ଖେଳ

ଟିମ ଇଣ୍ଡିଆରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ସ୍ଥାନ, କାନ୍ଦିଲେ ବଡ଼ ବଡ଼ ଖେଳାଳି!

ନୂଆଦିଲ୍ଲୀ,୨।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଟିମ ଇଣ୍ଡିଆ ଘୋଷଣା କରିଛି। ଦଳରେ ଗୋଟିଏ କିମ୍ବା ଦୁଇଟି ନୁହେଁ, ବରଂ ମୋଟ ୮ଟି ବଡ଼ ପରିବର୍ତ୍ତନ କରାଯାଇଛି। ଏହାରି ମଧ୍ୟରେ ୧୫ ବର୍ଷୀୟ ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ନିଜ ସ୍ଥାନ ବଜାୟ ରଖିଛନ୍ତି। ଦୁଲୀପ ଟ୍ରଫି ସେମିଫାଇନାଲରେ ଦମଦାର ପ୍ରଦର୍ଶନ ପରେ ବୈଭବଙ୍କୁ ପୁଣିଥରେ ଟିମ ଇଣ୍ଡିଆରେ ସୁଯୋଗ ମିଳିଛି।

ଏହା ସହ ଉଇକେଟ୍‌କିପର-ବ୍ୟାଟର ସଞ୍ଜୁ ସାମସନଙ୍କ ମଧ୍ୟ ଦଳକୁ ପ୍ରତ୍ୟାବର୍ତ୍ତନ ହୋଇଛି। ତେବେ ଦଳରେ ସାମିଲ ହୋଇଥିବା ୪ ଜଣ ଖେଳାଳି ଏବେ ସମ୍ପୂର୍ଣ୍ଣ ଫିଟ ନାହାନ୍ତି। ସେମାନେ ଫିଟନେସ କ୍ଲିୟରାନ୍ସ ପାଇଲେ ହିଁ ଆଫଗାନିସ୍ତାନ ବିପକ୍ଷରେ ମ୍ୟାଚ ଖେଳିପାରିବେ।

ଭାରତ ନିଜର ପୂର୍ବତନ ଟି-୨୦ ସିରିଜ୍ରେ ଜିମ୍ବାୱେକୁ ୩-୦ରେ ପରାସ୍ତ କରିଥିଲା। ସେହି ସିରିଜରେ BCCI ଅନେକ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇଥିଲା। କିନ୍ତୁ ଆଫଗାନିସ୍ତାନ ବିପକ୍ଷ ସିରିଜ ପାଇଁ ଏବେ ଦଳକୁ ଅନେକ ସିନିୟର ଖେଳାଳି ଫେରିଛନ୍ତି।
ଜସପ୍ରୀତ ବୁମରା, ହର୍ଷିତ ରାଣା, ୱାଶିଂଟନ ସୁନ୍ଦର, ସଞ୍ଜୁ ସାମସନ, ନୀତୀଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ ଓ ଅର୍ଶଦୀପ ସିଂହଏହି ୮ ଜଣ ଖେଳାଳି ଟିମ ଇଣ୍ଡିଆକୁ ପୁଣିଥରେ ଫେରିଛନ୍ତି।

ତେବେ ବୁମରା, ହର୍ଷିତ ରାଣା, ୱାଶିଂଟନ ସୁନ୍ଦର ଓ ନୀତୀଶ କୁମାର ରେଡ୍ଡୀଙ୍କ ଖେଳିବା ସେମାନଙ୍କ ଫିଟନେସ ଉପରେ ନିର୍ଭର କରିବ। ଫିଟନେସ ଟେଷ୍ଟରେ ସମ୍ପୂର୍ଣ୍ଣ ଫିଟ ଘୋଷିତ ହେବା ପରେ ହିଁ ସେମାନେ ମ୍ୟାଚରେ ନଜର ଆସିବେ।

ଜିମ୍ବାୱେ ଗସ୍ତରେ ଭାରତୀୟ ଦଳରେ ପ୍ରିନ୍ସ ଯାଦବ, ୟଶ ଠାକୁର, ମୟଙ୍କ ଯାଦବ, ଅଶୋକ ଶର୍ମା, ପ୍ରଭସିମରନ ସିଂହ, ହର୍ଷ ଦୁବେ ଓ ସୂର୍ଯ୍ୟାଂଶ ଶେଡଗେଙ୍କୁ ସୁଯୋଗ ମିଳିଥିଲା। କିନ୍ତୁ ଆଫଗାନିସ୍ତାନ ବିପକ୍ଷ ସିରଜରେ ସିନିୟର ଖେଳାଳିଙ୍କ ପ୍ରତ୍ୟାବର୍ତ୍ତନ ହେବାରୁ ଏହି ଯୁବ ଖେଳାଳିମାନେ ଦଳରୁ ବାଦ୍‌ ପଡ଼ିଛନ୍ତି।

ଏହାରି ମଧ୍ୟରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ ବଜାୟ ରହିବା ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହୋଇଛି। ଖୁବ କମ ବୟସରେ ଲଗାତାର ଦମଦାର ପ୍ରଦର୍ଶନ କରି ବୈଭବ ଚୟନକର୍ତ୍ତାଙ୍କ ଭରସା ଜିତିବାରେ ସଫଳ ହୋଇଛନ୍ତି।

 

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button