ରାଜ୍ୟ

Landslide Disrupts Train Services ରେଳଧାରଣାରେ ଖସିଲା ମାଟି ପଥର, ରାୟଗଡ଼ା ଡିଭିଜନରେ ଟ୍ରେନ୍ ସେବା ନିୟନ୍ତ୍ରଣ

ରାୟଗଡ଼ା ଡିଭିଜନର ମାଲିଗୁଡ଼ା-ଛତଡ଼ିପୁଟ ମଧ୍ୟରେ ଭୂସ୍ଖଳନ ଯୋଗୁଁ ଏକାଧିକ ଟ୍ରେନ୍ ବାତିଲ ଓ ଆଂଶିକ ବାତିଲ ହୋଇଛି। ଯାତ୍ରା ପୂର୍ବରୁ NTESରେ ସୂଚନା ଯାଞ୍ଚ କରନ୍ତୁ।

ଭୁବନେଶ୍ୱର:  ପୂର୍ବତଟ ରେଳପଥର ରାୟଗଡ଼ା ଡିଭିଜନ ଅନ୍ତର୍ଗତ ମାଲିଗୁଡ଼ା ଓ ଛତଡିପୁଟ ଷ୍ଟେସନ ମଧ୍ୟରେ ଭୂସ୍ଖଳନ ଘଟିଥିବାରୁ କେତେକ  ଟ୍ରେନ୍ ବାତିଲ କରାଯାଇଥିବା ବେଳେ କିଛି ଟ୍ରେନ୍‌କୁ ଆଂଶିକ ଭାବେ ବାତିଲ କରାଯାଇଛି।

ଟ୍ରେନ୍ ଚଳାଚଳରେ ଏହି ପରିବର୍ତ୍ତନକୁ ଧ୍ୟାନରେ ରଖି ଯାତ୍ରୀମାନଙ୍କୁ  ସେମାନଙ୍କ ଯାତ୍ରା ଯୋଜନା କରିବାକୁ ପରାମର୍ଶ ଦିଆଯାଇଛି । ଟ୍ରେନ୍ ସମ୍ବନ୍ଧୀୟ ସଦ୍ୟତମ ସୂଚନା ପାଇଁ, ଯାତ୍ରୀମାନେ ‘ନ୍ୟାସନାଲ୍ ଟ୍ରେନ୍ ଏନକ୍ୱାରୀ ସିଷ୍ଟମ୍ (NTES)ରେ ଯାଞ୍ଚ କରନ୍ତୁ କିମ୍ବା ରେଳବାଇର ଅଫିସିଆଲ୍ ୱେବସାଇଟ୍ ଯାଞ୍ଚ କରିପାରିବେ।

ବାତିଲ ହୋଇଥିବା ଟ୍ରେନ୍‌ଗୁଡ଼ିକ:

ଟ୍ରେନ୍ ନଂ ୧୮୫୧୬ କିରଣ୍ଡୁଲ–ବିଶାଖାପାଟଣା ଏକ୍ସପ୍ରେସ ୨୦ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ବାତିଲ ରହିବ।

ଟ୍ରେନ୍ ନଂ ୧୮୫୧୫ ବିଶାଖାପାଟଣା–କିରଣ୍ଡୁଲ ଏକ୍ସପ୍ରେସ ୨୦ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ବାତିଲ ରହିବ।
ଟ୍ରେନ୍ ନଂ ୧୮୧୦୭ ରାଉରକେଲା–ଜଗଦଲପୁର ଏକ୍ସପ୍ରେସ ୨୦ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ବାତିଲ ରହିବ।
ଟ୍ରେନ୍ ନଂ ୧୮୧୦୮ ଜଗଦଲପୁର–ରାଉରକେଲା ଏକ୍ସପ୍ରେସ ୧୪ ଅକ୍ଟୋବରରୁ ୨୧ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ବାତିଲ ରହିବ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button