Nirbhaya Plan for Sambalpur ସମ୍ବଲପୁରରେ ‘ନିର୍ଭୟା’: ୮୦୦ ସିସିଟିଭି କ୍ୟାମେରା, ୧୫ଟି ଜରୁରୀକାଳୀନ ଯାନ ଓ ୪୦ଟି ଇ-ରିକ୍ସାର ପ୍ରସ୍ତାବ
ସମ୍ବଲପୁରରେ ମହିଳା ସୁରକ୍ଷା ପାଇଁ ୧୦ କୋଟି ଟଙ୍କାର ‘ନିର୍ଭୟା’ ଯୋଜନାରେ ୮୦୦ ସିସିଟିଭି, ୧୫ ଜରୁରୀକାଳୀନ ଯାନ, ୪୦ ଗୋଲାପୀ ଇ-ରିକ୍ସା ସହ ୯ଟି ପ୍ରମୁଖ ପଦକ୍ଷେପ ପ୍ରସ୍ତାବିତ ହୋଇଛି।

ଭୁବନେଶ୍ୱର: ମହିଳା ଓ ବାଳିକାଙ୍କ ପାଇଁ ସୁରକ୍ଷିତ, ସମାବେଶୀ ଓ ଭୟମୁକ୍ତ ସହର ଗଠନ ଲକ୍ଷ୍ୟରେ ନିର୍ଭୟା ପଦକ୍ଷେପ ଅଧୀନରେ ସମ୍ବଲପୁରଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟକାରୀ ହେବାକୁ ଥିବା ବିଭିନ୍ନ ଯୋଜନାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
ଆଜି (ମଙ୍ଗଳବାର) ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରିଥିଲେ। ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ପୁଲିସ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର-ତଥା-ଶାସନ ସଚିବ ଅଶ୍ଵତୀ ଏସ., ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର-ତଥା-ଶାସନ ସଚିବ ଡା ଏନ୍. ତିରୁମାଲା ନାଏକ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର-ତଥା-ଶାସନ ସଚିବ ଡ ମୃଣାଳିନୀ ଦର୍ସୱାଲଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଆଭାସୀ ମାଧ୍ୟମରେ ଯୋଗଦେଇ ପ୍ରସ୍ତାବିତ ଯୋଜନାଗୁଡ଼ିକର ରୂପରେଖ ଉପସ୍ଥାପନ କରିଥିଲେ।
ସୌଜନ୍ୟ ସମ୍ବାଦ




