Breaking News

ମିଜୋରାମରେ ଭୂସ୍ଖଳନ, ଧସିଯାଇଛି ରାସ୍ତା

ଆଇଜଲ: ପ୍ରବଳ ବର୍ଷା ଯୋଗୁ ମିଜୋରାମରେ ଭୂସ୍ଖଳନ ଘଟିଛି। ଜାତୀୟ ରାଜପଥ-୬ରେ ଭୂସ୍ଖଳନ ହେବାରୁ ରାସ୍ତା ଧସିଯାଇଛି। ଉକ୍ତ ରାସ୍ତାଟି ମିଜୋରାମକୁ ଦେଶର ଅନ୍ୟ ଦେଶ ସହିତ ସଂଯୋଗ କରିଥାଏ ବୋଲି ଅଧିକାରୀମାନେ ଶୁକ୍ରବାର ଏନେଇ ସୂଚନା ଦେଇଛନ୍ତି। ଆଇଜଲର ପଶ୍ଚିମ ସୀମାରେ ଥିବା ହଣ୍ଟାର ଅଞ୍ଚଳରେ ଏହି ଭୂସ୍ଖଳନ ଘଟିଥିବା ସେ କହିଛନ୍ତି। ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ସମ୍ପର୍କରେ ସୂଚନା ମିଳିପାରିନାହିଁ।

ଜାତୀୟ ରାଜପଥରେ ଆବର୍ଜନା ସଫେଇ କାର୍ଯ୍ୟ ଚାଲିଛି ବୋଲି ଅଧିକାରୀମାନେ କହିଛନ୍ତି। ଗତ କିଛି ଦିନ ଧରି ଲଗାତର ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟିଛି।

Comments are closed.