ଜାତୀୟ

ଅମାନିଆ ଚାଳକ ସାବଧାନ ! ଡ୍ରାଇଭିଂ ଲାଇସେନ୍ସ, ଆର୍‌ସି ପାଇଁ ଆସିବ ଗ୍ରେଡେଡ୍‌ ପଏଣ୍ଟ୍‌ସ ସିଷ୍ଟମ୍‌, ନିୟମ ନ ମାନିଲେ ନେଗେଟିଭ ପଏଣ୍ଟ ଯୋଡ଼ାଯିବ

ନୂଆଦିଲ୍ଲୀ, ୦୮/୦୯/: ଗାଡ଼ି ଚଲାଇବା ସମୟରେ ଟ୍ରାଫିକ ନିୟମ ପାଳନ କରିବା ଅନିବାର୍ଯ୍ୟ । କିନ୍ତୁ ଏଭଳି ଅସଂଖ୍ୟ ଚାଳକ ଅଛନ୍ତି, ଯେଉଁମାନେ ବାରମ୍ବାର ନିୟମ ଉଲ୍ଲଂଘନ କରିଥାନ୍ତି । ଏପରି ଗାଡ଼ି ଚାଳକଙ୍କ ଉପରେ ଲାଗିବ ଲଗାମ । ଏଥିପାଇଁ କଡ଼ା ନିୟମ ଆଣିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର ।

ଆଗକୁ ପ୍ରତ୍ୟେକ ଥର ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସଂପୃକ୍ତ ଚାଳକଙ୍କ ଲାଇସେନ୍ସରେ ନେଗେଟିଭ୍ ପଏଣ୍ଟ ଯୋଡ଼ାଯିବ । ସରକାର ଡ୍ରାଇଭିଂ ଲାଇସେନ୍ସ ଏବଂ ବାହନର ପଞ୍ଜୀକରଣ ସାର୍ଟିଫିକେଟ ସହ ଜଡ଼ିତ ଗ୍ରେଡେଡ୍ ପଏଣ୍ଟ୍ସ ସିଷ୍ଟମ ଲାଗୁ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ଏହି ସିଷ୍ଟମକୁ ନେଇ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି ।

ନିକଟରେ ଶିଳ୍ପସଂଘ ସିଆମ୍‌ ୬୬ତମ ବାର୍ଷିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଗଡ଼କରୀ କହିଛନ୍ତି ଯେ, କୌଣସି ଗାଡ଼ି ଚାଳକ ଟ୍ରାଫିକ ନିୟମର ଉଲ୍ଲଂଘନ କଲେ ତାଙ୍କ ଲାଇସେନ୍ସରେ ନେଗେଟିଭ ପଏଣ୍ଟ ଯୋଡ଼ାଯିବ । ପ୍ରତ୍ୟେକ ଥର ନିୟମ ଉଲ୍ଲଂଘନରେ ଡ୍ରାଇଭିଂ ଲାଇସେନ୍ସ ପଏଣ୍ଟ କଟିବ । ଧାର୍ଯ୍ୟ ସୀମା ପାର୍ କରିଗଲେ ସଂପୃକ୍ତ ଚାଳକଙ୍କର ଡ୍ରାଇଭିଂ ଲାଇସେନ୍ସକୁ ସ୍ଥାୟୀ ରୂପେ ରଦ୍ଦ, ଏପରିକି ସମ୍ପୂର୍ଣ୍ଣ ବାତିଲ ବି କରାଯାଇପାରେ ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button