ଦେଶ ବିଦେଶ

fertilizer companies: ଅଠା, ସାର କମ୍ପାନି ସହ ଆଲୋଚନା

ରସାୟନ କ୍ଷେତ୍ରର ଏକ ଗ୍ଲୋବାଲ୍‌ ସିଇଓ ରାଉଣ୍ଡଟେବୁଲ୍‌ରେ ଯୋଗଦେବାକୁ ନୂଆଦିଲ୍ଲୀ ଯାଇଥିବା ରାଜ୍ୟର ଏକ ପ୍ରତିନିଧି ଦଳ ଟାଇଟାନିୟମ୍‌ ପିଗ୍‌ମେଣ୍ଟ୍‌, ଅଠା, ବିଓପିପି ଫିଲ୍ମ ଓ ସାର କ୍ଷେତ୍ରର କମ୍ପାନିମାନଙ୍କ ସହ ସମ୍ଭାବ୍ୟ ନିବେଶ ସମ୍ପର୍କରେ ଆଲୋଚନା କରିଥିଲେ।

ଭୁବନେଶ୍ବର: ରସାୟନ କ୍ଷେତ୍ରର ଏକ ଗ୍ଲୋବାଲ୍‌ ସିଇଓ ରାଉଣ୍ଡଟେବୁଲ୍‌ରେ ଯୋଗଦେବାକୁ ନୂଆଦିଲ୍ଲୀ ଯାଇଥିବା ରାଜ୍ୟର ଏକ ପ୍ରତିନିଧି ଦଳ ଟାଇଟାନିୟମ୍‌ ପିଗ୍‌ମେଣ୍ଟ୍‌, ଅଠା, ବିଓପିପି ଫିଲ୍ମ ଓ ସାର କ୍ଷେତ୍ରର କମ୍ପାନିମାନଙ୍କ ସହ ସମ୍ଭାବ୍ୟ ନିବେଶ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରକଳ୍ପ ପାଇଁ ଉପଯୁକ୍ତ ସ୍ଥାନ, ଭିତ୍ତିଭୂମି, ପ୍ରୋତ୍ସାହନ ଓ ଅନ୍ୟାନ୍ୟ ସୁବିଧାସୁଯୋଗ ସମ୍ପର୍କରେ ନିବେଶକମାନଙ୍କୁ ଅବଗତ କରାଯାଇଥିଲା।

ଏହି ଅବସରରେ ଅନୁଷ୍ଠିତ ରାଉଣ୍ଡ୍‌ଟେବୁଲ୍‌ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଜେ ପି ନଡ୍ଡା କହିଥିଲେ ଯେ ଗୋପାଳପୁର ଓ ପାରାଦୀପରେ ରସାୟନ ଓ ପେଟ୍ରୋରସାୟନ ଶିଳ୍ପ ବିକାଶ ପାଇଁ କେନ୍ଦ୍ର ସରକାର ସହଯୋଗ ପ୍ରଦାନ କରୁଛନ୍ତି। କାର୍ଯ୍ୟକ୍ରମରେ ରାଜ୍ୟ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା ରାଜ୍ୟର ରସାୟନ, ପେଟ୍ରୋରସାୟନ, ପ୍ଲାଷ୍ଟିକ୍ ଓ ଆନୁଷଙ୍ଗିକ ଶିଳ୍ପରେ ରହିଥିବା ସମ୍ଭାବନା ଉପରେ ଆଲୋକପାତ କରିଥିଲେ।

ରାଜ୍ୟର ବୃହତ୍‌ ବେଳାଭୂମି, ପ୍ରମୁଖ ବନ୍ଦର, ବଡ଼ ଶିଳ୍ପ ଜମି, କଞ୍ଚାମାଲ ଉପଳବ୍ଧତା ବିଷୟରେ ସେ କହିଥିଲେ। ପାରାଦୀପ, ଗୋପାଳପୁର ଓ ଧାମରା ଅଞ୍ଚଳରେ ବନ୍ଦରଭିତ୍ତିକ ଶିଳ୍ପ ବିକାଶ ଉପରେ ଧ୍ୟାନ ଦିଆଯାଉଛି। ଓଡ଼ିଶା ଶିଳ୍ପ ନୀତି ସଂକଳ୍ପ ୨୦୨୨ରେ ରସାୟନ, ପେଟ୍ରୋରସାୟନ, ଟେକ୍ନିକାଲ୍‌ ଟେକ୍ସଟାଇଲ୍‌କୁ ପ୍ରାଥମିକତା କ୍ଷେତ୍ର ଭାବେ ଗ୍ରହଣ କରାଯାଇଛି ଓ ତାହା ଉପରେ ସର୍ବାଧିକ ପ୍ରୋତ୍ସାହନ ଦିଆଯାଉଥିବା ସେ କହିଥିଲେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button