Nepal Flood: ଭିସା ରିଜେକ୍ଟ ହେଲା ଜୀବନ ବଞ୍ଚିଗଲା…ନେପାଳ ପ୍ରଳୟରୁ ମହିଳାଙ୍କୁ ବଞ୍ଚାଇ ଦେଲା ଭାଗ୍ୟ

ନୂଆଦିଲ୍ଲୀ,୨୯/୦୮: ପବିତ୍ର କୈଳାସ ମାନସରୋବର ଯାତ୍ରା ଲାଗି ବାହାରିଥିବା କୋଲକାତାର ଜଣେ ମହିଳାଙ୍କ ଚୀନ୍ ଭିସା କରିଥିଲେ । ଟୁର୍କୁ ନେଇ ବହୁତ ଖୁସିଥିଲେ । ହେଲେ ଶେଷ ମୁହୂର୍ତ୍ତରେ ଭିସା ବାତିଲ ହୋଇଯାଇଥିଲା । ମନ ଦୁଃଖ କରିଥିଲେ । ଏହା ତାଙ୍କୁ ଗଭୀର ଭାବେ ବ୍ୟଥିତ କରିଥିଲା । କିନ୍ତୁ ସେଥିଯୋଗୁ ତାଙ୍କର ଜୀବନ ବର୍ତ୍ତି ଯାଇଛି । ବେଳେବେଳେ ଆମ ପ୍ଲାନ୍ ଅନୁସାରେ କିଛି ହୋଇନଥାଏ । କେବେ କେବେ ଭଗବାନ୍ କିଛି ଅଲଗା ଯୋଜନା କରିଥାନ୍ତି । ଭିସା ରିଜେକ୍ଟ ହେଲା କିନ୍ତୁ ମହିଳା ବଞ୍ଚିଗଲା ଜୀବନ । ନେପାଳ ତାଣ୍ଡବରୁ ମହିଳାଙ୍କୁ ବଞ୍ଚାଇଲା ଭାଗ୍ୟ । ନେପାଳର ପ୍ରଳୟଙ୍କାରୀ ଫ୍ଲାସ ଫ୍ଲଡରୁ ଜଣେ ମହିଳା ଭାଗ୍ୟ ବଳରେ ରକ୍ଷା ପାଇଛନ୍ତି । ଏବେ ସେ ଭଗବାନଙ୍କୁ ଧନ୍ୟବାଦ ଦେଇଛନ୍ତି ।
ନେପାଳ-ତିକ୍ରତ ସୀମାରେ ବନ୍ୟା ପରେ କୈଳାସ ମାନସରୋବର ଯାତ୍ରା ପାଇଁ ଚୀନ୍ ଯାଇଥିବା ତାଙ୍କ ଗ୍ରୁପ୍ର ୩୩ ସଦସ୍ୟ ନିଖୋଜ ଅଛନ୍ତି । ସେମାନଙ୍କ ସହ ଯୋଗାଯୋଗ କରାଯାଇପାରୁନଥିବା ଟୁର୍ ଏଜେନ୍ସି ପ୍ରକାଶ କରିଛି । ତାପସୀ ସିଂଘ(୬୧)କୋଲକାତାର ଏକ ଟ୍ରାଭେଲ ଏଜେନ୍ସି ମାଧ୍ୟମରେ ୧୩ ଦିନିଆ କୈଳାସ ମାନସରୋବର ଯାତ୍ରାରେ ଯିବା ଲାଗି ଗତ ମେ ମାସରୁ ପ୍ରସ୍ତୁତି କରୁଥିଲେ । ଯାତ୍ରାର ପ୍ରସ୍ତୁତି ବୈଠକରେ ଯୋଗ ଦେବା, ଗ୍ରୁପର ଅନ୍ୟମାନଙ୍କ ସହ ଟ୍ରେକିଂ ସେସନ୍ରେ ଭାଗ ନେବା ଜାରି ଥିଲା । କିନ୍ତୁ ଯାତ୍ରା ଆରମ୍ଭ କରିବାର ମାତ୍ର କିଛି ଦିନ ପୂର୍ବରୁ ନିକଟରେ ତାଙ୍କର ଚୀନ୍ ଭିସା ଖାରଜ ହୋଇଗଲା ।
ସୌଜନ୍ୟ ପ୍ରମେୟ




