ଦେଶ ବିଦେଶ

Gold Mine Collapse: ସୁଦାନରେ ବଡ଼ ଦୁର୍ଘଟଣା: ସୁନା ଖଣି ସୁଡଙ୍ଗ ଧସି ୧୧ ମୃତ, ୩୦ ଆହତ ଏବଂ ଅନେକ ନିଖୋଜ

ସୁଦାନର ଏକ ସୁନା ଖଣିରେ ସୁଡ଼ଙ୍ଗ ଧସି ପଡ଼ିଛି। ଫଳରେ କାମ କରୁଥିବା ୧୧ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି ଏବଂ ୩୦ ଜଣ ଆହତ ହୋଇଛନ୍ତି। ଧସି ପଡ଼ିଥିବା ମାଟି ତଳେ ଅନେକ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି।

ଖାର୍ଟୋମ୍: ସୁଦାନର ଏକ ସୁନା ଖଣିରେ ସୁଡ଼ଙ୍ଗ ଧସି ପଡ଼ିଛି। ଫଳରେ କାମ କରୁଥିବା ୧୧ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି ଏବଂ ୩୦ ଜଣ ଆହତ ହୋଇଛନ୍ତି। ଧସି ପଡ଼ିଥିବା ମାଟି ତଳେ ଅନେକ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି। କାରଣ କାମ କରିବାକୁ ଆସିଥିବା ବହୁ ଶ୍ରମିକ ନିଖୋଜ ରହିଛନ୍ତି। ସେମାନଙ୍କର ସନ୍ଧାନ ଜାରି ରହିଛି। ମୃତାହତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା ରହିଥିବା କୁହାଯାଉଛି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୁରକ୍ଷା ମାନଦଣ୍ଡ ବ୍ୟାପକ ଭାବରେ ଉଲ୍ଲଂଘନ

ଏକ ବିବୃତିରେ, କମ୍ପାନି ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ସମବେଦନା ପ୍ରକାଶ କରିଛି, କିନ୍ତୁ ମୃତାହତଙ୍କ ବିଷୟରେ କୌଣସି ସୂଚନା ପ୍ରଦାନ କରିନାହିଁ। ସୁନା ଉତ୍ପାଦନକାରୀ ଦେଶ ସୁଦାନରେ ଖଣି ଧସିବା ଦ୍ବାରା ମୃତ୍ୟୁ ଏକ ସାଧାରଣ ଘଟଣା। ବେଆଇନ ଖଣିଗୁଡ଼ିକରେ ସୁରକ୍ଷା ମାନଦଣ୍ଡ ବ୍ୟାପକ ଭାବରେ ଉଲ୍ଲଂଘନ କରାଯିବାରୁ ଏଭଳି ପ୍ରାୟତଃ ଘଟିଥାଏ।ଗୋଟିଏ ସପ୍ତାହ ମଧ୍ୟରେ ସୁଦାନରେ ଏହା ବେଆଇନ ସୁନା ଖଣି ଧସିବାର ଦ୍ୱିତୀୟ ଘଟଣା। ଗତ ରବିବାର ଦେଶର ପଶ୍ଚିମ ଭାଗରେ ଏକ ସୁନା ଖଣିର ଅନେକ ସୁଡ଼ଙ୍ଗ ଭୁଶୁଡ଼ି ପଡ଼ିବାରୁ ୮୨ ଜଣଙ୍କର ମୃତ୍ୟୁ ଘଟିଥିଲା।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button