ଖେଳ

Cricket: ଟେଣ୍ଟରେ ଡ୍ରେସିଂ ରୁମ, ଶୌଚାଳୟ ୫୦୦ ମିଟର ଦୂରରେ

ଜାପାନର ଆଇଚି-ନାଗୋୟାଠାରେ ସେପ୍ଟେମ୍ବର ୧୯ରୁ ଏସୀୟ କ୍ରୀଡ଼ା ଆରମ୍ଭ ହେବାକୁ ଯାଉଛି। ଏଥିରେ ପୁରୁଷ କ୍ରିକେଟ୍‌ ପ୍ରତିଯୋଗିତା ସେପ୍ଟେମ୍ବର ୨୪ରୁ ଅକ୍ଟୋବର ୩ ଏବଂ ମହିଳା କ୍ରିକେଟ ପ୍ରତିଯୋଗିତା ସେପ୍ଟେମ୍ବର ୧୭ରୁ ୨୨ ପର୍ଯ୍ୟନ୍ତ ଖେଳାଯିବ।

ମୁମ୍ବାଇ: ଜାପାନର ଆଇଚି-ନାଗୋୟାଠାରେ ସେପ୍ଟେମ୍ବର ୧୯ରୁ ଏସୀୟ କ୍ରୀଡ଼ା ଆରମ୍ଭ ହେବାକୁ ଯାଉଛି। ଏଥିରେ ପୁରୁଷ କ୍ରିକେଟ୍‌ ପ୍ରତିଯୋଗିତା ସେପ୍ଟେମ୍ବର ୨୪ରୁ ଅକ୍ଟୋବର ୩ ଏବଂ ମହିଳା କ୍ରିକେଟ ପ୍ରତିଯୋଗିତା ସେପ୍ଟେମ୍ବର ୧୭ରୁ ୨୨ ପର୍ଯ୍ୟନ୍ତ ଖେଳାଯିବ। କିନ୍ତୁ କ୍ରିକେଟ୍‌ ପ୍ରତିଯୋଗିତା ନେଇ ହୋଇଥିବା ଆୟୋଜନକୁ ନେଇ ବିସିସିଆଇ ଅସନ୍ତୋଷ ପ୍ରକାଶ କରିଛି। ଏପରିକି ସ୍ଥିତିର ଅନୁଧ୍ୟାନ ଲାଗି ଖୁବ୍‌ଶୀଘ୍ର ବିସିସିଆଇ ପକ୍ଷରୁ ଏକ ପର୍ଯ୍ୟବେକ୍ଷକ ଦଳ ସେଠାକୁ ପଠାଯିବ। ଏସବୁ ଅବ୍ୟବସ୍ଥାକୁ ନେଇ ଏସୀୟ କ୍ରିକେଟ ପରିଷଦ ବି ସନ୍ତୁଷ୍ଟ ନାହିଁ।

ସୂଚନା ଅନୁସାରେ କ୍ରିକେଟ୍‌ ମ୍ୟାଚ୍‌ଗୁଡ଼ିକ ଯେଉଁ ପଡ଼ିଆରେ ଆୟୋଜନ କରାଯାଉଛି ସେଠାରେ ଡ୍ରେସିଂ ରୁମ ନାହିଁ। ଏଥିପାଇଁ ପାଲ ପକାଇ ଅସ୍ଥାୟୀ ଡ୍ରେସିଂ ରୁମ ତିଆରି କରାଯାଇଛି। ପୁଣି ଡ୍ରେସିଂରୁମରୁ ଶୌଚାଳୟ ପ୍ରାୟ ୫୦୦ ମିଟର ଦୂରରେ ଅଛି। ପୁଣି ଖେଳାଳି ରହିବାକୁ ଥିବା ହୋଟେଲର କୋଠରିଗୁଡ଼ିକରେ ପର୍ଯ୍ୟାପ୍ତ ସ୍ଥାନ ନାହିଁ। ଏପରି ଅବ୍ୟବସ୍ଥାରେ ଖେଳାଳିମାନେ କିପରି ରହିବେ ତାହାକୁ ନେଇ ବିସିସିଆଇ ଚିନ୍ତିତ ରହିଛି।

ପଠାଯିବାକୁ ଥିବା ପର୍ଯ୍ୟବେକ୍ଷକ ଦଳର ରିପୋର୍ଟ ମିଳିବା ପରେ ବିସିସିଆଇ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିବ। ଚୀନର ହାଂଝୁରେ ୨୦୨୩ରେ ହୋଇଥିବା ଏସୀୟ କ୍ରୀଡ଼ା କ୍ରିକେଟ୍‌ରେ ଭାରତୀୟ ପୁରୁଷ ଓ ମହିଳା ଦଳ ଚାମ୍ପିୟନ ହୋଇ ସ୍ବର୍ଣ୍ଣ ପଦକ ଜିତିଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button