ରାଜ୍ୟ

Dead Body: କାଠଯୋଡ଼ି ନଦୀରୁ ପୁଣି ଅଜଣା ମୃତଦେହ ଉଦ୍ଧାର

ବିଡ଼ାନାସୀ ଅଗ୍ନିଶମ ସେବା କର୍ମଚାରୀମାନେ ଲାଲବାଗ ଥାନା ସମ୍ମୁଖ କାଠଯୋଡ଼ି ନଦୀରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ଉଦ୍ଧାର ପରେ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ କଟକ ବଡ଼ ମେଡିକାଲକୁ ପଠାଯାଇଛି।

କଟକ: କଟକ କାଠଯୋଡ଼ି ନଦୀରୁ ପୁଣି ଏକ ଅଜଣା ମୃତଦେହଉଦ୍ଧାର ହୋଇଛି। ସକାଳ ପ୍ରାୟ ୮ଟା ୨୦ ମିନିଟ୍ ସମୟରେ ଅଭିନବ ବିଡ଼ାନାସୀ ଅଗ୍ନିଶମସେବା କର୍ମଚାରୀମାନେ ଲାଲବାଗ ଥାନା ସମ୍ମୁଖ କାଠଯୋଡ଼ି ନଦୀରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ଉଦ୍ଧାର ପରେ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ କଟକ ବଡ଼ ମେଡିକାଲକୁ ପଠାଯାଇଛି। ତେବେ ମୃତକଙ୍କ ପରିଚୟ ଏଯାଏଁ ମିଳିପାରି ନାହିଁ।

ସାଧାରଣରେ ଚିନ୍ତାର ବିଷୟ

ସୂଚନାଯୋଗ୍ୟ ଯେ, କଟକର କାଠଯୋଡ଼ି ଓ ମହାନଦୀରୁ ନିୟମିତ ବ୍ୟବଧାନରେ ଏଭଳି ଅଜଣା ମୃତଦେହ ଉଦ୍ଧାର ହେଉଥିବା ଦେଖିବାକୁ ମିଳୁଛି, ଯାହାକି ସାଧାରଣରେ ଚିନ୍ତାର ବିଷୟ ପାଲଟିଛି।

ସୂଚନାଯୋଗ୍ୟ, ବାରଙ୍ଗ ପାଟପୁର କାଠଯୋଡ଼ି ନଦୀପଠାରୁ ଗତ ମଇ ୨୧ ତାରିଖ ରେ ପୁଲିସ ଜଣେ ଅପରିଚିତ ମହିଳାଙ୍କ ଗଳିତ ଶବକୁ ବାଲି ତଳୁ ବାହାର କରି ଜବତ କରିଥିଲା। ପ୍ରାୟ ୩୫ ବର୍ଷ ବୟସର ଏହି ମହିଳାଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରି ନିକାଞ୍ଚନ ନଦୀପଠାରେ ପୋତି ଦେଇଥିବା ଚର୍ଚ୍ଚା ହେଉଛି ଏବଂ ପୁଲିସ ମଧ୍ୟ ସନ୍ଦେହ କରି ସେହି ଦିଗରେ ତଦନ୍ତ ଚଳାଇଥିଲା। ମୃତଦେହ ପୋତା ହୋଇଥିବା ସ୍ଥଳ, ସେଠାକୁ ଲମ୍ବିଥିବା ପାଦଚଲା ରାସ୍ତା, ଦୁର୍ବୃତ୍ତମାନଙ୍କ ତରବର କାରଣରୁ ଭଲ ଭାବେ ପୋତି ହୋଇନଥିବା ମୃତଦେହ ଆଦି ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି କୁହାଗଲା। କଟକ ଡିସିପିଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀ ଓ ବାରଙ୍ଗ ଥାନା ପୁଲିସ ଘଟଣାସ୍ଥଳରେ ସନ୍ଧାନୀ କୁୁକୁର, ସାଇଣ୍ଟିଫିକ୍‌ ଟିମ୍‌ ସହଯୋଗରେ ଛାନ୍‌ଭିନ୍‌ କରିଛି ଏବଂ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠାଇଥିଲା।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button