ଦେଶ ବିଦେଶ

Hanuman Statue: ଆମେରିକାରେ ଥିବା ୯୦ ଫୁଟ ଉଚ୍ଚ ହନୁମାନଙ୍କ ମୂର୍ତ୍ତିକୁ ନେଇ ବିବାଦ: ଆମେ ଜିତିଲେ ଭାଙ୍ଗିଦେବୁ ବୋଲି ଆପତ୍ତିଜନକ ମନ୍ତବ୍ୟ ଦେଲେ ୟୁଟ୍ୟୁବର

ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପୂର୍ବରୁ, ଟେକ୍ସାସରେ ଭଗବାନ ହନୁମାନଙ୍କ ଏକ ବିଶାଳ ପ୍ରତିମା ରାଜନୈତିକ ବିତର୍କର କେନ୍ଦ୍ରବିନ୍ଦୁ ପାଲଟିଛି। ଜଣେ କଞ୍ଜରଭେଟିବ୍ ଆମେରିକୀୟ ୟୁଟ୍ୟୁବର ୯୦ ଫୁଟ ଉଚ୍ଚ ପ୍ରତିମାକୁ ହଟାଇବା ପାଇଁ ଆହ୍ୱାନ ଦେଇଛନ୍ତି।

ୱାସିଂଟନ: ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପୂର୍ବରୁ, ଟେକ୍ସାସରେ ଭଗବାନ ହନୁମାନଙ୍କ ଏକ ବିଶାଳ ପ୍ରତିମା ରାଜନୈତିକ ବିତର୍କର କେନ୍ଦ୍ରବିନ୍ଦୁ ପାଲଟିଛି। ଜଣେ କଞ୍ଜରଭେଟିବ୍ ଆମେରିକୀୟ ୟୁଟ୍ୟୁବର ୯୦ ଫୁଟ ଉଚ୍ଚ ପ୍ରତିମାକୁ ହଟାଇବା ପାଇଁ ଆହ୍ୱାନ ଦେଇଛନ୍ତି। ଏହାକୁ ହିନ୍ଦୁ ଗୋଷ୍ଠୀଗୁଡ଼ିକ ତୀବ୍ର ବିରୋଧ କରିଛନ୍ତି। ଟେକ୍ସାସର ସୁଗାରଲ୍ୟାଣ୍ଡର ଅଷ୍ଟଲକ୍ଷ୍ମୀ ମନ୍ଦିରରେ ଅବସ୍ଥିତ ଏହି ପ୍ରତିମା ୨୦୨୪ ମସିହାରେ ସ୍ଥାପିତ ହୋଇଥିଲା। ସ୍ଥାପନ ହେବା ପରଠାରୁ, ଏହି ପ୍ରତିମୂର୍ତ୍ତି କଞ୍ଜରଭେଟିବ୍‌ଙ୍କ ଟାର୍ଗେଟରେ ରହିଛି।

ବିରୋଧ କଲେ ହିନ୍ଦୁ ଗୋଷ୍ଠୀ

ଏହା ଉତ୍ତର ଆମେରିକାର ଭଗବାନ ହନୁମାନଙ୍କ ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି। ହନୁମାନ ପ୍ରଭୁ ଶ୍ରୀରାମ ଏବଂ ମାତା ସୀତାଙ୍କର ପୁନଃମିଳନ କରିବାରେ ସାହାଯ୍ୟ କରିଥିବାରୁ ଏହାକୁ ‘ଷ୍ଟାଚ୍ୟ ଅଫ୍ ୟୁନିଅନ’ର ନାମ ଦିଆଯାଇଥିଲା। ସ୍ଥାପନ ପରେ ପରେ ପ୍ରତିମାଟି ରକ୍ଷଣଶୀଳ ଖ୍ରୀଷ୍ଟିଆନ ଗୋଷ୍ଠୀଙ୍କ ଟାର୍ଗେଟରେ ରହିଛି, ସେମାନେ କହିଛନ୍ତି ଯେ, ଏହା ଖ୍ରୀଷ୍ଟିଆନ ବିଶ୍ୱାସକୁ ଉଲ୍ଲଂଘନ କରୁଛି। ତେବେ ୟୁଟ୍ୟୁବର ଜେସି ହ୍ୟୁଗ୍ସ ପ୍ରତିମାକୁ ଭାଙ୍ଗିବାକୁ ଆହ୍ୱାନ କରିଛନ୍ତି। ହ୍ୟୁଗ୍ସ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପ୍ରତିମାର ଏକ ଫଟୋ ସେୟାର କରି କହିଛନ୍ତି,ଯଦି ଆମେ ଜିତିବୁ,ତେବେ ଏହାକୁ ଭାଙ୍ଗି ଦେବୁ।ହ୍ୟୁଗ୍ସଙ୍କ ପୋଷ୍ଟ ଅନଲାଇନରେ ବିତର୍କ ସୃଷ୍ଟି କରିଛି ​​କାରଣ ସ୍ମାରକୀଟି ଆମେରିକାର ସବୁଠାରୁ ପ୍ରମୁଖ ହିନ୍ଦୁ ସ୍ଥଳ ମଧ୍ୟରୁ ଗୋଟିଏ। ଆମେରିକୀୟ ହିନ୍ଦୁମାନେ ହ୍ୟୁଗ୍ସଙ୍କ ମନ୍ତବ୍ୟର ଦୃଢ଼ ବିରୋଧ କରିଛନ୍ତି।

ଆମେରିକୀୟ ହିନ୍ଦୁ ଏବଂ ଆମେରିକୀୟ ସେନାର ଜଣେ ସୈନିକ ରୁଚିର ବକ୍ସି ଏହାକୁ ରାଷ୍ଟ୍ର ବିରୋଧୀ ଏବଂ ହିନ୍ଦୁ ଧର୍ମ ପାଇଁ ବିପଦ ବୋଲି କହିଛନ୍ତି। ବକ୍ସି କହିଛନ୍ତି, ଯଦି ଆମେରିକାରେ ଜିତିବାର ଅର୍ଥ ହେଉଛି ହିନ୍ଦୁ ମନ୍ଦିରଗୁଡ଼ିକୁ ନଷ୍ଟ କରିବା, ତେବେ ମୁଁ କେଉଁ ଦେଶ ପାଇଁ ଲଢ଼ିଥିଲି ବୋଲି ସେ ପ୍ରଶ୍ନ କରିଛନ୍ତି। ମୁଁ ଏଭଳି ଦେଶକୁ ଚାହେଁନା। ଉତ୍ତର ଆମେରିକାର ହିନ୍ଦୁମାନଙ୍କ ମିଳିତ ସଂଗଠନ ମଧ୍ୟ ବକ୍ସିଙ୍କୁ ସମର୍ଥନ କରିଛି ଧାର୍ମିକ ଧର୍ମାନ୍ଧତାର ଖୋଲା ପ୍ରଚାର ଦ୍ୱାରା ଆମେ ସମାନ ଭାବରେ ବିଚଳିତ ଏବଂ ଏହାର ବିରୋଧ କରିବାରେ ଆପଣଙ୍କ ସହିତ ଠିଆ ହୋଇଛୁ।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button