ରାଶିଫଳ

Horoscope 2026 August 27: ଜାଣନ୍ତୁ ଆଜିର ରାଶିଫଳ…

କାର୍ଯ୍ୟକ୍ଷେତ୍ରରେ ସକାରାତ୍ମକ ପରିବେଶରେ କାମ କରିବେ। ଆର୍ଥିକ ସ୍ଥିତି ଭଲ ରହିବ। ଜୀବନସାଥୀ ସହିତ କୌଣସି ଧର୍ମାନୁଷ୍ଠାନକୁ ଯିବେ। ଅନ୍‌ଲାଇନ୍‌ରେ କାମ ଆରମ୍ଭ କରିପାରନ୍ତି। ‌ଆତ୍ମବିଶ୍ବାସ ବଢ଼ିବ।

ମେଷ: କାର୍ଯ୍ୟକ୍ଷେତ୍ରରେ ସକାରାତ୍ମକ ପରିବେଶରେ କାମ କରିବେ। ଆର୍ଥିକ ସ୍ଥିତି ଭଲ ରହିବ। ଜୀବନସାଥୀ ସହିତ କୌଣସି ଧର୍ମାନୁଷ୍ଠାନକୁ ଯିବେ। ଅନ୍‌ଲାଇନ୍‌ରେ କାମ ଆରମ୍ଭ କରିପାରନ୍ତି। ‌

ବୃଷ: ଆତ୍ମବିଶ୍ବାସ ବଢ଼ିବ। ବନ୍ଧୁ ସାହାଯ୍ୟ କରିବେ। ଅନେକ ସାଧନରେ ଆର୍ଥିକ ସ୍ଥିତି ସୁଦୃଢ଼ ହେବ। କୋର୍ଟକଚେରି ମାମଲାରେ ସଫଳତା ପାଇବେ। ସନ୍ତାନ ପକ୍ଷରୁ ଶୁଭ ଖବର ପାଇବେ। ‌

ମିଥୁନ: ଚାକିରି ବଦଳାଇବା ପାଇଁ ପ୍ରୟାସ କରିବେ। ଏଥିରେ ସଫଳତା ମଳିବାର ସମ୍ଭାବନା। ବେପାରରେ ଉନ୍ନତି ହେବା ଯୋଗୁଁ ମନ ପ୍ରସନ୍ନ ରହିବ। ଜୀବନସାଥୀ ସହଯୋଗରେ ଘରର ଦାୟିତ୍ବ ପୂରା କରିବେ। ‌

କର୍କଟ: ନିଜ ପ୍ରୟାସରେ ଭଲ ଧନ ଅର୍ଜନ କରିବାରେ ସଫଳ ହେବେ। ସନ୍ତାନ କୌଣସି ବଡ଼ ଶିକ୍ଷା ସଂସ୍ଥାରେ ନାମ ଲେଖାର ଖବର ପାଇବେ। ବନ୍ଧୁ ସହିତ ସମୟ ଅତିବାହିତ କରିବେ। ‌

ସିଂହ: କିଛି ନୂଆ ଲୋକଙ୍କ ସହିତ ସାକ୍ଷାତ ହେବ। ନିଜ ପ୍ରୟାସରେ କାର୍ଯ୍ୟରେ ସଫଳତା ପାଇବେ। ଅଚାନକ ଧନଲାଭର ଉତ୍ସ ପାଇବେ। ଅଫିସର କାମର କାରଣ ବ୍ୟସ୍ତ ରହିବେ। ‌

କନ୍ୟା: ଦିନଟି ମଙ୍ଗଳମୟ ରହିବ। କାର୍ଯ୍ୟକ୍ଷେତ୍ରରେ ବିରୋଧୀ କିଛି ସମସ୍ୟା ଛିଡ଼ା କରାଇବେ। ଆପଣଙ୍କ ଏକାଗ୍ରତା ଆପଣଙ୍କୁ ସଫଳତା ଆଣିଦେବ। ସ୍ବଭାବରେ ଟିକେ ବିନମ୍ରତା ଆଣନ୍ତୁ।

ତୁଳା: ଦୀର୍ଘ ଦିନରୁ ଅଟକିଥିବା କାମ ପୂରା ହେବ। ଦାମ୍ପତ୍ୟ ଜୀବନ ଭଲ ରହିବ। ବନ୍ଧୁମାନଙ୍କ ସହିତ ଆନନ୍ଦପୂର୍ବକ ସମୟ ବିତାଇବେ। କିଛି ଲୋକ ଭାଗୀଦାରିରେ ବେପାର କରିବେ।

ବିଛା: ବେପାରରେ ଅଚାନକ ଧନଲାଭ ହେବା ଯୋଗୁଁ ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଶତ୍ରୁପକ୍ଷ ଆପଣଙ୍କୁ ଅଶାନ୍ତି କରିବା ପାଇଁ ବିଫଳ ପ୍ରୟାସ କରିବେ। ଶିକ୍ଷକଙ୍କର ମନ ପସନ୍ଦ ଜାଗାକୁ ବଦଳି ହେବ।

ଧନୁ: ନିଜ ଜୀବନରେ ଲାଗି ରହିଥିବା ସମସ୍ୟାର ସମାଧାନ କରିବାରେ ସଫଳ ହେବେ। ସାମାଜିକ ଉତ୍ସବରେ ଅଂଶଗ୍ରହଣ କରିପାରନ୍ତି। ସମାଜରେ ମାନସମ୍ମାନ ପ୍ରାପ୍ତି ହେବ। ପାରିବାରିକ ଜୀବନରେ ଖୁସି ଆସିବ।

ମକର: କାର୍ଯ୍ୟକ୍ଷେତ୍ରରେ ନିଜର ଯୋଗ୍ୟତା ଦେଖାଇବାରେ ମଉକା ପାଇବେ। ଅଫିସରେ କାମ ବଢ଼ିପାରେ। ବିବାଦ ଠାରୁ ଦୂରରେ ରହନ୍ତୁ। ସନ୍ତାନକୁ ନେଇ ଚିନ୍ତା ଦୂର ହେବ। ଜମି କିଣିବାରେ ସଫଳ ହେବେ।

କୁମ୍ଭ: ଦିନଚର୍ଯ୍ୟ‌ା ପରିବର୍ତ୍ତନ କରିବେ। ନିର୍ଣ୍ଣୟ ନେବାର କ୍ଷମତା ମଜଭୁତ ହେବ। ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ସମୟ ବାହାର କରିବେ। ବ୍ୟବସାୟୀ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନେବେ।

ମୀନ: ଚାକିରିରେ ପଦୋନ୍ନତିର ପ୍ରତୀକ୍ଷା ସମାପ୍ତ ହେବ। ଘରେ ସୁଖ ସୁବିଧା ବୃଦ୍ଧି ହେବ। ଖୁସି ଖବର ପାଇବେ। ଆର୍ଥିକ ଲାଭର ସ୍ଥିତି ସୃଷ୍ଟି ହେବ। ଘନିଷ୍ଠ ବନ୍ଧୁଙ୍କ ସହ ମିଶିବା ପାଇଁ ତାଙ୍କ ଘରକୁ ଯିବେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button