ରାଜ୍ୟ

Theft: ଘରେ କେହି ନଥିବାର ସୁଯୋଗ ନେଇ କଳା କନା ବୁଲାଇଲେ ଦୁର୍ବୃତ୍ତ

ଘରେ କେହି ନଥିବାର ସୁଯୋଗ ନେଇ ବାଲେଶ୍ୱର ସୋର ଥାନା ମାଣିପୁର ପଞ୍ଚାୟତ ଗୁଲୁଣିଆ ଗ୍ରାମରେ ଘର ପଛ କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ଗହଣା ଓ ନଗଦ ୫୦ ହଜାର ଟଙ୍କା ଚୋରି। ପୁଲିସର ତଦନ୍ତ ଆରମ୍ଭ।

ସୋର: ଘରେ କେହି ନଥିବାର ସୁଯୋଗ ନେଇ ଘରେ କଳାକାନା ବୁଲାଇଛନ୍ତି ଦୁର୍ବୃତ୍ତ। ସୂଚନା ଅନୁସାରେ ସୋର ଥାନା ମାଣିପୁର ପଂଚାୟତ ଗୁଲୁଣିଆ ଗ୍ରାମର କେଳୁଚରଣ ବେହେରାଙ୍କ ସ୍ତ୍ରୀ  ଓ ପୁଅ ବାଗୁଡି ବଜାରରେ ଏକ ପରିବା ଦୋକାନ କରିଛନ୍ତି। ପ୍ରତିଦିନ ଭଳି ଗତକାଲି ତାଙ୍କ ଦୋକାନକୁ ଯାଇଥିବା ବେଳେ ରାତିରେ ଘରକୁ ଫେରିଥିଲେ।

ସୋର ପୁଲିସକୁ ଖବର ଦେଇଥିଲେ

ପରେ ଘରର ପଛ ପଟରୁ କବାଟ ଭଙ୍ଗାଯାଇ ଘରେ ଥିବା ଲକ୍ଷାଧିକ ଟଙ୍କାର ଗହଣା ଓ ନଗଦ ୫୦ ହଜାର ଟଙ୍କା ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ପରେ ସୋର ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button