SCO ଶିଖର ସମ୍ମିଳନୀ: ଅଂଶଗ୍ରହଣ କରିବା ପାଇଁ କିର୍ଗିଜସ୍ତାନରେ ପ୍ରଧାନମନ୍ତ୍ରୀ ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଦୁଇ ଦିନିଆ ଉଜବେକିସ୍ତାନ ଗସ୍ତ ଶେଷ କରିବା ପରେ ରବିବାର ରାତିରେ କିର୍ଗିଜସ୍ତାନରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ଆଗାମୀ ଦୁଇ ଦିନ ପାଇଁ କିର୍ଗିଜସ୍ତାନର ରାଜଧାନୀ ବିଶକେକରେ ରହିବେ। ଏହି ସମୟ ମଧ୍ୟରେ ସେ ବିଶକେକରେ ୨୬ତମ ସାଂଘାଇ...

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଦୁଇ ଦିନିଆ ଉଜବେକିସ୍ତାନ ଗସ୍ତ ଶେଷ କରିବା ପରେ ରବିବାର ରାତିରେ କିର୍ଗିଜସ୍ତାନରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ଆଗାମୀ ଦୁଇ ଦିନ ପାଇଁ କିର୍ଗିଜସ୍ତାନର ରାଜଧାନୀ ବିଶକେକରେ ରହିବେ। ଏହି ସମୟ ମଧ୍ୟରେ ସେ ବିଶକେକରେ ୨୬ତମ ସାଂଘାଇ ସହଯୋଗ ସଂଗଠନ (ଏସ୍ସିଓ) ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ ଏବଂ ଅନେକ ଏସ୍ସିଓ ସଦସ୍ୟ ଦେଶର ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ ମଧ୍ୟ କରିବେ।
ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ଦୁଇ ଦିନିଆ ଗସ୍ତରେ କିର୍ଗିଜସ୍ତାନ ଗଣରାଜ୍ୟର ରାଜଧାନୀ ବିଶକେକରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। କିର୍ଗିଜସ୍ତାନର ମନ୍ତ୍ରୀ କ୍ୟାବିନେଟର ଅଧ୍ୟକ୍ଷ ଆଦିଲବେକ କାସିମାଲିୟେଭ ବିମାନବନ୍ଦରରେ ତାଙ୍କୁ ସ୍ୱାଗତ କରିଥିଲେ। କିର୍ଗିଜସ୍ତାନ ମହିଳା ନୃତ୍ୟଶିଳ୍ପୀମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିବା ପାଇଁ ଏକ ପାରମ୍ପରିକ ନୃତ୍ୟ ପରିବେଷଣ କରିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ କିର୍ଗିଜସ୍ତାନର ମନ୍ତ୍ରୀ କ୍ୟାବିନେଟର ଅଧ୍ୟକ୍ଷ କାସିମାଲିୟେଭଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ।
କିର୍ଗିଜସ୍ତାନର ରାଜଧାନୀ ବିଶକେକରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ନିଜେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ ସେୟାର କରିଛନ୍ତି। ତାଙ୍କ ପୋଷ୍ଟରେ ସେ କହିଛନ୍ତି, କିଛି ସମୟ ପୂର୍ବରୁ ବିଶକେକରେ ପହଞ୍ଚିଛି। ବିଶକେକରେ ଉଷ୍ମ ସ୍ୱାଗତ ପାଇଁ କିର୍ଗିଜସ୍ତାନ ଗଣରାଜ୍ୟର ମନ୍ତ୍ରୀ କ୍ୟାବିନେଟର ଅଧ୍ୟକ୍ଷ ଆଦିଲବେକ କାସିମାଲିଭଙ୍କୁ ଅନେକ ଧନ୍ୟବାଦ।
ସୌଜନ୍ୟ ସମ୍ବାଦ




