ରାଜ୍ୟ

ବର୍ଷା ପାଇଁ ବଢ଼ିପାରେ ସ୍କୁଲ ଛୁଟି, ଅତିରିକ୍ତ କ୍ଲାସ୍‌ରେ ଭରଣା ହେବ ପାଠପଢ଼ା : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, ୨୪/୦୯: ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ଆହୁରି ବଢ଼ିପାରେ ସ୍କୁଲ ଛୁଟି । ଆବଶ୍ୟକ ପଡ଼ିଲେ ଆଉ ଦିନେ କିମ୍ବା ଦୁଇଦିନ ସ୍କୁଲ ବନ୍ଦ ରଖାଯାଇପାରେ ।  ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।

ଗଭୀର ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି । ଅତ୍ୟଧିକ ବର୍ଷା ଯୋଗୁଁ କେତେକ ଜିଲ୍ଲାରେ ଜିଲ୍ଲାପାଳମାନେ ଦୁଇଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରିଛନ୍ତି । ବର୍ଷା ପରିସ୍ଥିତିକୁ ଦେଖି ଆବଶ୍ୟକ ହେଲେ ଛୁଟି ଆହୁରି ବଢ଼ାଯାଇପାରେ ।

ମନ୍ତ୍ରୀ କହିଛନ୍ତି, ବାରମ୍ବାର ଅତ୍ୟଧିକ ବର୍ଷା ଯୋଗୁଁ ସ୍କୁଲ ବନ୍ଦ ରହୁଥିବାରୁ ଶିକ୍ଷାବର୍ଷ ପ୍ରଭାବିତ ହେଉଛି । ପିଲାଙ୍କ ପାଠପଢ଼ାରେ ମଧ୍ୟ ବାଧା ସୃଷ୍ଟି ହୋଇଛି। ତେବେ ପାଠପଢ଼ାରେ ହୋଇଥିବା କ୍ଷତିକୁ ଭରଣା କରିବା ପାଇଁ ଆବଶ୍ୟକ ପଡ଼ିଲେ ଅତିରିକ୍ତ କ୍ଲାସ୍ କରାଯିବ। ଗଭୀର ଅବପାତ ଯୋଗୁଁ ବିଶେଷକରି ଦକ୍ଷିଣ ଓଡ଼ିଶାର ୭ଟି ଜିଲ୍ଲା ବର୍ଷାରେ ପ୍ରଭାବିତ ହୋଇଛି । ପାଣିପାଗ ପରିସ୍ଥିତି ଓ ସ୍ଥାନୀୟ ସ୍ଥିତିକୁ ଆଧାର କରି ସ୍କୁଲ ଛୁଟି ନେଇ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button