Data Leak: ହେଗସେଥ୍ଙ୍କ ସମେତ ୧୫ କୋଟିରୁ ଅଧିକ ଆମେରିକୀୟଙ୍କ ତଥ୍ୟ ଲିକ୍: ଡାର୍କ ୱେବ୍ରେ ବିକ୍ରି କରିଛନ୍ତି ହ୍ୟାକର୍ସ
ଡାର୍କ ୱେବରେ ୧୫ କୋଟିରୁ ଆମେରିକୀୟ ନାଗରିକଙ୍କ ତଥ୍ୟ ବିକ୍ରି କରାଯାଇଥିବା ଖବର ପ୍ରକାଶ ପାଇଛି। ଏଥିରେ ଡ୍ରାଇଭିଂ ଲାଇସେନ୍ସ, ଯାତ୍ରା ଡକ୍ୟୁମେଣ୍ଟ ଏବଂ ପରିଚୟପତ୍ର ସହିତ ଜଡିତ ସୂଚନା ଅନ୍ତର୍ଭୁକ୍ତ ରହିଛି।

ୱାସିଂଟନ: ଡାର୍କ ୱେବରେ ୧୫ କୋଟିରୁ ଆମେରିକୀୟ ନାଗରିକଙ୍କ ତଥ୍ୟ ବିକ୍ରି କରାଯାଇଥିବା ଖବର ପ୍ରକାଶ ପାଇଛି। ଏଥିରେ ଡ୍ରାଇଭିଂ ଲାଇସେନ୍ସ, ଯାତ୍ରା ଡକ୍ୟୁମେଣ୍ଟ ଏବଂ ପରିଚୟପତ୍ର ସହିତ ଜଡିତ ସୂଚନା ଅନ୍ତର୍ଭୁକ୍ତ ରହିଛି। ଏଫବିଆଇ ଏହି ମାମଲାର ତଦନ୍ତ ଆରମ୍ଭ କରିଛି। ସାମ୍ବାଦିକ ବ୍ରାଏନ୍ କ୍ରେବ୍ସ ଏହି ତଥ୍ୟ ବିକ୍ରିର ପର୍ଦ୍ଦାଫାସ କରିଛନ୍ତି। ତାଙ୍କ ଅନୁଯାୟୀ, ତାଙ୍କ ନିଜସ୍ୱ ତଥ୍ୟ ମଧ୍ୟ ୱେବସାଇଟରେ ବିକ୍ରି ପାଇଁ ତାଲିକାଭୁକ୍ତ କରାଯାଇଥିଲା। ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ଏବଂ ଜଣେ ଏପବିଆଇ ସହାୟକ ନିର୍ଦ୍ଦେଶକଙ୍କ ବିଷୟରେ ତଥ୍ୟ ମଧ୍ୟ ଡାର୍କ ୱେବ୍ ସର୍ଭିସ୍ରେ ବିକ୍ରୟ ପାଇଁ ତାଲିକାଭୁକ୍ତ କରାଯାଇଥିଲା। ରଏଟର୍ସର ରିପୋର୍ଟ ଅନୁଯାୟୀ, ଏହି ତଥ୍ୟ ରୁଷ ସହିତ ଜଡିତ ୱେବସାଇଟରେ ବିକ୍ରି ହୋଇଥିଲା। ଏହାକୁ କିଏ ଏବଂ କାହିଁକି କିଣିଛି ତାହାର ପରିଚୟ ଜଣାପଡି ନାହିଁ।
କିଛି ଲୋକ ଏହାକୁ କିଣିଥିଲେ
ରୁଷିଆନ୍ ସାଇବରକ୍ରାଇମ୍ ଫୋରମ୍ ଏକ୍ସପ୍ଲୋଇଟ୍ରେ ନେକ୍ସସ୍ର ଏକ ବିଜ୍ଞାପନ ପ୍ରକାଶିତ ହୋଇଥିଲା। ଏହା ୧୫କୋଟିରୁ ଅଧିକ ଆମେରିକୀୟଙ୍କ ତଥ୍ୟ ବିକ୍ରୟ ପାଇଁ ପ୍ରସ୍ତାବ ଦେଇଥିଲା। କିଛି ଲୋକ ଏହାକୁ କିଣିଥିଲେ। ବିକ୍ରି ହୋଇଥିବା ତଥ୍ୟର ପରିମାଣ ୧୫,୩୩୪,୭୪୩୯ କୁହାଯାଉଛି।
ରିପୋର୍ଟ ଅନୁଯାୟୀ, ୧୧ ଲକ୍ଷ ନିୟୁତ କାନାଡିଆନଙ୍କ ତଥ୍ୟ ମଧ୍ୟ ଲିକ୍ ହୋଇଛି। ଏଫବିଆଇ ଏପର୍ଯ୍ୟନ୍ତ ଏନେଇ କୌଣସି ବିବୃତି ଜାରି କରିନାହିଁ। ତଦନ୍ତ ସମାପ୍ତ ହେବା ପରେ ଏଜେନ୍ସି ସୂଚନା ପ୍ରଦାନ କରିବ ବୋଲି କହିଛି। ରିପୋର୍ଟ ଅନୁଯାୟୀ, ଡ୍ରାଇଭିଂ ଲାଇସେନ୍ସ ବ୍ୟତୀତ, ୧ କୋଟିରୁ ଅଧିକ ପରିଚୟପତ୍ର, ୩୦ ଲକ୍ଷରୁ ଅଧିକ ଯାତ୍ରା ଡକ୍ୟୁମେଣ୍ଟ ଏବଂ ୫,୭୯,୦୦୦ ମେଡିକାଲ୍ କାର୍ଡ ବିକ୍ରୟ ପାଇଁ ତାଲିକାଭୁକ୍ତ କରାଯାଇଥିଲା। ସୁରକ୍ଷା ଏବଂ ଗୋପନୀୟତାରେ ବିଶେଷଜ୍ଞ ଗବେଷକ ଜ୍ୟାକ୍ ଏଡୱାର୍ଡସ୍ ମଧ୍ୟ ତଥ୍ୟ ଲିକ୍ ହେବାର ଶିକାର ହୋଇଥିଲେ। ଏଡୱାର୍ଡସ୍ କୁହନ୍ତି ଯେ ସେ ଏକ କାର କିଣିବା ପାଇଁ ଏକ କାର କମ୍ପାନିକୁ ତାଙ୍କର ତଥ୍ୟ ପ୍ରଦାନ କରିଥିଲେ। ସେ କାର କିଣି ନଥିଲେ, କିନ୍ତୁ ତାଙ୍କର ତଥ୍ୟ ଲିକ୍ ହୋଇଯାଇଥିଲା।
ସୌଜନ୍ୟ ସମ୍ବାଦ




