Female journalist: ସାମ୍ବାଦିକାଙ୍କୁ ଆକ୍ରମଣ ମାମଲା: ଦିଲ୍ଲୀ ପୁଲିସଠୁ ଜବାବ ତଲବ
ଦିଲ୍ଲୀରେ ସିଇସି ବିରୋଧୀ ବିକ୍ଷୋଭ ସମୟରେ ଖବର ସଂଗ୍ରହ କରୁଥିବା ମହିଳା ସାମ୍ବାଦିକାମାନଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ଜଣେ ବରିଷ୍ଠ ଦିଲ୍ଲୀ ପୁଲିସ ଅଧିକାରୀଙ୍କଠାରୁ ସ୍ପଷ୍ଟୀକରଣ ଲୋଡ଼ିଛନ୍ତି।

ନୂଆଦିଲ୍ଲୀ: ଦିଲ୍ଲୀରେ ସିଇସି ବିରୋଧୀ ବିକ୍ଷୋଭ ସମୟରେ ଖବର ସଂଗ୍ରହ କରୁଥିବା ମହିଳା ସାମ୍ବାଦିକାମାନଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ଜଣେ ବରିଷ୍ଠ ଦିଲ୍ଲୀ ପୁଲିସ ଅଧିକାରୀଙ୍କଠାରୁ ସ୍ପଷ୍ଟୀକରଣ ଲୋଡ଼ିଛନ୍ତି। ‘ନେଟୱର୍କ ଅଫ୍ ୱିମେନ୍ ଇନ୍ ମିଡିଆ, ଇଣ୍ଡିଆ’ (ଏନ୍ଡବ୍ଲ୍ୟୁଏମ୍ଆଇ) ପକ୍ଷରୁ ଦାୟର ଆବେଦନକୁ ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହ ଉଲ୍ଲେଖ କରିବା ପରେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଏହି ନିର୍ଦ୍ଦେଶ ଦେଇଛନ୍ତି। ବିକ୍ଷୋଭ ଖବର ଦେଉଥିବା ସାମ୍ବାଦିକାମାନଙ୍କ ସୁରକ୍ଷା ପାଇଁ ଏହି ଆବେଦନ କରାଯାଇଥିଲା। ପ୍ରଧାନ ବିଚାରପତି କହିଛନ୍ତି ଯେ କେତେକ ବରିଷ୍ଠ ଅଧିକାରୀ ଏଠାରେ ଉପସ୍ଥିତ ରହି ଏହାର ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଆମେ ଚାହୁଁଛୁ ଏବଂ ପୁଲିସକୁ ଏହି ଅଭିଯୋଗର ଜବାବ ଦେବାକୁ ହେବ। ଏ ସଂପର୍କରେ ସଲିସିଟର ଜେନେରାଲଙ୍କୁ ଆଗୁଆ ନୋଟିସ ଦିଆଯାଇଥିବା ଜୟସିଂହ କୋର୍ଟଙ୍କୁ ଜଣାଇବା ପରେ ଆସନ୍ତା ଗୁରୁବାର ଏହି ଆବେଦନର ଶୁଣାଣି ହେବ ବୋଲି ପ୍ରଧାନ ବିଚାରପତି କହିଛନ୍ତି।
ସୌଜନ୍ୟ ସମ୍ବାଦ




