Hormuz: ହର୍ମୁଜ୍ ଆମ ନିୟନ୍ତ୍ରଣରେ ଅଛି: ପୁଣି ଦାବି କଲେ ଟ୍ରମ୍ପ
ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା କମିବାର ନା ଧରୁନି। ବିବାଦ ଦିନକୁ ଦିନ ପୁଣି ଘନେଇବାରେ ଲାଗିଛି। ଆମେରିକା ପୁଣି ଥରେ ଇରାନ ଉପରେ ଆକ୍ରମଣ କରିଛି। ଆକ୍ରମଣ ଦ୍ୱାରା ଇରାନର ଅର୍ଥନୀତି ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ ପାଇଛି।

ୱାସିଂଟନ:ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା କମିବାର ନା ଧରୁନି। ବିବାଦ ଦିନକୁ ଦିନ ପୁଣି ଘନେଇବାରେ ଲାଗିଛି। ଆମେରିକା ପୁଣି ଥରେ ଇରାନ ଉପରେ ଆକ୍ରମଣ କରିଛି। ଏହା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ଟ୍ରୁଥ୍ ସୋସିଆଲରେ ଏକ ପୋଷ୍ଟରେ ଦାବି କରିଛନ୍ତି ଯେ, ହର୍ମୁଜ୍ ପ୍ରଣାଳୀ ଏବେ ପ୍ରାୟ ସମ୍ପୂର୍ଣ୍ଣ ଭାବରେ ଆମେରିକା ନିୟନ୍ତ୍ରଣରେ ଅଛି। ସେ ଏହା ମଧ୍ୟ କହିଛନ୍ତି ଯେ ପ୍ରତିବନ୍ଧକ ଏବଂ ଆକ୍ରମଣ ଦ୍ୱାରା ଇରାନର ଅର୍ଥନୀତି ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ ପାଇଛି।
ଆଲୋଚନା ଟେବୁଲକୁ ଆଣିବାକୁ ଚେଷ୍ଟା
ଟ୍ରମ୍ପ ଆମେରିକୀୟ ଟେଲିଭିଜନ ନେଟୱାର୍କ ଏବିସି ନ୍ୟୁଜ୍ ରିପୋର୍ଟକୁ ଖଣ୍ଡନ କରି କହିଛନ୍ତି ଯେ, ସେଥିରେ ଫେକ୍ ନ୍ୟୁଜ୍ ପ୍ରକାଶ ପାଇଛି ମୁଁ ତେହେରାନକୁ ପୁଣି ଥରେ ଆଲୋଚନା ଟେବୁଲକୁ ଆଣିବାକୁ ଚେଷ୍ଟା କରୁଛି। ଇରାନକୁ ଏକ ଚୁକ୍ତି ପାଇଁ ବାଧ୍ୟ କରିବାରେ ମୋର କୌଣସି ଆଗ୍ରହ ନାହିଁ।ଫେବ୍ରୁଆରିରେ ସଂଘର୍ଷ ଆରମ୍ଭ ହେବା ପରଠାରୁ, ଟ୍ରମ୍ପ ବାରମ୍ବାର ଦାବି କରିଆସୁଛନ୍ତି ଯେ, ଆମେରିକା ହର୍ମୁଜ୍ ପ୍ରଣାଳୀକୁ ନିଜ ନିୟନ୍ତ୍ରଣକୁ ନେଇସାରିଛି। ତେବେ ତେହେରାନ ୱାସିଂଟନର ଦାବିକୁ ମିଛ ବୋଲି କହି ଖଣ୍ଡନ କରିଛି ଏବଂ କହିଛି ଯେ, ରଣନୈତିକ ଜଳପଥ ଇରାନ ନିୟନ୍ତ୍ରଣରେ ରହିଛି।
ସୌଜନ୍ୟ ସମ୍ବାଦ




