Dead: ଜଳପ୍ରପାତରେ ଗାଧୋଇବା ପରେ ଅଜଣା ସଂକ୍ରମଣ; ଗୋଟିଏ ପରିବାରର ୪ ମୃତ
ମଧ୍ୟପ୍ରଦେଶର ଶିବପୁରୀ ସହରରେ ଏକ ଜଳପ୍ରପାତରେ ଗାଧୋଇବାର ୧୦ ଦିନ ମଧ୍ୟରେ ୪ ଜଣଙ୍କର ଅଜଣା ସଂକ୍ରମଣରେ ମୃତ୍ୟୁ ହୋଇଯାଇଛି। ୩ ଭାଇ ଓ ସେମାନଙ୍କର ଜଣେ ସମ୍ପର୍କୀୟ ଅଗଷ୍ଟ ୧୬ ତାରିଖରେ ଗୋରା ତିଲା ନିକଟରେ ଏକ ଜଳପ୍ରପାତରେ...

ଭୋପାଳ: ମଧ୍ୟପ୍ରଦେଶର ଶିବପୁରୀ ସହରରେ ଏକ ଜଳପ୍ରପାତରେ ଗାଧୋଇବାର ୧୦ ଦିନ ମଧ୍ୟରେ ୪ ଜଣଙ୍କର ଅଜଣା ସଂକ୍ରମଣରେ ମୃତ୍ୟୁ ହୋଇଯାଇଛି। ୩ ଭାଇ ଓ ସେମାନଙ୍କର ଜଣେ ସମ୍ପର୍କୀୟ ଅଗଷ୍ଟ ୧୬ ତାରିଖରେ ଗୋରା ତିଲା ନିକଟରେ ଏକ ଜଳପ୍ରପାତରେ ଗାଧୋଇଥିଲେ। ଏହାପରେ ସମସ୍ତଙ୍କ ଦେହ ଖରାପ ହେଲା। ପ୍ରଥମେ ଜ୍ବର, ତା’ପରେ ପେଟରେ ଯନ୍ତ୍ରଣା, ବାନ୍ତି ଓ ଡାଇରିଆ ହେଲା। ସମସ୍ତ ଚେଷ୍ଟା ସତ୍ତ୍ବେ ଅଗଷ୍ଟ ୨୧ରୁ ୩୧ ମଧ୍ୟରେ ସେମାନଙ୍କର ମୃତ୍ୟୁ ହୋଇଯାଇଛି।
ସମ୍ପର୍କୀୟ ଓ ସ୍ଥାନୀୟ ଲୋକ ସନ୍ଦେହ କରୁଛନ୍ତି ଯେ ଜଳ ସଂକ୍ରମଣ ଯୋଗୁ ଏହି ଘଟଣା ଘଟିଛି। ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ପ୍ରଭାବିତ ପରିବାରକୁ ଭେଟିଛନ୍ତି ଏବଂ ସେମାନଙ୍କଠାରୁ ସମସ୍ତ ସୂଚନା ସଂଗ୍ରହ କରିଛନ୍ତି। ଏଯାବତ୍ ଶବ ବ୍ୟବଚ୍ଛେଦ କରାଯାଇନି ଏବଂ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ଜିଲ୍ଲା ମୁଖ୍ୟ ମେଡିକାଲ ଅଫିସର୍ ଡାକ୍ତର ସଞ୍ଜୟ ରିଶିଶ୍ବାର କହିଛନ୍ତି, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ସମସ୍ତ ୪ ଜଣଙ୍କର ଏକ ସଂକ୍ରମଣ ଯୋଗୁ ମୃତ୍ୟୁ ହୋଇଛି।
ସୌଜନ୍ୟ ସମ୍ବାଦ




