ଖେଳ

Deepti Sharma: ୧୫୦ତମ ମ୍ୟାଚ୍‌ରେ ଦୀପ୍ତିଙ୍କ ନାମରେ ବିଶ୍ୱ ରେକର୍ଡ, ୦/୩ରେ କଲେ ବଡ଼ କୀର୍ତ୍ତିମାନ

ନୂଆଦିଲ୍ଲୀ,୩୧/୦୮: ଭାରତୀୟ ମହିଳା କ୍ରିକେଟ୍ ଦଳ ଏକ ଚମତ୍କାର ବିଜୟ ସହିତ ଏସିଆ କପ୍ ୨୦୨୬ ଆରମ୍ଭ କରିଛି । ହର୍ମମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତ ପ୍ରଥମ ମ୍ୟାଚରେ ଥାଇଲାଣ୍ଡକୁ ହରଇ ଜବରଦସ୍ତ ବିଜୟ ହାସଲ କରିଛି । ଏହି ମ୍ୟାଚରେ ଦୀପ୍ତି ଶର୍ମା ସବୁଠାରୁ ଅଧିକ ଚର୍ଚ୍ଚିତ ଥିଲେ । ଥାଇଲାଣ୍ଡ ବିପକ୍ଷ ମ୍ୟାଚରେ ଦିପ୍ତୀ ନିଜର ୧୫୦ତମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚକୁ ସ୍ମରଣୀୟ କରିଥିଲେ । ସେ ଏପରି ବୋଲିଂ କରିଥିଲେ ଯେ, ସେ ମହିଳା ଟି-୨୦ କ୍ରିକେଟରେ ବିଶ୍ୱର ସବୁଠାରୁ ସଫଳ ବୋଲର ହୋଇଥିଲେ । ମହିଳା ଟି-ଟ୍ୱେଣ୍ଟିରେ ସର୍ବାଧିକ ୱିକେଟ୍ ଟେକର ହୋଇଛନ୍ତି । ଏହା ସହିତ ସେ ବିନା ରନ୍ ଦେଇ ୩ କିମ୍ବା ତାଠାରୁ ଅଧିକ ୱିକେଟ୍ ନେଇଥିବା ପ୍ରଥମ ଭାରତୀୟ ବୋଲର ହୋଇଛନ୍ତି । ୧୫୦ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳି ୧୭୧ଟି ୱିକେଟ୍ ହାସଲ କରି ସାରିଚନ୍ତି ଦୀପ୍ତି । ଆଗକୁ ଏ ସଂଖ୍ୟା ଆହରୁ ବଢିବ ।

୩ ବଲ୍ ରେ ୭ ୱିକେଟ୍ ଏବଂ କୌଣସି ରନ୍ ନାହିଁ- ଦୀପ୍ତି ଶର୍ମା ଥାଇଲାଣ୍ଡ ବିପକ୍ଷରେ ମାତ୍ର ୭ ବଲ ବୋଲିଂ କରି ୩ ୱିକେଟ୍ ନେଇଥିଲେ । ବିଶେଷ କଥା ହେଉଛି ତାଙ୍କ ଆକାଉଣ୍ଟକୁ ଗୋଟିଏ ରନ୍ ମଧ୍ୟ ଯାଇ ନାହିଁ । ଶୂନ ରନ ସହ ୩ ୱିକେଟ୍ ହାସଲ କରିଥିଲେ । ଥାଇଲ୍ୟାଣ୍ଡର ନବମ ଓଭରରେ ଦୁଇଟି ୱିକେଟ୍ ନେଇ ଦୀପ୍ତି ପ୍ରଥମେ ଦଳକୁ ଅସୁବିଧାରେ ପକାଇଥିଲେ । ଏହା ପରେ ସେ ୧୭ ତମ ଓଭରରେ ବୋଲିଂ କରିବାକୁ ଫେରିଥିଲେ । ପ୍ରଥମ ବଲରେ ଗୋଟିଏ ୱିକେଟ୍ ପାଇଥିଲେ । ଏହି ୱିକେଟ୍ ସହ ସେ ନିଜ ନାଁରେ ଏକ ବଡ଼ ରେକର୍ଡ କରିଥିଲେ ।

ସର୍ବାଧିକ ୱିକେଟ୍ ନେଇଥିବା ବୋଲର- ଦୀପ୍ତିଙ୍କ ଏହି ତିନୋଟି ୱିକେଟ୍ ସହିତ ତାଙ୍କ ଟି-୨୦ ଅନ୍ତର୍ଜାତୀୟ ୱିକେଟ୍ ସଂଖ୍ୟା ୧୭୧କୁ ବୃଦ୍ଧି ପାଇଛି । ସେ ଥାଇଲାଣ୍ଡର ଥିପାଚା ପୁଥାୱଙ୍ଗଙ୍କୁ ପଛରେ ପକାଇ ଦେଇଛନ୍ତି, ଯିଏକି ୧୭୦ ୱିକେଟ୍ ନେଇଛନ୍ତି  । ଏବେ ମହିଳା ଟି-୨୦ କ୍ରିକେଟରେ ଦୀପ୍ତି ଶର୍ମା ସର୍ବାଧିକ ୱିକେଟ୍ ନେଇଛନ୍ତି । ତାଙ୍କ ପରେ ପୁଥାୱଙ୍ଗ ୧୭୦ ୱିକେଟ୍ ସହ ଦ୍ୱିତୀୟ ସ୍ଥାନରେ ରହିଛି । ରୁୱାଣ୍ଡାର ହେନରିଏଟ୍ ଇଶିମୱେ ୧୬୪ ୱିକେଟ୍ ସହ ତୃତୀୟ ସ୍ଥାନରେ ଥିବା ବେଳେ ଇଂଲଣ୍ଡର ସୋଫି ଏକ୍ଲେଷ୍ଟୋନ୍ ୧୫୪ ୱିକେଟ୍ ସହ ଚତୁର୍ଥ ସ୍ଥାନରେ ଅଛନ୍ତି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button