ଖେଳ

ବୈଭବ ସୂର୍ଯ୍ୟବଂଶୀଙ୍କ ୬ ଐତିହାସିକ ରେକର୍ଡ, ଭାଙ୍ଗିବା ପ୍ରାୟ ଅସମ୍ଭବ!

ନୂଆଦିଲ୍ଲୀ,୨।୯: ଖୁବ କମ ବୟସରେ କ୍ରିକେଟ ଜଗତରେ ବଡ଼ ନାଁ କରିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ସେ ଯେଉଁ ସିରିଜ କିମ୍ବା ଟୁର୍ନାମେଣ୍ଟରେ ଖେଳୁଛନ୍ତି, ସେଠାରେ କୌଣସି ନା କୌଣସି ବଡ଼ ରେକର୍ଡ ନିଜ ନାଁରେ କରି ଚର୍ଚ୍ଚାକୁ ଆସୁଛନ୍ତି। ନିଜର ଛୋଟ କ୍ରିକେଟ କ୍ୟାରିୟରରେ ହିଁ ସେ ଏପରି ୬ଟି ରେକର୍ଡ କରିଛନ୍ତି, ଯାହା ଭାଙ୍ଗିବା ଆଗାମୀ ଦିନରେ ମଧ୍ୟ ବେଶ କଷ୍ଟକର ହେବ।

ମାତ୍ର ୧୩ ବର୍ଷ ବୟସରେ ବୈଭବ ଆଇପିଏଲ ଭଳି ବିଶ୍ୱର ଲୋକପ୍ରିୟ ଟି-୨୦ ଲିଗରେ ନିଜ ସ୍ଥାନ ପକ୍କା କରିଥିଲେ। ଆଇପିଏଲରେ ମଧ୍ୟ ସେ ଅନେକ ବଡ଼ ରେକର୍ଡ ନିଜ ନାଁରେ କରିଛନ୍ତି। ଆଇପିଏଲ ଇତିହାସରେ ଭାରତୀୟ ବ୍ୟାଟରଙ୍କ ମଧ୍ୟରେ ସବୁଠାରୁ ଦ୍ରୁତ ଶତକ ହାସଲ କରିବାର ରେକର୍ଡ ମଧ୍ୟ ବୈଭବଙ୍କ ନାଁରେ ରହିଛି।

ଆଇପିଏଲ, ଇଣ୍ଡିଆ-ଏ ଏବଂ ଅଣ୍ଡର-୧୯ ବିଶ୍ୱକପ ପରେ ଏବେ ରେଡ-ବଲ କ୍ରିକେଟରେ ମଧ୍ୟ ନିଜର ଦମ ଦେଖାଇବା ଆରମ୍ଭ କରିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଦୁଲୀପ ଟ୍ରଫିରେ ମଧ୍ୟ ସେ ଇତିହାସ ରଚିଛନ୍ତି। ମାତ୍ର ୧୫ ବର୍ଷ ୧୫୭ ଦିନ ବୟସରେ ଅର୍ଦ୍ଧଶତକ ହାସଲ କରି ସେ ଦୁଲୀପ ଟ୍ରଫି ଇତିହାସରେ ସବୁଠାରୁ କମ ବୟସରେ ଫିଫ୍ଟି ମାରିଥିବା ବ୍ୟାଟର ହୋଇଛନ୍ତି। ବୈଭବ ମାତ୍ର ୪୨ଟି ବଲରେ ଏହି ଅର୍ଦ୍ଧଶତକ ପୂରଣ କରିଥିଲେ। ଏହା ସହ ସେ ୫୭ ବର୍ଷ ପୁରୁଣା ରେକର୍ଡକୁ ମଧ୍ୟ ପଛରେ ପକାଇଛନ୍ତି।

ବୈଭବ ସୂର୍ଯ୍ୟବଂଶୀଙ୍କ ୬ଟି ଐତିହାସିକ ରେକର୍ଡ

୧. ଟି-୨୦ରେ ସବୁଠାରୁ କମ ବୟସରେ ଶତକ ୧୪ ବର୍ଷ ୩୨ ଦିନ ବୟସରେ ଶତକ ହାସଲ କରି ରେକର୍ଡ।

୨. ଲିଷ୍ଟ-ଏରେ ସବୁଠାରୁ କମ ବୟସରେ ଶତକ ୧୪ ବର୍ଷ ୨୭୨ ଦିନ ବୟସରେ ଶତକ

୩. ଲିଷ୍ଟ-ଏ କ୍ରିକେଟ୍ରେ ଦ୍ରୁତତମ ଅର୍ଦ୍ଧଶତକ ମାତ୍ର ୧୧ଟି ବଲ୍ରେ ଫିଫ୍ଟି

୪. ସବୁଠାରୁ କମ ବୟସରେ ଭାରତ ପାଇଁ ଡେବ୍ୟୁ ୧୫ ବର୍ଷ ୯୯ ଦିନ ବୟସରେ ଭାରତୀୟ ଦଳରେ ପଦାର୍ପଣ

୫. ଟି-୨୦ ଅନ୍ତର୍ଜାତୀୟରେ ସବୁଠାରୁ କମ ବୟସରେ ଅର୍ଦ୍ଧଶତକ କମ ବୟସରେ ଏହି ବଡ଼ ଉପଲବ୍ଧି ହାସଲ କରିଛନ୍ତି

୬. ଦୁଲୀପ ଟ୍ରଫିରେ ସବୁଠାରୁ କମ ବୟସରେ ଅର୍ଦ୍ଧଶତକ ୧୫ ବର୍ଷ ୧୫୭ ଦିନ ବୟସରେ ଫିଫ୍ଟି କରି ଇତିହାସ ରଚିଛନ୍ତି

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button