Breaking News

ଆବର୍ତ୍ତନ ପାଣ୍ଠି ବ୍ୟବହାର କରି ବିଭିନ୍ନ ରୋଜଗାରଭିତ୍ତିକ କାର୍ଯ୍ୟ ସମ୍ପାଦନ ନିମନ୍ତେ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ

ଫୁଲବାଣୀ: ଲେଫ୍ରିପଡା ବନାଞ୍ଚଳର କାର୍ଯ୍ୟାଳୟ ପରିସରରେ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ତରଫରୁ ଆବର୍ତ୍ତନ ପାଣ୍ଠି ବ୍ୟବହାର କରି ବିଭିନ୍ନ ରୋଜଗାର ଭିତ୍ତିକ କାର୍ଯ୍ୟକ୍ରମ ଯଥା ଜିଆଖତ, ଛତୁଚାଷ, ପନିପରିବା ଚାଷ, କୁକୁଡା ଓ ଛେଳି ପାଳନ ନିମନ୍ତେ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମକୁ ସୁନ୍ଦରଗଡ ବନଖଣ୍ଡର ସହକାରୀ ବନ ସଂରକ୍ଷକ ମାନସ ମୁର୍ମୁ ଶୁଭ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଲେଫ୍ରିପଡା ବନାଞ୍ଚଳ ଅନ୍ତର୍ଗତ ୩୪ଟି ସ୍ବୟଂସହାୟକ ଗୋଷ୍ଠୀର ୬୮୦ ସଭ୍ୟା ବିଭିନ୍ନ ତାଲିମ ଗ୍ରହଣ କରିଥିଲେ। ଲେଫ୍ରିପଡା ବନାଞ୍ଚଳ ଅଧିକାରୀ ଅଶ୍ବିନୀ କୁମାର ପଟେଲ ସ୍ବୟଂସହାୟକଗୋଷ୍ଠୀମାନଙ୍କୁ ଆୟଭିତ୍ତିକ କାର୍ଯ୍ୟ କରିବା ପାଇଁ ପ୍ରୋସାହିତ କରିଥିଲେ। ଏହି କାର୍ଯ୍ୟକ୍ରମ ତାଲିମ ପ୍ରଶିକ୍ଷକ ଭାବରେ କୃଷିବିଭାଗ ତରଫରୁ ସୁଶ୍ରୀ ସୁସ୍ମିତା ମୁର୍ମୁ, କୃଷି ବିଭାଗ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ମନୋଜ କୁମାର ଜେନା, ପଶୁସମ୍ପଦ ବିଭାଗ ତରଫରୁ ଆଦ୍ୟା ପ୍ରକାଶ ରଥ, ସୁନ୍ଦରଗଡ ବନଖଣ୍ଡର ବିଷୟଗତ ବିଶେଷଜ୍ଞ ଗୋପାଳ ଚନ୍ଦ୍ର ଶୁକ୍ଳ ଓ ଅନ୍ୟତମ ପ୍ରଶିକ୍ଷକ ଭାବରେ ସାହେବ ଡେରା ବନ ସୁରକ୍ଷା ସମିତିର ପୂର୍ବତନ ସଭାପତି ମୁକ୍ତେଶ୍ବର ବୁଡା ଏବଂ ସଫଳ ଚାଷୀ ପଞ୍ଚାନନ ସନାନୀ ଯୋଗଦାନ କରି ପର୍ଯ୍ୟାୟକ୍ରମେ ତାଲିମ ଦେଇଥିଲେ ଓ କ୍ଷେତ୍ର ପରିଚାଳନା ଏକକର କର୍ମକର୍ତ୍ତା ଏବଂ ସହଯୋଗୀ ଅନୁଷ୍ଠାନ ସେବକର କର୍ମକର୍ତ୍ତା ଏହି ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.