ଜାତୀୟ

ଆନ୍ଧ୍ରପ୍ରଦେଶରେ ଶୁଖିଗଲା ଚିତ୍ରାବତୀ ନଦୀ, ବାଲିରେ ହେଲା ଗଣପତିଙ୍କ ବିସର୍ଜନ

  • ଆନ୍ଧ୍ରପ୍ରଦେଶରେ ଭୟଙ୍କର ମରୁଡ଼ି,ବଢ଼ିଲା ଜଳ ସଙ୍କଟ
  • କମ୍ ବର୍ଷାରେ ଶୁଖିଲା ନଦୀ-ପୋଖରୀ,ପ୍ରାୟ ୬୦% ବୋରୱେଲ୍ ଶୁଖିଥିବା ଦାବି
  • ଜଳ ପାଇଁ ହାହାକାର,ଚିତ୍ରାବତୀ ନଦୀରେ ନାହିଁ ପାଣି,ବାଲିରେ ହେଲାଗଣପତିଙ୍କ ବିସର୍ଜନ

ଅମରାବତୀ,୨୧/୦୯: ଆନ୍ଧ୍ରପ୍ରଦେଶର ପୁଟ୍ଟଲୁରୁରେ ଭୟଙ୍କର ମରୁଡ଼ି ପରିସ୍ଥିତି। ଏଠାରେ ସମ୍ପୂର୍ଣ୍ଣ ଶୁଖିଯାଇଛି ଚିତ୍ରାବତୀ ନଦୀ। ଯେଉଁ ସ୍ଥାନରେ ଦିନେ ନଦୀରେ ପାଣି ପ୍ରବାହିତ ହେଉଥିଲା, ସେଠାରେ ଏବେ କେବଳ ବାଲି ହିଁ ବାଲି ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ଗଣେଶ ପୂଜା ପରେ ଗଣପତିଙ୍କ ବିସର୍ଜନ ପାଇଁ ମଧ୍ୟ ଲୋକଙ୍କ ପାଖରେ ଦେଖାଦେଇଛି ଜଳାଶୟର ଅଭାବ।

ଶୁଖିଲା ନଦୀର ବାଲିରେ ଗଣପତିଙ୍କ ବିସର୍ଜନ:

ପୁଟ୍ଟଲୁରୁରେ ମରୁଡ଼ିର ଏଭଳି ଚିତ୍ର ସାମ୍ନାକୁ ଆସିଛି, ଯାହା ଲୋକଙ୍କୁ ଭାବବିହ୍ୱଳ କରିଦେଇଛି। ପ୍ରତିବର୍ଷ ଯେଉଁ ଚିତ୍ରାବତୀ ନଦୀରେ ଗଣେଶଙ୍କ ମୂର୍ତ୍ତି ବିସର୍ଜନ କରାଯାଉଥିଲା, ଏଥର ସେଠାରେ ପାଣିର ଚିହ୍ନ ନାହିଁ। ଫଳରେ ଲୋକେ ବାଧ୍ୟ ହୋଇ ଗଣପତିଙ୍କ ମୂର୍ତ୍ତିକୁ ଶୁଖିଲା ନଦୀର ବାଲି ଉପରେ ରଖି ବିଦାୟ ଦେଇଛନ୍ତି। ନଦୀ ଶୁଖିଯାଇଥିବାରୁ ଏହା ହିଁ ସେମାନଙ୍କ ପାଇଁ ଏକମାତ୍ର ବିକଳ୍ପ ହୋଇଥିଲା।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button