US Hospital: ଆମେରିକାରେ ଅସୁସ୍ଥ ହେବା ପଡ଼ିଲା ମହଙ୍ଗା, ବିଲ୍ ଦେଖି ଉଡ଼ିଲା ହୋସ୍..
ଭାରତରେ ଚିକିତ୍ସା ପାଇଁ ଖର୍ଚ୍ଚ ହେଲା ପ୍ରାୟ ୪୭ ହଜାର ଟଙ୍କା... ହେଲେ ଆମେରିକାରେ ସେହି ସମାନ ଚିକିତ୍ସା ପାଇଁ ଆସିଲା ୨୨ ଲକ୍ଷ ଟଙ୍କାର ବିଲ୍! ଆଉ ସବୁଠୁ ବଡ଼ କଥା, ଏତେ ଦାମୀ ଇନ୍ସ୍ୟୁରାନ୍ସ ଥାଇ ବି ନିଜ ପକେଟରୁ ଦେବାକୁ ପଡ଼ିଲା ପ୍ରାୟ ୬ ଲକ୍ଷ ୬୭ ହଜାର ଟଙ୍କା! ଆମେରିକାରେ କାମ କରୁଥିବା ଜଣେ ଭାରତୀୟ ଯୁବକଙ୍କ ଏହି ଅନୁଭୂତି ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚାରେ।

ନୂଆଦିଲ୍ଲୀ: ଭାରତରେ ଚିକିତ୍ସା ପାଇଁ ଖର୍ଚ୍ଚ ହେଲା ପ୍ରାୟ ୪୭ ହଜାର ଟଙ୍କା… ହେଲେ ଆମେରିକାରେ ସେହି ସମାନ ଚିକିତ୍ସା ପାଇଁ ଆସିଲା ୨୨ ଲକ୍ଷ ଟଙ୍କାର ବିଲ୍! ଆଉ ସବୁଠୁ ବଡ଼ କଥା, ଏତେ ଦାମୀ ଇନ୍ସ୍ୟୁରାନ୍ସ ଥାଇ ବି ନିଜ ପକେଟରୁ ଦେବାକୁ ପଡ଼ିଲା ପ୍ରାୟ ୬ ଲକ୍ଷ ୬୭ ହଜାର ଟଙ୍କା! ଆମେରିକାରେ କାମ କରୁଥିବା ଜଣେ ଭାରତୀୟ ଯୁବକଙ୍କ ଏହି ଅନୁଭୂତି ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚାରେ। ଦୁଇ ଦେଶର ଚିକିତ୍ସା ବ୍ୟବସ୍ଥାକୁ ନିଜ ଅନୁଭବରେ ତୁଳନା କରି ସେ କହିଛନ୍ତି, ସ୍ୱାସ୍ଥ୍ୟସେବା ହିଁ ତାଙ୍କୁ ଭାରତ ଫେରିବାକୁ ଚିନ୍ତା କରାଉଛି। ଗୋଟିଏ ଚିକିତ୍ସା… ଦୁଇ ଦେଶ… ହେଲେ ଖର୍ଚ୍ଚରେ ଆକାଶ-ପାତାଳ ଫରକ। ଏହି ଅନୁଭୂତିକୁ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି ଆମେରିକାରେ କାମ କରୁଥିବା ଭାରତୀୟ ଯୁବକ ଯୁଭାନ୍ ଇବାନେଜ୍ ଗାରୱାରେ। କିଛି ବର୍ଷ ପୂର୍ବରୁ ଭାରତରେ ସେ ବାରମ୍ବାର ବେହୋସ୍ ହୋଇଯାଇଥିଲେ। ତୁରନ୍ତ ତାଙ୍କୁ ହସ୍ପିଟାଲ୍ ନିଆଯାଇଥିଲା। ତାଙ୍କ କହିବା ଅନୁସାରେ, କୌଣସି ଲମ୍ବା କାଗଜପତ୍ର ପ୍ରକ୍ରିୟା ନକରି ତାଙ୍କୁ ତୁରନ୍ତ ପ୍ରାଇଭେଟ୍ ରୁମ୍ ମିଳିଥିଲା ।
ଡାକ୍ତରମାନେ ECG, MRI, CT ସ୍କାନ୍ ଓ ରକ୍ତ ପରୀକ୍ଷା ଭଳି ଅନେକ ଟେଷ୍ଟ କରିଥିଲେ। ତାଙ୍କ କହିବା ଅନୁସାରେ, କିଛି ଦିନ ପରେ ରୋଗ ନିର୍ଣ୍ଣୟ ସହ ଚିକିତ୍ସା ପ୍ଲାନ୍ ମଧ୍ୟ ମିଳିଥିଲା। ଆଉ ପୂରା ଚିକିତ୍ସାର ବିଲ୍ ଆସିଥିଲା ପ୍ରାୟ ୫୦୦ ଡଲାର, ଅର୍ଥାତ୍ ପ୍ରାୟ ୪୭ ହଜାର ଟଙ୍କା। ହେଲେ ଆମେରିକାରେ ତାଙ୍କ ଅନୁଭୂତି ଥିଲା ସମ୍ପୂର୍ଣ୍ଣ ଭିନ୍ନ। ବାସ୍କେଟବଲ୍ ଖେଳୁଥିବା ବେଳେ ତାଙ୍କ ଛାତିରେ ହଠାତ୍ ପ୍ରବଳ ଯନ୍ତ୍ରଣା ହୋଇଥିଲା। ତାଙ୍କ କହିବା ଅନୁସାରେ, ଆମ୍ବୁଲାନ୍ସ ଡାକିବାକୁ ସେ ଭୟ କରିଥିଲେ, କାରଣ ଏଥିପାଇଁ ହଜାର ହଜାର ଡଲାର ଖର୍ଚ୍ଚ ହୋଇପାରେ। ତେଣୁ ଯନ୍ତ୍ରଣାରେ ଥାଇ ନିଜେ ଗାଡ଼ି ଚଳାଇ ହସ୍ପିଟାଲ୍ ଯାଇଥିଲେ। ସେଠାରେ କାଗଜପତ୍ର ଓ ଡକ୍ୟୁମେଣ୍ଟ ପ୍ରକ୍ରିୟା ସରିବା ପର୍ଯ୍ୟନ୍ତ ଦେଢ଼ ଘଣ୍ଟାରୁ ଅଧିକ ସମୟ ୱେଟିଂ ରୁମ୍ରେ ଅପେକ୍ଷା କରିଥିବା ସେ ଦାବି କରିଛନ୍ତି। ପରେ ଡାକ୍ତର ତାଙ୍କୁ ‘ମିନି ହାର୍ଟ ଆଟାକ୍’ ହୋଇଥିବା କହିଥିବା ଯୁବକ ଜଣକ ଦାବି କରିଛନ୍ତି। ହେଲେ ଡାକ୍ତରଙ୍କୁ ଦେଖା କରିବା ପାଇଁ ତାଙ୍କୁ ବାରମ୍ବାର ଅପେକ୍ଷା କରିବାକୁ ପଡ଼ିଥିଲା ବୋଲି ସେ କହିଛନ୍ତି।
ସୌଜନ୍ୟ ସମ୍ବାଦ




