ଦେଶ ବିଦେଶ

Social Media: ଆମେରିକାରେ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ସେବା ଠପ୍: ଉପଭୋକ୍ତା ପ୍ରଭାବିତ

ଆମେରିକାରେ ସୋସିଆଲ ମିଡିଆ ସେବା ଠପ୍ ହୋଇଯାଇଛି। ଫଳରେ ୟୁଜର ସମସ୍ୟାରେ ପଡ଼ିଛନ୍ତି। ମେଟାର ଦୁଇଟି ଲୋକପ୍ରିୟ ପ୍ଲାଟଫର୍ମ, ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ହଠାତ୍ କ୍ରାସ୍ ହୋଇଯାଇଥିଲା।

ୱାସିଂଟନ: ଆମେରିକାରେ ସୋସିଆଲ ମିଡିଆ ସେବା ଠପ୍ ହୋଇଯାଇଛି। ଫଳରେ ୟୁଜର ସମସ୍ୟାରେ ପଡ଼ିଛନ୍ତି। ମେଟାର ଦୁଇଟି ଲୋକପ୍ରିୟ ପ୍ଲାଟଫର୍ମ, ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ହଠାତ୍ କ୍ରାସ୍ ହୋଇଯାଇଥିଲା। ସର୍ଭର ବିଭ୍ରାଟ ଯୋଗୁଁ ହଜାର ହଜାର ୟୁଜର ସେମାନଙ୍କ ଆକାଉଣ୍ଟଗୁଡ଼ିକୁ ଆକ୍ସେସ୍ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ଆପ୍ କାମ କରୁନଥିବା ଅଭିଯୋଗ

ୱେବସାଇଟ୍ ଏବଂ ଆପ୍ସରେ ଯାନ୍ତ୍ରିକ ତ୍ରୁଟି ଉପରେ ନଜର ରଖୁଥିବା ୱେବସାଇଟ୍ ଡାଉନ୍ ଡିଟେକ୍ଟର୍ ଏହି ବିଭ୍ରାଟ ବିଷୟରେ ରିପୋର୍ଟ କରିଛି। ୱେବସାଇଟ୍‌ର ତଥ୍ୟ ଅନୁଯାୟୀ, ରବିବାର ରାତି ୯ଟା ୧୧ ସୁଦ୍ଧା, ଫେସବୁକ୍ ବିଭ୍ରାଟ ନେଇ ୧୭,୦୦୦ ରୁ ଅଧିକ ଅଭିଯୋଗ ଦାଖଲ ହୋଇଛି। ୫,୦୦୦ ରୁ ଅଧିକ ୟୁଜର ଇନଷ୍ଟାଗ୍ରାମର ଆପ୍ କାମ କରୁନଥିବା ଅଭିଯୋଗ କରିଛନ୍ତି।

ଡାଉନ୍ ଡିଟେକ୍ଟର୍ ହେଉଛି ଏକ ପ୍ଲାଟଫର୍ମ ଯାହା ସାରା ବିଶ୍ୱରେ ଅନଲାଇନ୍ ସେବା ଏବଂ ୱେବସାଇଟରେ ହେଉଥିବା ବିଭ୍ରାଟକୁ ଟ୍ରାକ୍ କରିଥାଏ। ଏହି ୱେବସାଇଟ୍ ବିଭିନ୍ନ ଉତ୍ସରୁ ତଥ୍ୟ ସଂଗ୍ରହ କରେ। ଏଥିରେ ମୁଖ୍ୟତଃ ଅଭିଯୋଗ ଅନ୍ତର୍ଭୁକ୍ତ ହୋଇଥାଏ। ଯେତେବେଳେ କୌଣସି ୱେବସାଇଟ୍ କିମ୍ବା ଆପ୍ ଠିକ୍ ଭାବରେ କାମ କରିନଥାଏ ସେତେବେଳେ ୟୁଜର ସିଧାସଳଖ ଏହି ପ୍ଲାଟଫର୍ମରେ ସମସ୍ୟା ସମ୍ପର୍କରେ ପଞ୍ଜୀକରଣ କରିଥାନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button