SIR politics: ଏସ୍ଆଇଆର୍ ରାଜନୀତି ତେଜିଲା: ନିର୍ବାଚନ ଆୟୋଗ ଉପରେ ବର୍ଷିଲେ ବିରୋଧୀ, ଅଭିଯୋଗକୁ ଖଣ୍ଡନ କଲା ଆୟୋଗ
ନିର୍ବାଚନ କମିସନଙ୍କ ଆଭ୍ୟନ୍ତରୀଣ ମତଭେଦ ଓ ଭୋଟର ତାଲିକାରେ ସ୍ବତନ୍ତ୍ର ସଂଶୋଧନ (ଏସ୍ଆଇଆର୍) ପ୍ରକ୍ରିୟାକୁ ନେଇ ବିରୋଧୀ ଦଳଗୁଡ଼ିକ କେନ୍ଦ୍ର ସରକାର ଓ ନିର୍ବାଚନ ଆୟୋଗକୁ କଡ଼ା ସମାଲୋଚନା କରିଛନ୍ତି।

ନୂଆଦିଲ୍ଲୀ: ନିର୍ବାଚନ କମିସନଙ୍କ ଆଭ୍ୟନ୍ତରୀଣ ମତଭେଦ ଓ ଭୋଟର ତାଲିକାରେ ସ୍ବତନ୍ତ୍ର ସଂଶୋଧନ (ଏସ୍ଆଇଆର୍) ପ୍ରକ୍ରିୟାକୁ ନେଇ ବିରୋଧୀ ଦଳଗୁଡ଼ିକ କେନ୍ଦ୍ର ସରକାର ଓ ନିର୍ବାଚନ ଆୟୋଗକୁ କଡ଼ା ସମାଲୋଚନା କରିଛନ୍ତି। ‘ଇଣ୍ଡିଆନ ଏକ୍ସପ୍ରେସ୍’ର ଏକ ରିପୋର୍ଟ ଅନୁଯାୟୀ, ଗତ ୧୦ ମାସ ମଧ୍ୟରେ ତିନିଜଣିଆ ଆୟୋଗର ଦୁଇଜଣ ନିର୍ବାଚନ କମିସନର ସୁଖବୀର ସିଂହ ସାନ୍ଧୁ ଓ ବିବେକ ଯୋଶୀ ଏସ୍ଆଇଆର ପ୍ରକ୍ରିୟାର ବିଭିନ୍ନ ଦିଗ ଉପରେ ୧୪ ଥର ଆନୁଷ୍ଠାନିକ ଆପତ୍ତି ଉଠାଇଥିଲେ। ଏହି ଖବର ସାମନାକୁ ଆସିବା ପରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ସମେତ ବିଭିନ୍ନ ଦଳର ନେତାମାନେ ଗଣତାନ୍ତ୍ରିକ ପ୍ରକ୍ରିୟାର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛନ୍ତି। ତେବେ ନିର୍ବାଚନ ଆୟୋଗ (ଇସିଆଇ) ଏହି ମତଭେଦ ଖବରକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ସମସ୍ତ ନିଷ୍ପତ୍ତି ସର୍ବସମ୍ମତିକ୍ରମେ ନିଆଯାଇଛି।
ରାହୁଲ ଗାନ୍ଧୀ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରି ବିଜେପି, ଆର୍ଏସ୍ଏସ୍ ଏବଂ ନିର୍ବାଚନ କମିସନ ଦେଶଦ୍ରୋହ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି।
ଦେଶଦ୍ରୋହ ଅଭିଯୋଗ, ୫ ରାଜ୍ୟରେ ପୁନଃନିର୍ବାଚନ ଦାବି
ଅଭିଯୋଗକୁ ଖଣ୍ଡନ କଲା ଆୟୋଗ
୩ ସଦସ୍ୟଙ୍କ ସ୍ବାକ୍ଷରରେ ବିବୃତି ଜାରି
ଏକ ଭିଡିଓ ବାର୍ତ୍ତାରେ ସେ କହିଛନ୍ତି, ‘ଭୋଟ ଚୋରି’ ଭାରତୀୟ ଜନସାଧାରଣଙ୍କ ବିରୋଧରେ ଏକ ଅପରାଧ ଏବଂ ସମ୍ବିଧାନ ଉପରେ ସିଧାସଳଖ ଆକ୍ରମଣ। ଅନ୍ୟପଟେ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ଏହାକୁ ଏକ ଅତ୍ୟନ୍ତ ଗମ୍ଭୀର ସଙ୍କଟ ଦର୍ଶାଇ ଏହି ମାମଲାରେ ସୁପ୍ରିମକୋର୍ଟ ସ୍ୱତଃପ୍ରବୃତ୍ତ ସଂଜ୍ଞାନ ନେବାକୁ ଦାବି କରିଛନ୍ତି। କଂଗ୍ରେସ ସାଂସଦ ମନୀଷ ତିୱାରୀ ଓ ଜୟରାମ ରମେଶ ନିର୍ବାଚନ କମିସନଙ୍କ ବିଶ୍ୱସନୀୟତା ଶେଷ ହୋଇଯାଇଥିବା ଅଭିଯୋଗ କରିଛନ୍ତି। ଆମ୍ ଆଦ୍ମୀ ପାର୍ଟି (ଆପ୍) ନେତା ସୌରଭ ଭାରଦ୍ୱାଜ କହିଛନ୍ତି ଯେ ନିର୍ବାଚନ କମିସନ ବିଜେପିର ଏଜେଣ୍ଟ ଭାବେ କାର୍ଯ୍ୟ କରୁଛନ୍ତି ଏବଂ ମୁଖ୍ୟ ନିର୍ବାଚନ କମିସନରଙ୍କୁ ତୁରନ୍ତ ନିଲମ୍ବିତ କରାଯିବା ଉଚିତ। ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆର୍ଜେଡି ନେତା ତେଜସ୍ବୀ ଯାଦବ ଓ ଅନ୍ୟ ପ୍ରମୁଖ ବିରୋଧୀ ଦଳ ନେତାମାନେ ସିଇସିଙ୍କୁ ହଟାଇବାକୁ ଦାବି କରିବା ସହ ବିହାର, ମହାରାଷ୍ଟ୍ର, ଦିଲ୍ଲୀ, ହରିୟାଣା ଓ ପଶ୍ଚିମବଙ୍ଗରେ ପୁନଃନିର୍ବାଚନ କରିବାକୁ ଦାବି କରିଛନ୍ତି।
ସୌଜନ୍ୟ ସମ୍ବାଦ




