ରାଜ୍ୟ

Vigilance: ଶ୍ରମ ଅଧିକାରୀ ଆକାଶ ବିଷୋୟୀଙ୍କ ଘରୁ ନଗଦ ୭ ଲକ୍ଷ ୨୯ ହଜାର ଟଙ୍କା ଓ ୩୦୦ ଗ୍ରାମ୍ ସୁନା ଜବତ

ଲାଞ୍ଚ ନେଇ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍‌ସ) ହାତରେ ଗତକାଲି ଧରାପଡ଼ିଥିବା କେନ୍ଦୁଝରଜିଲ୍ଲା ଶ୍ରମ ଅଧିକାରୀ ଆକାଶ ବିଷୋୟୀଙ୍କ ଘରୁ ନଗଦ ୭ ଲକ୍ଷ ୨୯ ହଜାର ଟଙ୍କା ଓ ୩୦୦ ଗ୍ରାମ୍ ସୁନା ଜବତ ହୋଇଛି।

ଭୁବନେଶ୍ବର: ଲାଞ୍ଚ ନେଇ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍‌ସ) ହାତରେ ଗତକାଲି ଧରାପଡ଼ିଥିବା କେନ୍ଦୁଝରଜିଲ୍ଲା ଶ୍ରମ ଅଧିକାରୀ ଆକାଶ ବିଷୋୟୀଙ୍କ ଘରୁ ନଗଦ ୭ ଲକ୍ଷ ୨୯ ହଜାର ଟଙ୍କା ଓ ୩୦୦ ଗ୍ରାମ୍ ସୁନା ଜବତ ହୋଇଛି। ତାଙ୍କର ସରକାରୀ କ୍ବାର୍ଟରରୁ ଏହା ଜବତ କରାଯାଇଛି।

ଜଣେ ବିଦ୍ୟୁତ୍‌ ଠିକାଦାର ନିକଟରୁ ୨୦ହଜାର ଟଙ୍କା ଲାଞ୍ଚ ନେଇ କେନ୍ଦୁଝରଜିଲ୍ଲା ଶ୍ରମ ଅଧିକାରୀ ଆକାଶ ବିଷୋୟୀ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍‌ସ) ହାତରେ ଧରାପଡ଼ିଥିଲେ।

ଅଭିଯୋଗ ଅନୁସାରେ, ଠିକାଦାରଙ୍କ କମ୍ପାନୀକୁ ଟିପିଏନ୍‌ଓଡିଏଲ୍‌ର ବୈଦ୍ୟୁତିକ କାମ ପ୍ରଦାନ ହୋଇଥିଲା। ଏହି କାମରେ ଶ୍ରମିକଙ୍କୁ ନିଯୁକ୍ତି କରିବାକୁ ଶ୍ରମ ବିଭାଗ ନିକଟରୁ ଅନୁମତି ନେବାକୁ ପଡ଼ିଥାଏ। ଏଥିପାଇଁ ସେ  ୧୪ ଅଗଷ୍ଟରେ ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରିଥିଲେ।

ଶ୍ରମ ଅଧିକାରୀ ଆକାଶ ବିଷୋୟୀ ୨୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ

୧୬ ତାରିଖରେ ସେ ଆବେଦନର ଅଗ୍ରଗତି ସମ୍ପର୍କରେ ଶ୍ରମ ବିଭାଗ ଅଧିକାରୀଙ୍କୁ ପଚାରିଥିଲେ। ତେବେ ଅନୁମତି ପତ୍ର ଦେବା ନିମନ୍ତେ ଶ୍ରମ ଅଧିକାରୀ ବିଷୋୟୀ ୨୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଠିକାଦାର ଜଣକ ଭିଜିଲାନ୍‌ସର ଦ୍ବାରସ୍ଥ ହୋଇଥିଲେ। ଅଭିଯୋଗ ଭିତ୍ତିରେ ଭିଜିଲାନ୍‌ସ ଟିମ୍‌ ଉକ୍ତ ଶ୍ରମ ଅଧିକାରୀଙ୍କୁ ରଙ୍ଗେହାତ ଧରିବାକୁ ଯୋଜନା କରିଥିଲା।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button