ଖେଳ

US Open: ୟୁଏସ୍‌ ଓପନ୍‌: ଜନ୍ମଦିନରେ ମନ୍‌ଫିଲ୍ସଙ୍କ ବିଜୟ

ୟୁଏସ୍‌ ଓପନ୍‌ ଟେନିସ୍‌ର ଦ୍ବିତୀୟ ରାଉଣ୍ଡରେ ଗେଲ୍‌ ମନଫିଲ୍ସ, ଇଟାଲିର ଫ୍ଲାବିଓ କୋବୋଲି ଓ ଆମେରିକାର ଟେଲର ଫ୍ରିଜ୍‌ ପ୍ରବେଶ କରିଛନ୍ତି। ପୁରୁଷ ଏକକ ପ୍ରଥମ ରାଉଣ୍ଡ ମୁକାବିଲାରେ ଫ୍ରାନ୍ସର ମନ୍‌ଫିଲ୍ସ ୨-୬, ୬-୧, ୬-୨ ସେଟ୍‌ରେ ପାରାଗୁଏର ଆଡୋଲ୍‌ଫୋ ଡାନିଏଲ୍‌ ଭାଲେଜୋଙ୍କୁ ହରାଇଛନ୍ତି।

ନ୍ୟୁୟର୍କ: ଚଳିତ ୟୁଏସ୍‌ ଓପନ୍‌ ଟେନିସ୍‌ ପ୍ରତିଯୋଗିତାର ଦ୍ବିତୀୟ ରାଉଣ୍ଡରେ ଗେଲ୍‌ ମନଫିଲ୍ସ, ଇଟାଲିର ଫ୍ଲାବିଓ କୋବୋଲି ଓ ଆମେରିକାର ଟେଲର ଫ୍ରିଜ୍‌ ପ୍ରବେଶ କରିଛନ୍ତି। ପୁରୁଷ ଏକକ ପ୍ରଥମ ରାଉଣ୍ଡ ମୁକାବିଲାରେ ଫ୍ରାନ୍ସର ମନ୍‌ଫିଲ୍ସ ୨-୬, ୬-୧, ୬-୨ ସେଟ୍‌ରେ ପାରାଗୁଏର ଆଡୋଲ୍‌ଫୋ ଡାନିଏଲ୍‌ ଭାଲେଜୋଙ୍କୁ ହରାଇ ନିଜର ୪୦ତମ ଜନ୍ମଦିନକୁ ଆହୁରି ସ୍ମରଣୀୟ କରିଛନ୍ତି। ଏଥିସହ ୧୯୯୨ରେ ଜିମି କୋନୋର୍ସ (୪୦ ବର୍ଷ)ଙ୍କ ପରେ ଫ୍ଲସିଂମିଡୋଜ୍‌ରେ ମୁଖ୍ୟ ଡ୍ର’ ମ୍ୟାଚ୍‌ ଜିତିବାରେ ମନ୍‌ଫିଲ୍ସ ବୟୋଜ୍ୟୋଷ୍ଠ ଖେଳାଳି ହୋଇଛନ୍ତି। ପଞ୍ଚମ ମାନ୍ୟତାପ୍ରାପ୍ତ କୋବୋଲି ନିଜ କ୍ୟାରିୟର୍‌ରେ ପ୍ରଥମ ଥର ଆରମ୍ଭରୁ ୨ ସେଟ୍‌ ପଛରେ ପଡ଼ିଲା ବେଳେ ମ୍ୟାଚ୍‌ ଜିତିଛନ୍ତି। ସେ ୪ ଘଣ୍ଟା ୧୩ ମିନିଟ୍‌ର ସଂଘର୍ଷ ପରେ ୩-୬, ୨-୬, ୬-୩, ୬-୪, ୬-୪ ସେଟ୍‌ରେ ଆର୍ଜେଣ୍ଟିନାର ଫ୍ରାନ୍‌ସିସ୍କୋ କୋମେସାନାଙ୍କୁ ହରାଇଛନ୍ତି। ନବମ ମାନ୍ୟତାପ୍ରାପ୍ତ ଫ୍ରିଜ୍‌ ୬-୩, ୬-୨, ୬-୪ ସେଟ୍‌ରେ ନିଜ ଦେଶର ୧୮ ବର୍ଷୀୟ ଡରୱିନ୍‌ ବ୍ଲାଞ୍ଚଙ୍କୁ ପରାସ୍ତ କରିଛନ୍ତି।

୧୮ ବର୍ଷୀୟ ଡରୱିନ୍‌ ବ୍ଲାଞ୍ଚ ପରାସ୍ତ

ସେହିଭଳି ମହିଳା ଏକକରେ ବିଶ୍ବର ୨ନମ୍ବର ଏଲିନା ରିବାକିନା, ପୂର୍ବତନ ବିଜୟିନୀ କୋକୋ ଗଫ୍‌, ମାଡିସନ୍‌ କିଜ୍‌ ଓ ଫ୍ରେଞ୍ଚ ଓପନ୍‌ ବିଜୟିନର ମୀରା ଆନ୍ଦ୍ରିଭା ଆଗକୁ ବଢ଼ିଛନ୍ତି। କାଜାଖସ୍ତାନର ରିବାକିନା ୬-୩, ୬-୨ ସେଟ୍‌ରେ ଆମେରିକାର ସ୍ବଳ୍ପ ବୟସ୍କା ଯୁବତୀ ଥିଆ ଫ୍ରୋଡିନ୍‌ଙ୍କୁ, ସ୍ଥାନୀୟ ଖେଳାଳି ଗଫ୍‌ ୬-୩, ୬-୪ ସେଟ୍‌ରେ ତୁର୍କିର ଜେନେପ୍‌ ସୋନ୍‌ମେଜ୍‌ଙ୍କୁ, ପଞ୍ଚମ ମାନ୍ୟତାପ୍ରାପ୍ତ ରୁଷିଆର ଆନ୍ଦ୍ରିଭା ୬-୨, ୬-୨ ସେଟ୍‌ରେ ବିଶ୍ବର ୩୬ ନମ୍ବର ଇଣ୍ଡୋନେସିଆ ଖେଳାଳି ଜାନିକେ ତିଜେନ୍‌ଙ୍କୁ ଏବଂ ଆମେରିକାର କିଜ୍‌ ୭-୫, ୬-୪ ସେଟ୍‌ରେ ରୁଷୀୟ ଯୁବତୀ ଏଲିନା କୋର୍ନୀଭାଙ୍କୁ ହରାଇଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button