Seat: ସିଟ୍ ଅଛି, ପିଲା ହେଉନାହାନ୍ତି: ଯୁକ୍ତ ୨ରେ ୨ ଲକ୍ଷ, ଯୁକ୍ତ ୩ରେ ଲକ୍ଷେ ସିଟ୍ ଖାଲି
ରାଜ୍ୟରେ ବର୍ଷକୁ ବର୍ଷ ଡିଗ୍ରି କଲେଜ (ଯୁକ୍ତ୩) ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ୨ କଲେଜ) ସଂଖ୍ୟା ବଢ଼ିଚାଲିଛି। ମାତ୍ର କେଉଁଠି ପିଲାଙ୍କ ସଂଖ୍ୟା ଏକ ଅଙ୍କ ଡେଉଁ ନାହିଁ ତ ଆଉ କେଉଁଠି ଅଧା ସିଟ୍ ଖାଲି ପଡ଼ୁଛି। ବେସରକାରୀ ଶିକ୍ଷାନୁଷ୍ଠାନ କଥା ଦୂରେ ଥାଉ; ସରକାରୀ କଲେଜରେ ସ୍ଥିତି ଆହୁରି ସଙ୍ଗିନ।

ଭୁବନେଶ୍ବର: ରାଜ୍ୟରେ ବର୍ଷକୁ ବର୍ଷ ଡିଗ୍ରି କଲେଜ (ଯୁକ୍ତ୩) ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ୨ କଲେଜ) ସଂଖ୍ୟା ବଢ଼ିଚାଲିଛି। ମାତ୍ର କେଉଁଠି ପିଲାଙ୍କ ସଂଖ୍ୟା ଏକ ଅଙ୍କ ଡେଉଁ ନାହିଁ ତ ଆଉ କେଉଁଠି ଅଧା ସିଟ୍ ଖାଲି ପଡ଼ୁଛି। ବେସରକାରୀ ଶିକ୍ଷାନୁଷ୍ଠାନ କଥା ଦୂରେ ଥାଉ; ସରକାରୀ କଲେଜରେ ସ୍ଥିତି ଆହୁରି ସଙ୍ଗିନ। ଏପରିକି ରାଜ୍ୟର ନାମକରା ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକରେ ସିଟ୍ ଖାଲିପଡ଼ିବା ଚିନ୍ତାର କାରଣ ପାଲଟିଛି। କେବଳ ଯେ ୨୦୨୬-୨୭ ଶିକ୍ଷାବର୍ଷରେ ଏଭଳି ସମସ୍ୟା ହୋଇଛି ତାହା ନୁହେଁ, ଲଗାତାର ୩ ବର୍ଷ ହେଲା ଖାଲିପଡ଼ୁଥିବା ସିଟ୍ ସଂଖ୍ୟା ଉପରମୁହାଁ ହୋଇଚାଲିଛି। ୨୦୨୬-୨୭ ଶିକ୍ଷାବର୍ଷରେ ଯୁକ୍ତ ୨ କଲେଜଗୁଡ଼ିକ ପାଇଁ ନାମଲେଖା ପ୍ରାୟତଃ ଶେଷ ହୋଇଛି। ଏକାଧିକ ପର୍ଯ୍ୟାୟ ନାମଲେଖା ପରେ ମଧ୍ୟ ୧ ଲକ୍ଷ ୯୩ ହଜାର ୧୩୯ ସିଟ୍ ଖାଲିପଡ଼ିଛି। କଳା ବିଭାଗରେ ୩,୩୭,୪୯୦ ସିଟ୍ ମଧ୍ୟରୁ ୨,୭୦,୧୭୦ ସିଟ୍ ପୂରଣ ହୋଇଛି। ଆହୁରି ୬୭,୩୨୦ ସିଟ୍ ଖାଲିପଡ଼ିଛି। ଅନୁରୂପ ଭାବେ ବିଜ୍ଞାନ ବିଭାଗରେ ୧,୯୩,୦୭୭ ସିଟ୍ରୁ ୭୯,୬୪୧, ବାଣିଜ୍ୟରେ ୪୩,୭୬୮ ସିଟ୍ରୁ ୨୦,୮୭୩, ସଂସ୍କୃତରେ ୧୩,୭୧୨ ସିଟ୍ରୁ ୪,୧୭୯, ଧନ୍ଦାମୂଳକରେ ୧୦,୬୩୭ ସିଟ୍ରୁ ୫,୫୫୫ ଖାଲି ରହିଛି। ଯଦି ଦେଖାଯାଏ ୨୦୨୫-୨୬ରେ ୧,୭୭,୧୩୫ ଓ ୨୦୨୪-୨୫ରେ ୧,୭୦,୧୭୯ ସିଟ୍ ଖାଲି ରହିଥିଲା। ବିଦ୍ୟାଳୟଗୁଡ଼ିକରେ ସିଟ୍ ଖାଲିପଡ଼ୁଥିଲେ ମଧ୍ୟ କଲେଜ ସଂଖ୍ୟା କିନ୍ତୁ ବଢ଼ିଚାଲିଛି। ୨୦୨୪-୨୫ରେ ରାଜ୍ୟରେ ୨,୩୮୫ କଲେଜ ଥିବା ବେଳେ ୨୦୨୫-୨୬ରେ ୨,୫୬୮କୁ ବୃଦ୍ଧି ପାଇଥିଲା। ୨୦୨୬-୨୭ରେ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ସଂଖ୍ୟା ୨,୫୮୨ରେ ପହଞ୍ଚିଲାଣି।
ବେସରକାରୀ କଲେଜ ମନଇଚ୍ଛା ବଢ଼ାଉଛନ୍ତି ସିଟ୍
ସୌଜନ୍ୟ ସମ୍ବାଦ




