ମହାନଗର
BuddhaNath Temple: ବୁଦ୍ଧନାଥ ମନ୍ଦିରର ସୌନ୍ଦର୍ଯ୍ୟୀକରଣ ଦାବି
ରାଜଧାନୀ ଉପକଣ୍ଠ ବାଲିପାଟଣା ଗାରେଡ଼ିପାଞ୍ଚଣ ଗ୍ରାମରେ ରହିଛି ୧୨ଶହ ଶତାବ୍ଦୀର ଶ୍ରୀବୁଦ୍ଧନାଥ ମନ୍ଦିର। ପ୍ରତ୍ନତତ୍ତ୍ବ ବିଭାଗ ଅଧୀନରେ ଏହି ପ୍ରାଚୀନ ମନ୍ଦିରଟି ରହିଛ ଏବଂ ପ୍ରତ୍ନତତ୍ତ୍ବ ବିଭାଗ ଏହାର ରକ୍ଷଣାବେକ୍ଷଣ କରୁଛି।

ବାଲିପାଟଣା: ରାଜଧାନୀ ଉପକଣ୍ଠ ବାଲିପାଟଣା ଗାରେଡ଼ିପାଞ୍ଚଣ ଗ୍ରାମରେ ରହିଛି ୧୨ଶହ ଶତାବ୍ଦୀର ଶ୍ରୀବୁଦ୍ଧନାଥ ମନ୍ଦିର। ପ୍ରତ୍ନତତ୍ତ୍ବ ବିଭାଗ ଅଧୀନରେ ଏହି ପ୍ରାଚୀନ ମନ୍ଦିରଟି ରହିଛ ଏବଂ ପ୍ରତ୍ନତତ୍ତ୍ବ ବିଭାଗ ଏହାର ରକ୍ଷଣାବେକ୍ଷଣ କରୁଛି। କିନ୍ତୁ ଏପର୍ଯ୍ୟନ୍ତ ଏହାକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ମିଳିପାରିନାହିଁ। ଏବେ ମନ୍ଦିର ଗର୍ଭଗୃହରୁ ବର୍ଷା ପାଣି ଗଳୁଛି ବୋଲି ବଡ଼ପଣ୍ଡା ଚନ୍ଦ୍ରଶେଖର ପଣ୍ଡା କହିଛନ୍ତି। ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନଙ୍କ ସୁବିଧା ପାଇଁ ଅନେକ କିଛି କାମ ବାକି ରହିଛି। ତେଣୁ ଏହି ମନ୍ଦିରର ସୌନ୍ଦର୍ଯ୍ୟୀକରଣ କରିବା ଓ ଶ୍ରଦ୍ଧାଳୁମାନଙ୍କ ସୁବିଧା ପାଇଁ ପଦକ୍ଷେପ ନେବାରୁ ସ୍ଥାନୀୟ ଲୋକେ ବ୍ଲକ୍ ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି ଏବଂ ବିଡିଓଙ୍କୁ ଦାବିପତ୍ର ଦେଇଛନ୍ତି।
ବାଲିପାଟଣା ବ୍ଲକ୍ ବିଡିଓ ଶୁଭ୍ରାଂଶୁ ଶେଖର ପାଢ଼ୀ, ସହକାରୀ ଯନ୍ତ୍ରୀ ଅର୍ଚ୍ଚନା ଦାଶ, ଯନ୍ତ୍ରୀ ବର୍ଷା ମଲ୍ଲ ପ୍ରମୁଖ ଆଜି ଏହି ମନ୍ଦିର ପରିଦର୍ଶନ କରିଛନ୍ତି। ପ୍ରଶାସନ ତରଫରୁ ଯଥାସମ୍ଭବ ସହଯୋଗ ଯୋଗାଇ ଦିଆଯିବ ବୋଲି ବିଡିଓ ଶ୍ରୀ ପାଢ଼ୀ ପ୍ରତିଶ୍ରୁତି ଦେଇଛନ୍ତି। ବିଡିଓଙ୍କ ନେତୃତ୍ବରେ ଆସିଥିବା ଏହି ଟିମ୍କୁ ମନ୍ଦିର ଟ୍ରଷ୍ଟର ସଦସ୍ୟ ମିଲୁ ପଣ୍ଡା, ସୁନୀଲ କୁମାର ପଣ୍ଡା, ଦିଲୀପ କୁମାର ଓଝା, ରମେଶ ଚନ୍ଦ୍ର ରଥ ଓ ଅଭିମନ୍ୟୁ ନାୟକ ପ୍ରମୁଖ ମନ୍ଦିରର ସମସ୍ୟାଗୁଡ଼ିକ ବୁଲି ଦେଖାଇଥିଲେ।
ସୌଜନ୍ୟ ସମ୍ବାଦ




