ରାଜ୍ୟ

Education: ‘ସିୟୁଓ’କୁ ବିଶ୍ବସ୍ତରର ଶିକ୍ଷାନୁଷ୍ଠାନ ଭାବେ ଗଢ଼ିବା: କୁଳପତି ଡ. ଶାସନୀ

ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମୁଖ୍ୟ କ୍ୟାମ୍ପସରେ ୧୮ତମ ପ୍ରତିଷ୍ଠା ଦିବସ ଉତ୍ସାହର ସହିତ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମର ଆରମ୍ଭରେ ଜାତୀୟ ସଙ୍ଗୀତ ଗାନ କରାଯିବା ପରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର (ଡ.) ଅଜିତ କୁମାର ଶାସନୀ...

କୋରାପୁଟ: ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ମୁଖ୍ୟ କ୍ୟାମ୍ପସରେ ୧୮ତମ ପ୍ରତିଷ୍ଠା ଦିବସ ଉତ୍ସାହର ସହିତ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମର ଆରମ୍ଭରେ ଜାତୀୟ ସଙ୍ଗୀତ ଗାନ କରାଯିବା ପରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର (ଡ.) ଅଜିତ କୁମାର ଶାସନୀ ସିୟୁଓ ପତାକା ଉତ୍ତୋଳନ କରିଥିଲେ ଏବଂ ବିଶ୍ୱବିଦ୍ୟାଳୟ ପରିବାରକୁ ଶୁଭେଚ୍ଛା ଜଣାଇଥିଲେ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ଭାରପ୍ରାପ୍ତ କୁଳସଚିବ ଡ. ସଞ୍ଜୟ କୁମାର ପ୍ରଧାନ ସ୍ୱାଗତ ଭାଷଣ ଦେଇ ଅଭ୍ୟାଗତମାନଙ୍କୁ ସ୍ୱାଗତ କରିଥିଲେ। ଏହି ଅବସରରେ ଡ. ନିର୍ଝରିଣୀ ତ୍ରିପାଠୀ ରାଷ୍ଟ୍ରପତିଙ୍କ ବାର୍ତ୍ତା ଏବଂ ଡ. ପ୍ରଦୋଷ କୁମାର ରଥ ରାଜ୍ୟପାଳଙ୍କ ବାର୍ତ୍ତା ପାଠ କରିଥିଲେ। ଏହି ଅବସରରେ ବିଶ୍ୱବିଦ୍ୟାଳୟର ଶୈକ୍ଷିକ ସଫଳତାକୁ ନେଇ ପ୍ରସ୍ତୁତ କଫି ଟେବୁଲ ପୁସ୍ତକ ସିୟୁଓ ଅଟ୍ ଏ ଗ୍ଲାନ୍ସ ଉନ୍ମୋଚିତ ହୋଇଥିଲା।

ସମ୍ମାନିତ ଅତିଥି ପଦ୍ମଶ୍ରୀ ଗୋବର୍ଦ୍ଧନ ପାନିକା କହିଥିଲେ ଯେ,  ପରମ୍ପରା, କର୍ମ ଓ ସାଧନାର ଗୁରୁତ୍ୱ ଉପରେ ଆଲୋକପାତ କରି ସଫଳତା ପାଇଁ ନିରନ୍ତର ପ୍ରଚେଷ୍ଟା ଆବଶ୍ୟକ। ସଫଳତା ପାଇଁ ନିରନ୍ତର ପ୍ରଚେଷ୍ଟା ଓ ଧୈର୍ଯ୍ୟର ଆବଶ୍ୟକତା ରହିଛି। ଜୟପୁର ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ହୃଷୀକେଶ ସେନାପତିଜାତୀୟ ଶିକ୍ଷା ନୀତି ଅଧୀନରେ ଶିକ୍ଷାଗତ ସଂସ୍କାର ଏବଂ ପରିଣାମ-ଆଧାରିତ ଶିକ୍ଷାର ଆବଶ୍ୟକତା। ସେ ଫଳାଫଳ-ଆଧାରିତ ଶିକ୍ଷାର ଗୁରୁତ୍ୱ ଓ ଆହ୍ୱାନ ସମ୍ପର୍କରେ ଆଲୋଚନା କରିଥିଲେ। କୋରାପୁଟ ବିଧାୟକ ଶ୍ରୀ ରଘୁରାମ ମାଛ ସିୟୁଓକୁ ସହଯୋଗ କରିଥିବାରୁ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟକୁ ଧନ୍ୟବାଦ ଜଣାଇଥିଲେ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକ ଦକ୍ଷ ମାନବ ସମ୍ବଳ ଗଢ଼ିବାର କର୍ମଶାଳା ହେବା ଉଚିତ ବୋଲି ପ୍ରକାଶ କରିଥିଲେ।।

ମୁଖ୍ୟ ଅତିଥି, ନାଇଜର ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ହିରେନ୍ଦ୍ରନାଥ ଘୋଷ କହିଥିଲେ ଯେ,  ଛାତ୍ରଛାତ୍ରୀମାନଙ୍କୁ ମୋବାଇଲ୍ ଫୋନରେ ଅଧିକ ସମୟ ନ ବିତାଇ ପାଠପଢ଼ାରେ ଅଧିକ ସମୟ ଦେବା। ବିଜ୍ଞାନ କ୍ଷେତ୍ରରେ ଗ୍ରାମାଞ୍ଚଳ ଓ ଆଦିବାସୀ ଅଞ୍ଚଳର ବୈଜ୍ଞାନିକମାନଙ୍କ ଅବଦାନକୁ ସ୍ମରଣ କରି, ସି.ୟୁ.ଓ. ଭାରତର ଶ୍ରେଷ୍ଠ ୧୦ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇବ ବୋଲି ଆଶା ପ୍ରକାଶ କରିଥିଲେ।  ନିଜର ଗଠନମୂଳକ ବର୍ଷଗୁଡ଼ିକର ସଠିକ୍ ବିନିଯୋଗ ପାଇଁ ସେ ଛାତ୍ରଛାତ୍ରୀଙ୍କ ଶୃଙ୍ଖଳା ଉପରେ ଗୁରୁତ୍ୱ ଦେଇଥିଲେ। ବିଜ୍ଞାନ ଆଧାରିତ ଅନୁଷ୍ଠାନ ଗଠନ ପାଇଁ ବିଶ୍ୱବିଦ୍ୟାଳୟ ବ୍ୟବସ୍ଥାରେ ମୌଳିକ ବିଜ୍ଞାନ ବିଭାଗଗୁଡ଼ିକୁ ସାମିଲ କରିବାର ଆବଶ୍ୟକତା ସମ୍ପର୍କରେ ସେ କହିଥିଲେ। ସିୟୁଓ ଶ୍ରେଷ୍ଠ ୧୦ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇବ ବୋଲି ସେ ଆଶା ବ୍ୟକ୍ତ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ବିଏଆରସି  ଟ୍ରେନିଂ ସ୍କୁଲ୍ ସମେତ ଉଚ୍ଚତର ବୈଜ୍ଞାନିକ ପ୍ରଶିକ୍ଷଣ ପାଇଁ ସୁଯୋଗ ଅନ୍ୱେଷଣ କରିବାକୁ ପ୍ରୋତ୍ସାହିତ କରିଥିଲେ। ଗ୍ରାମାଞ୍ଛଳ ଓ ଆଦିବାସୀ ପୃଷ୍ଠଭୂମିରୁ ଆସିଥିବା ବୈଜ୍ଞାନିକମାନଙ୍କ ଅବଦାନକୁ ମନେ ପକାଇ ସେ ପରମାଣୁ ଶକ୍ତି ଆୟୋଗର ପ୍ରଫେସର ମହାନ୍ତିଙ୍କ ଉଦାହରଣ ଦେଇଥିଲେ ଏବଂ କହିଥିଲେ ଯେ ଅନେକ ପ୍ରମୁଖ ବୈଜ୍ଞାନିକ ଗାଁରୁ ହିଁ ବାହାରିଛନ୍ତି। ପ୍ରଫେସର ଘୋଷ ୨୦୨୩ ରସାୟନ ବିଜ୍ଞାନ ନୋବେଲ ପୁରସ୍କାର ମାଧ୍ୟମରେ ସ୍ୱୀକୃତି ପାଇଥିବା “କ୍ୱାଣ୍ଟମ୍ ଡଟ୍ସ: ଓପ୍ଟୋଇଲେକ୍ଟ୍ରୋନିକ୍ସରେ ଏକ ନୂତନ ଯୁଗ” ବିଷୟରେ ଏକ ଉପସ୍ଥାପନା ମଧ୍ୟ ପ୍ରଦାନ କରିଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button