ଦେଶ ବିଦେଶ

Mizoram: ଛୁଟିରେ ଘରକୁ ଫେରୁଥିବା ସୈନିକଙ୍କୁ ମିଜୋରାମରେ ପିଟିପିଟି ହତ୍ୟା, ୮ ଗିରଫ

ଛୁଟିରେ ଘରକୁ ଫେରୁଥିବା ଜଣେ ୨୯ ବର୍ଷୀୟ ସୈନିକଙ୍କୁ ମିଜୋରାମର କୋଲାଶିବ ଜିଲ୍ଲାରେ ଦଳେ ଯୁବକ ପିଟିପିଟି ହତ୍ୟା କରିଛନ୍ତି। ରବିବାର ସନ୍ଧ୍ୟାରେ ବୁଆଲପୁଇ ଗାଁ ନିକଟ ଜାତୀୟ ରାଜପଥ-୩୦୬ରେ ଗାଡ଼ି ଚଳାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ପରେ ଏହି ଘଟଣା ଘଟିଥିବା ପୁଲିସ କହିଛି।

ନୂଆଦିଲ୍ଲୀ: ଛୁଟିରେ ଘରକୁ ଫେରୁଥିବା ଜଣେ ୨୯ ବର୍ଷୀୟ ସୈନିକଙ୍କୁ ମିଜୋରାମର କୋଲାଶିବ ଜିଲ୍ଲାରେ ଦଳେ ଯୁବକ ପିଟିପିଟି ହତ୍ୟା କରିଛନ୍ତି। ରବିବାର ସନ୍ଧ୍ୟାରେ ବୁଆଲପୁଇ ଗାଁ ନିକଟ ଜାତୀୟ ରାଜପଥ-୩୦୬ରେ ଗାଡ଼ି ଚଳାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ପରେ ଏହି ଘଟଣା ଘଟିଥିବା ପୁଲିସ କହିଛି।

ମୃତ ସୈନିକ ଜାକାରିଆ ଲାଲହ୍ରିଆଟ୍‌ଲୁଆଙ୍ଗା ଆସାମ ରେଜିମେଣ୍ଟ୍‌ରେ କାର୍ଯ୍ୟରତ ଥିଲେ ଏବଂ ଜମ୍ମୁ-କାଶ୍ମୀରରେ ମୁତୟନ ଥିଲେ। ସେ କୋଲାଶିବ ଜିଲ୍ଲାର ନ୍ୟୁ ବୁଇଲୁମ୍‌ସ୍ଥିତ ନିଜ ପୈତୃକ ଗାଁକୁ ଯାଉଥିଲେ। ଲେଙ୍ଗପୁଇ ବିମାନବନ୍ଦରରୁ ତାଙ୍କ ବନ୍ଧୁ ଜନ୍‌ ଲାଲଟନପୁଇଆ ତାଙ୍କୁ ନେଇ ଏକ ଟ୍ରକ୍‌ରେ କୋଲାଶିବ ଅଭିମୁଖେ ଯାଉଥିଲେ। ପୁଲିସ ଅନୁସାରେ, ବୁଆଲପୁଇ ନିକଟରେ ପିକନିକ୍‌ରୁ ଫେରୁଥିବା କିଛି ଯୁବକଙ୍କ ସହ ସେମାନଙ୍କର ରାସ୍ତାରେ ବିବାଦ ହୋଇଥିଲା। ଏହା ପରେ ଯୁବକମାନେ ଜାକାରିଆ ଓ ତାଙ୍କ ବନ୍ଧୁଙ୍କୁ ଆକ୍ରମଣ କରିଥିଲେ।

ଜାକାରିଆଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ତାଙ୍କ ବନ୍ଧୁ ସାମାନ୍ୟ ଆହତ ହୋଇଛନ୍ତି। ଘଟଣାରେ ଜାକାରିଆଙ୍କ ମା’ଙ୍କ ଅଭିଯୋଗ ଆଧାରରେ ପୁଲିସ ହତ୍ୟାମାମଲା ରୁଜୁ କରିଛି। ଏହି ମାମଲାରେ ୮ ଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରେ ୨ ଜଣ ନାବାଳକ ଥିବାରୁ ସେମାନଙ୍କୁ ବାଳ ସୁଧାର ଗୃହକୁ ପଠାଯିବ। ଘଟଣାର ଅଧିକ ତଦନ୍ତଜାରି ରହିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button