ଖେଳ

Indian squad for Afghanistan T20: ଆଫଗାନିସ୍ତାନ ଟ୍ବେଣ୍ଟି-୨୦ ଲାଗି ଭାରତୀୟ ଦଳ: ଫେରିଲେ ସଂଜୁ, ବରୁଣ

ଚଳିତ ମାସ ୧୩ରୁ ୧୭ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀସ୍ଥିତ ଅରୁଣ ଜେଟ୍‌ଲୀ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଆଫଗାନିସ୍ତାନ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ଲାଗି ଭାରତୀୟ ଦଳ ମଙ୍ଗଳବାର ଘୋଷିତ ହୋଇଛି।

ନୂଆଦିଲ୍ଲୀ: ଚଳିତ ମାସ ୧୩ରୁ ୧୭ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀସ୍ଥିତ ଅରୁଣ ଜେଟ୍‌ଲୀ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଆଫଗାନିସ୍ତାନ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ଲାଗି ଭାରତୀୟ ଦଳ ମଙ୍ଗଳବାର ଘୋଷିତ ହୋଇଛି। ଜିମ୍ବାୱେ ବିପକ୍ଷ ଶୃଙ୍ଖଳା ଖେଳି ନଥିବା ସଂଜୁ ସାମ୍‌ସନ୍‌ ଦଳକୁ ଫେରିଥିଲା ବେଳେ ଯଶପ୍ରୀତ ବୁମ୍‌ରା, ହର୍ଷିତ ରାଣା, ୱାସିଂଟନ୍‌ ସୁନ୍ଦର ଓ ନୀତୀଶ କୁମାର ରେଡ୍ଡୀଙ୍କୁ ଫିଟ୍‌ନେସ୍‌ ପ୍ରମାଣ ସର୍ତ୍ତରେ ଦଳରେ ସାମିଲ ହୋଇଛନ୍ତି। ପାଦ ଜନିତ ଆହତ ସମସ୍ୟାରୁ ମୁକୁଳିଥିବା ବରୁଣ ଚକ୍ରବର୍ତ୍ତୀ ମଧ୍ୟ ଫେରିଛନ୍ତି। ଏସୀୟ କ୍ରୀଡ଼ା ପୂର୍ବରୁ ଭାରତ ପାଇଁ ଏହି ଶୃଙ୍ଖଳା ଗୁରୁତ୍ବପୂର୍ଣ୍ଣ ରହିଛି।

ଫିଟ୍‌ନେସ୍‌ ସର୍ତ୍ତରେ ବୁମ୍‌ରା, ସୁନ୍ଦର, ରାଣା, ରେଡ୍ଡୀ ସାମିଲ

ଦଳ ଜିମ୍ବାୱେରେ ଟ୍ବେଣ୍ଟି-୨୦ ଜିତିଥିଲା ବେଳେ ଏହା ପୂର୍ବରୁ ଆୟର୍ଲାଣ୍ଡ (୦-୨) ଓ ଇଂଲଣ୍ଡ (୦-୪) ଗସ୍ତରେ ମୂଳପୋଛ ହୋଇଥିଲା। ସେହିଭଳି ଇଂଲଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳାକୁ ମଧ୍ୟ ୧-୨ରେ ହାରିବାର ଲଜ୍ଜାଜନକ ଫଳ ପାଇଥିଲା। ଏବେ ଘରୋଇ ପରିବେଶରେ ଆଫଗାନସ୍ତାନ ବିପକ୍ଷରେ ସେହି ଦୁଃଖ ଦୂର କରିବାର ସମୟ ଆସିଯାଇଛି।  ଅନ୍ୟପକ୍ଷରେ ଆଫଗାନିସ୍ତାନ ବିଶ୍ବକପ୍‌ ପରଠୁ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିନି। ବିଶ୍ବକପ୍‌ରେ ଏହି ଦଳ ୪ ସୁପର-୮ ମ୍ୟାଚ୍‌ରୁ ୨ଟିରେ ଜିତି ଆଗକୁ ବଢ଼ିପାରି ନଥିଲା।

ଭାରତୀୟ ଦଳ: ଶ୍ରେୟସ ଆୟର (ଅଧିନାୟକ), ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ସଂଜୁ ସାମ୍‌ସନ୍‌ (ୱିକେଟ୍‌କିପର), ଈଶାନ କିଶନ (ୱିକେଟ୍‌କିପର), ତିଳକ ବର୍ମା (ଉପଅଧିନାୟକ), ଶିବମ ଦୁବେ, ନୀତୀଶ କୁମାର ରେଡ୍ଡୀ*, ଅକ୍ଷର ପଟେଲ, ୱାସିଂଟନ ସୁନ୍ଦର*, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ଯଶପ୍ରୀତ ବୁମ୍‌ରା*, ଅର୍ଶଦୀପ ସିଂହ, ହର୍ଷିତ ରାଣା*।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button