ମନୋରଞ୍ଜନ

Nana Patekar: ମୃତ୍ୟୁ ପାଇଁ ପ୍ରସ୍ତୁତ ଥିଲେ ନାନା…ଫାର୍ମହାଉସ୍‌ରେ ଏକାଠି କରିଥିଲେ କାଠ, ଚକିତ ହୋଇଥିଲେ ସାଙ୍ଗ

ମୁମ୍ବାଇ,୦୯/୧୦; ନିଖୁଣ ଅଭିନୟ । ଅଲଗା ଅନ୍ଦାଜ୍‌ । ଦମ୍‌ଦାର  ସ୍ୱର । ଥିଏଟରରୁ ସିନେ ପରଦାକୁ ସଫଳ  ଯାତ୍ରା । ପରଦାର କ୍ରୋଧୀ, କ୍ରାନ୍ତିକାରୀ ଚରିତ୍ରରୁ  ବାସ୍ତବ ଜୀବନର କ୍ରାନ୍ତିବୀର । କ୍ଷେତରୁ କାରଗିଲ  ସୀମା । ସଂଘର୍ଷ ସହ ସମ୍ପର୍କ ଥିଲା ଅତି ନିବିଡ଼ ।  ସଂଘର୍ଷର ସେହି କଣ୍ଟକିତ ରାସ୍ତା ତାଙ୍କୁ  ଦେଇଥିଲା ବିପୁଳ ସଫଳତା ଓ ଅଜସ୍ର  ଖ୍ୟାତି । ସଂଘର୍ଷରୁ ଶିଖର ଛୁଇଁଥିବା ବଲିଉଡ୍‌ର କିମ୍ବଦନ୍ତୀ  କଳାକାର ନାନା  ପାଟେକର ଆଉ ନାହାନ୍ତି । ୭୫ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି ଷ୍ଟାର କଳାକାର । ହୃଦ୍‌ଘାତରେ ତାଙ୍କର ପରଲୋକ ଘଟିଛି । ଗୁରୁବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଅନ୍ତିମ ସଂସ୍କାର ଶେଷ ହୋଇଛି । ମୃତ୍ୟୁ ପାଇଁ ସତେ ଯେମିତି ଏକଦମ ପ୍ରସ୍ତୁତ ଥିଲେ ନାନା । ତାଙ୍କ ଫାର୍ମହାଉସ୍‌ରେ ଏକାଠି କରିଥିଲେ କାଠ । ଯାହାକୁ ତାଙ୍କ ଘନିଷ୍ଠ ଏବଂ ବନ୍ଧୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ।  ପ୍ରସିଦ୍ଧ ଫଟୋଗ୍ରାଫର ଅତୁଲ କସବେକର ନାନାଙ୍କୁ ମନେ ପକାଇ ଏକ କାହାଣୀ ସେୟାର କରିଛନ୍ତି, ଯାହା ବହୁତ ଭିନ୍ନ କାହାଣୀ କହିଥାଏ । ନାନା ନିଜ ଅନ୍ତିମ ସଂସ୍କାର ପାଇଁ କାଠ ରଖିଥିଲେ ଏବଂ ଏହାର କାରଣ ମଧ୍ୟ ଦେଇଥିଲେ ଯେ ଏହା ପ୍ରଥମେ ଆପଣଙ୍କୁ ହସାଇବ, ତା’ପରେ ଆଖି ଓଦା ହେବ ।

‘ମୋତେ ଶୁଖିଲା କାଠରେ ଜାଳିବ’- ‘ମୁଁ ଜାଣିଛି, କାଲି ମୁଁ ମରିଯିବି । ମୃତ୍ୟୁ ଉପରେ ମୋର ଭରସା ଅଛି । ତେଣୁ  କୌଣସି ଜିନିଷରେ ମୋର ଇଚ୍ଛା ନାହିଁ । ଯେଉଁମାନେ ଭାବନ୍ତି ଆମେ କେବେ ମରିବୁନି,  ଜୀବନ ସାରା ସେମାନେ କିଛି ନା କିଛି ଜୁଟାଇବାରେ ଲାଗିପଡ଼ିଥାନ୍ତି । ଅନ୍ତିମ ସଂସ୍କାର  ପାଇଁ ୧୨ ମହଣ କାଠ ଦରକାର । ଶେଷ ସମୟରେ ମୋର ଏତିକି ହିଁ ସମ୍ପତ୍ତି ରହିବ ।  ସେହି କାଠ ମୁଁ ଆଗରୁ ସଂଗ୍ରହ କରି ରଖିଛି । ତାହାକୁ ଶୁଖାଇ ରଖିଛି । ମୋତେ ଓଦା  କାଠରେ ନୁହେଁ, ଶୁଖିଲା କାଠରେ ଜାଳିବ’ । ୨୦୨୩ରେ ଏକ ସାକ୍ଷାତକାରେ ନାନା ଏହା  କହିଥିଲେ । ଶୁଖିଲା କାଠରେ କାହିଁକି ଜଳାଯିବ ବୋଲି ପ୍ରଶ୍ନର ଉତ୍ତରରେ  ନାନା କହିଥିଲେ,  ଓଦା କାଠ ଜଳିଲେ ଧୂଆଁ ବାହାରିବ । ଏହି ଧୂଆଁ ତାଙ୍କ ମୃତଦେହ ସାମ୍‌ନାରେ ଥିବା ଲୋକଙ୍କ  ଆଖିରେ ପଶିଲେ ଲୁହ ବାହାରିବ । ଏହାକୁ ଦେଖିଲେ ସଭିଏଁ ଭାବିବେ ସେମାନେ ମୋ ମୃତ୍ୟୁରେ  କାନ୍ଦୁଛନ୍ତି । କିନ୍ତୁ ଶୁଖିଲା କାଠ ଜଳିଲେ ସେ ଜାଣିପାରିବେ କିଏ ସତରେ କାନ୍ଦୁଛି । କୌଣସି ପ୍ରକାର  ଦେଖାଣିଆ କାମକୁ ସେ ପସନ୍ଦ କରୁ ନ ଥିଲେ । ସାକ୍ଷାତକାରରେ ନାନା କହିଥିଲେ, ମୃତ୍ୟୁର ୨/୪ ଦିନ  ପରେ କେହି କାହାରିକୁ ମନେ ରଖନ୍ତିନି । ମୁଁ ଚାହେଁନି ମୋ ମୃତ୍ୟୁ ପରେ ପରିବାର ଲୋକ ମୋ ଫଟୋ ଲଗାନ୍ତୁ ।  ଜୀବନର ବାସ୍ତବତାକୁ ସେ ବେଶ୍‌ ପାଖରୁ ଜାଣିଥିଲେ । ତେଣୁ ସାଧାରଣ ଜୀବନ ବଞ୍ଚିବାକୁ ସେ ପସନ୍ଦ କରୁଥିଲେ ।  ଅତୁଲ କହିଛନ୍ତି ନାନା ତାଙ୍କୁ ତାଙ୍କ ଫାର୍ମହାଉସ୍ ବୁଲାଇଥିଲେ ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button