରୢାଙ୍କରୁ ଏସ୍‌ସିବି ଏହି ରୢାଙ୍କ ପାଇଛି। ସର୍ବଭାରତୀୟ ସ୍ତରରେ ଏସ୍‌ସିବି ୨୦୨୧ରେ ୫୦ ନମ୍ବର ରୢାଙ୍କ ଥିବା ବେଳେ ୨୦୨୨ରୁ ୨୦୨୫ ଯାଏଁ କୌଣସି ରୢାଙ୍କ ପାଇନଥିଲା। ଏବେ ୧୫ ନମ୍ବର ସ୍ଥାନରେ ଥିବା ବେଳେ ୨୧ ବିଭାଗରେ ମହିଳାଙ୍କ ନେତୃତ୍ବ ଆଉ ଏକ ଇତିହାସ ସୃଷ୍ଟି କରିବାକୁ ଯାଉଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button