ଦେଶ ବିଦେଶ
Earthquake: ତିବ୍ଦତରେ ଭୂମିକମ୍ପ; ତୀବ୍ରତା ରିକ୍ଟର ସ୍କେଲରେ ୫
ତିବ୍ଦତରେ ଗୁରୁବାର ଭୂମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫ ରହିଛି। ନେପାଳ ସୀମାବର୍ତ୍ତୀ ଅଞ୍ଚଳରେ ପ୍ରଳୟଙ୍କାରୀ ବନ୍ୟା ଆସିବାର ଗୋଟିଏ ସପ୍ତାହ ପରେ ଏହି ଭୂମିକମ୍ପ ଆସିଛି।

କାଠମାଣ୍ଡୁ: ତିବ୍ଦତରେ ଗୁରୁବାର ଭୂମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫ ରହିଛି। ନେପାଳ ସୀମାବର୍ତ୍ତୀ ଅଞ୍ଚଳରେ ପ୍ରଳୟଙ୍କାରୀ ବନ୍ୟା ଆସିବାର ଗୋଟିଏ ସପ୍ତାହ ପରେ ଏହି ଭୂମିକମ୍ପ ଆସିଛି। ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓସାଇନ୍ସ (ଜେଏଫ୍ଜି) ଅନୁଯାୟୀ, ଭୂମିକମ୍ପ ୧୦ କିଲୋମିଟର ଗଭୀରରେ ଅନୁଭୂତ ହୋଇଥିଲା। କୌଣସି କ୍ଷୟକ୍ଷତି କିମ୍ବା ଆହତ ହେବାର ରିପୋର୍ଟ ତୁରନ୍ତ ମିଳିନାହିଁ।
ସୌଜନ୍ୟ ସମ୍ବାଦ




