ରାଜ୍ୟ
Rajya Sabha Cross-Voting Case: ରାଜ୍ୟସଭା ନିର୍ବାଚନରେ ବିଜେଡି ବିଧାୟକଙ୍କ କ୍ରସଭୋଟିଂ: ହାଇକୋର୍ଟଙ୍କ ଜବାବ ତଲବ
ରାଜ୍ୟସଭା ନିର୍ବାଚନରେ କ୍ରସ୍ଭୋଟିଂ ଅଭିଯୋଗରେ ୮ ବିଜେଡି ବିଧାୟକଙ୍କ ସଭ୍ୟପଦ ପ୍ରସଙ୍ଗରେ ହାଇକୋର୍ଟ ଜବାବ ତଲବ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୯ରେ ହେବ।

କଟକ: ଦଳୀୟ ହୁଇପ ନମାନି ରାଜ୍ୟସଭା ନିର୍ବାଚନରେ କ୍ରସ୍ଭୋଟିଂ କରିଥିବା ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ପ୍ରସଂଗକୁ ନେଇ ହାଇକୋର୍ଟରେ ଦାୟର ଆବେଦନ ଗୁଡ଼ିକର ଆଜି (ମଙ୍ଗଳବାର) ନୂତନ ଖଣ୍ଡପୀଠରେ ଶୁଣାଣି ହୋଇଛି। ପୂର୍ବରୁ ମାମଲା ଶୁଣାଣି କରୁଥିବା ଜଷ୍ଟିସ ଆର.କେ.ପଟ୍ଟନାୟକ ଆବେଦନ ଗୁଡ଼ିକର ଶୁଣାଣି ଅନ୍ୟ ଖଣ୍ଡପୀଠରେ କରିବା ପାଇଁ କହିଥିଲେ। ମୁଖ୍ୟ ବିଚାରପତିଙ୍କ ନିର୍ଦ୍ଦେଶକ୍ରମେ ପରେ ମାମଲା ଗୁଡ଼ିକର ଆଜି ଜଷ୍ଟିସ ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁଣାଣି ହୋଇଥିଲା। ପୁଣି ବିଧାନସଭା ବାଚସ୍ପତିଙ୍କ ନିକଟକୁ ଏହି ମାମଲା ଶୁଣାଣି ଓ ନିଷ୍ପତ୍ତି ପାଇଁ ପଠାଯିବା ପ୍ରସଂଗରେ ଜବାବ ରଖିବାକୁ ପ୍ରତିପକ୍ଷଙ୍କୁ ହାଇକୋର୍ଟ କହିଛନ୍ତି।
ସୌଜନ୍ୟ ସମ୍ବାଦ




