ଖେଳ

166-member squad: ପାରା ଏସିଆଡ୍‌ ପାଇଁ ୧୬୬ ଜଣିଆ ଦଳ: ଓଡ଼ିଶାରୁ ପ୍ରମୋଦ, ପାୟଲ, ସୁଚିତ୍ରା, ଜୟନ୍ତୀ

ଚଳିତ ମାସ ୧୮ରୁ ୨୪ ପର୍ଯ୍ୟନ୍ତ ଜାପାନର ଆଇଚି-ନାଗୋୟାଠାରେ ଅନୁଷ୍ଠିତ ହେଉଥିବା ପାରା ଏସୀୟ କ୍ରୀଡ଼ାରେ ଭାରତରୁ ୧୬୬ (୧୧୧ ପୁରୁଷ ଓ ୫୫ ମହିଳା) ଜଣ ଖେଳାଳି ଅଂଶଗ୍ରହଣ କରିବେ।

ନୂଆଦିଲ୍ଲୀ: ଚଳିତ ମାସ ୧୮ରୁ ୨୪ ପର୍ଯ୍ୟନ୍ତ ଜାପାନର ଆଇଚି-ନାଗୋୟାଠାରେ ଅନୁଷ୍ଠିତ ହେଉଥିବା ପାରା ଏସୀୟ କ୍ରୀଡ଼ାରେ ଭାରତରୁ ୧୬୬ (୧୧୧ ପୁରୁଷ ଓ ୫୫ ମହିଳା) ଜଣ ଖେଳାଳି ଅଂଶଗ୍ରହଣ କରିବେ। ଖେଳାଳି, ଅଫିସିଆଲ, ପ୍ରଶିକ୍ଷକଙ୍କୁ ମିଶାଇ କ୍ରୀଡ଼ା ମନ୍ତ୍ରଣାଳୟ ଏକ ୨୭୫ ଜଣିଆ ଦଳକୁ ଅନୁମୋଦନ କରିଛି। ଏହି ଦଳରେ ଓଡ଼ିଶାରୁ ପାୟଲ ନାଗ (ତୀରନ୍ଦାଜି), ସୁଚିତ୍ରା ପରିଡ଼ା (ଜାଭେଲିନ୍‌ ଥ୍ରୋ) ଓ ଜୟନ୍ତୀ ବେହେରା (୪୦୦ ମିଟର ଦୌଡ଼) ଅଛନ୍ତି।

ସେହିପରି ଓଡ଼ିଶା ଜନ୍ମିତ ବ୍ୟାଡ୍‌ମିଣ୍ଟନ ଖେଳାଳି ତଥା ଟୋକିଓ ପାରାଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ପ୍ରମୋଦ ଭଗତ ବି ଅଛନ୍ତି। ଏହି ପ୍ରତିଯୋଗିତାରେ ଭାରତ ମୋଟ ୧୦ଟି କ୍ରୀଡ଼ା ବର୍ଗରେ ଅଂଶଗ୍ରହଣ କରିବ। ସେଗୁଡ଼ିକ ହେଉଛି ଦୌଡ଼କୁଦ, ବ୍ୟାଡ୍‌ମିଣ୍ଟନ, ବନ୍ଧୁକଚାଳନା, ତୀରନ୍ଦାଜି, ଟେବୁଲ ଟେନିସ, ସନ୍ତରଣ, ଜୁଡୋ, ଭାରୋତ୍ତୋଳନ, ଦୃଷ୍ଟିବାଧିତ ଫୁଟ୍‌ବଲ୍‌ ଓ ସାଇକ୍ଲିଂ। ୧୬୬ ଜଣଙ୍କ ମଧ୍ୟରୁ ଦୌଡ଼କୁଦରେ ସର୍ବାଧିକ ୬୨ ଜଣ ଥିବାବେଳେ ବ୍ୟାଡ୍‌ମିଣ୍ଟନରେ ୨୮ ଜଣ ଅଛନ୍ତି। ସନ୍ତରଣରେ ୧୬ ଜଣ ଥିବାବେଳେ ତୀରନ୍ଦାଜିରେ ୧୧ ଜଣ ଅଛନ୍ତି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button