ଦେଶ ବିଦେଶ

Minor Schoolgirl Assault: ଜମୁଇ ନାବାଳିକା ନିର୍ଯାତନା ଘଟଣା: ୧୨୦ଟି ସୋସିଆଲ ମିଡିଆ ଆକାଉଣ୍ଟ୍ ବିରୋଧରେ ଏଫଆଇଆର୍

ବିହାରର ଜମୁଇ ଜିଲ୍ଲାରେ ଜଣେ ନାବାଳିକା ସ୍କୁଲ ଛାତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ନିର୍ଯାତନା ଓ ଅତ୍ୟାଚାର କରାଯିବା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ କରି ପୀଡ଼ିତାଙ୍କ ପରିଚୟ ପ୍ରକାଶ କରିବା ଅଭିଯୋଗରେ ପୋଲିସ କଠୋର ପଦକ୍ଷେପ ଗ୍ରହଣ କରିଛି।

ପାଟଣା/ଜମୁଇ: ବିହାରର ଜମୁଇ ଜିଲ୍ଲାରେ ଜଣେ ନାବାଳିକା ସ୍କୁଲ ଛାତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ନିର୍ଯାତନା ଓ ଅତ୍ୟାଚାର କରାଯିବା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ କରି ପୀଡ଼ିତାଙ୍କ ପରିଚୟ ପ୍ରକାଶ କରିବା ଅଭିଯୋଗରେ ପୁଲିସକଠୋର ପଦକ୍ଷେପ ଗ୍ରହଣ କରିଛି। ନାବାଳିକାଙ୍କ ପରିଚୟ ପଦାରେ ପକାଇଥିବା ୧୨୦ଟି ସୋସିଆଲ ମିଡିଆ ପ୍ରୋଫାଇଲ୍ ଧାରକଙ୍କ ବିରୋଧରେ ଜମୁଇ ସାଇବର ଥାନାରେ ସ୍ୱତନ୍ତ୍ର ଏଫଆଇଆର୍ ରୁଜୁ କରାଯାଇଛି। ପୋକ୍ସୋ ଆଇନ, ଆଇଟି ଆକ୍ଟ ଓ ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟର କଡ଼ା ପ୍ରାବଧାନ ଅନୁଯାୟୀ ଏହି ମାମଲା ଦାୟର କରାଯାଇଛି।

ପୀଡ଼ିତାଙ୍କ ଭିଡିଓ ଭାଇରାଲ୍ କରିବା ଆଇନଗତ ଅପରାଧ

ଜମୁଇ ଏସପି ବିଶ୍ୱଜୀତ ଦୟାଲ ସୂଚନା ଦେଇଛନ୍ତି ଯେ, ନାବାଳିକା ପୀଡ଼ିତାଙ୍କ ଭିଡିଓ ଭାଇରାଲ୍ କରିବା ଏକ ସଂବେଦନଶୀଳ ଓ ଗୁରୁତର ଆଇନଗତ ଅପରାଧ। ସାଧାରଣ ଜନତା ଏହି ଭିଡିଓକୁ ସେୟାର ବା ପ୍ରସାରିତ ନକରିବା ପାଇଁ ସେ ନିବେଦନ କରିଛନ୍ତି। ଗତ ଶନିବାର ସନ୍ଧ୍ୟାରେ ଜମୁଇର ଏକ ପର୍ଯ୍ୟଟନ ସ୍ଥଳୀରୁ ଫେରୁଥିବା ବେଳେ ଦଶମ ଶ୍ରେଣୀର ଜଣେ ନାବାଳକ ଓ ନାବାଳିକାଙ୍କୁ କିଛି ଦୁର୍ବୃତ୍ତ ଅଟକାଇ ଅତ୍ୟାଚାର କରିବା ସହ ପିଛା କରିଥିଲେ। ଏହି ଘଟଣାରେ ପୁଲିସନିଜ ଆଡ଼ୁ ପ୍ରତିକ୍ରିୟା ପ୍ରକାଶ କରି ଭିଡିଓ ଆଧାରରେ ୭ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ଏବଂ ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଏସଡିପିଓ ଦୀପ୍ତି ମୋନାଲିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ କରାଯାଇଛି।

ଅନ୍ୟପଟେ, ଏହି ଘଟଣାକୁ ନେଇ ବିହାରରେ ରାଜନୀତି ତୀବ୍ର ହୋଇଛି। ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ଆମ୍ ଆଦମୀ ପାର୍ଟି, ଆରଜେଡି ନେତା ତେଜସ୍ୱୀ ଯାଦବ ଏବଂ ତୃଣମୂଳ କଂଗ୍ରେସ ଏହି ଅଭାବନୀୟ ଘଟଣାକୁ ନେଇ ରାଜ୍ୟ ସରକାର ଓ ଆଇନ ଶୃଙ୍ଖଳା ପରିସ୍ଥିତିକୁ କଡ଼ା ସମାଲୋଚନା କରିଛନ୍ତି। ଏହାର ଜବାବରେ ଶାସକ ଜେଡିୟୁ ଓ ବିଜେପି ନେତାମାନେ ପୁଲିସର ତୁରନ୍ତ କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କରିବା ସହ ଅଭିଯୁକ୍ତମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ସ୍ପଷ୍ଟ କରିଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button