Breaking News

ଶୁଭାରମ୍ଭ ହେଲା ’ଆମ ପୋଖରୀ’ ସହରାଞ୍ଚଳ ଜଳାଶୟ ନବୀକରଣ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଶୁଭାରମ୍ଭ ହେଲା ’ଆମ ପୋଖରୀ’ ସହରାଞ୍ଚଳ ଜଳାଶୟ ନବୀକରଣ କାର୍ଯ୍ୟକ୍ରମ। ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକସେବା ଭବନ କନଭେସନ ସେଣ୍ଟରରେ ସହରାଞ୍ଚଳ ଜଳାଶୟ ନବୀକରଣ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ରାଜ୍ୟର ସମସ୍ତ ୧୧୫ଟି ପୌରାଞ୍ଚଳରେ ଥିବା ପ୍ରାୟ ୨ ହଜାର ବୃହତ୍‌ ଜଳାଶୟର କରାଯିବ ନବୀକରଣ।

ଅବସର ବିନୋଦନ ପାଇଁ ସ୍ବାସ୍ଥ୍ୟପ୍ରଦ ସର୍ବସାଧାରଣ ସ୍ଥାନର ବିକାଶ କରାଯିବ। ମିଶନ ଶକ୍ତି ମହିଳାଙ୍କ ସହଭାଗିତାରେ କରାଯିବ ପ୍ରକଳ୍ପର ନବୀକରଣ ଓ ରକ୍ଷଣାବେକ୍ଷଣ। ପ୍ରାକୃତିକ ଉପାୟରେ ମିତବ୍ୟୟୀ ପରିବେଶ ସୃଷ୍ଟି ସହ ସହରାଞ୍ଚଳ ପାରିପାର୍ଶ୍ବିକ ସ୍ଥିତିର ଅଭିବୃଦ୍ଧି କରାଯିବ।

Comments are closed.