ଦେଶ ବିଦେଶ

Rahul Gandhi: ଅଙ୍କିତା ଭଣ୍ଡାରୀ ପରିବାରକୁ ଭେଟିଲେ ରାହୁଲ-ପ୍ରିୟଙ୍କା

ଉତ୍ତରାଖଣ୍ଡର ଚାଞ୍ଚଲ୍ୟକର ଅଙ୍କିତା ଭଣ୍ଡାରୀ ହତ୍ୟାକାଣ୍ଡ ମାମଲାକୁ ନେଇ ରାଜନୀତି ପୁଣି ସରଗରମ ହୋଇଛି। ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବୁଧବାର ଦିଲ୍ଲୀର ଇଣ୍ଡିଆ ଗେଟ୍‌ରେ ପହଞ୍ଚି ମୃତ ଅଙ୍କିତା ଭଣ୍ଡାରୀଙ୍କ ପରିବାର ସଦସ୍ୟମାନଙ୍କୁ ଭେଟିଛନ୍ତି।

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଚାଞ୍ଚଲ୍ୟକର ଅଙ୍କିତା ଭଣ୍ଡାରୀ ହତ୍ୟାକାଣ୍ଡ ମାମଲାକୁ ନେଇ ରାଜନୀତି ପୁଣି ସରଗରମ ହୋଇଛି। ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବୁଧବାର ଦିଲ୍ଲୀର ଇଣ୍ଡିଆ ଗେଟ୍‌ରେ ପହଞ୍ଚି ମୃତ ଅଙ୍କିତା ଭଣ୍ଡାରୀଙ୍କ ପରିବାର ସଦସ୍ୟମାନଙ୍କୁ ଭେଟିଛନ୍ତି। ବିଜେପିର ବରିଷ୍ଠ ନେତା ଦୁଷ୍ୟନ୍ତ କୁମାର ଗୌତମଙ୍କୁ ସିକ୍କିମର ରାଜ୍ୟପାଳ ଭାବେ ନିଯୁକ୍ତି କରାଯିବାକୁ ବିରୋଧ କରି ଅଙ୍କିତାଙ୍କ ପରିବାର ଇଣ୍ଡିଆ ଗେଟ୍ ନିକଟରେ ପ୍ରତିବାଦ ପ୍ରଦର୍ଶନ କରୁଥିବା ବେଳେ କଂଗ୍ରେସ ଶୀର୍ଷ ନେତୃତ୍ୱ ସେମାନଙ୍କ ସହ ସାମିଲ ହୋଇଛନ୍ତି। ଏହି ନିଯୁକ୍ତିକୁ ନେଇ କଂଗ୍ରେସ କେନ୍ଦ୍ର ସରକାରକୁ କଡ଼ା ସମାଲୋଚନା କରିଛି।

କଂଗ୍ରେସ ଅଭିଯୋଗ କରିଛି ଯେ, ୨୦୨୨ ମସିହାରେ ଉତ୍ତରାଖଣ୍ଡରେ ଘଟିଥିବା ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ମାମଲାରେ ସଂପୃକ୍ତ ଥିବା କଥିତ ‘ଭିଆଇପି’ ପ୍ରସଙ୍ଗ ସହ ଦୁଷ୍ୟନ୍ତ ଗୌତମଙ୍କ ନାମ ଜଡ଼ିତ ରହିଛି। ଏହି ସମ୍ବେଦନଶୀଳ ମାମଲାର ଶୁଣାଣି ଓ ତଦନ୍ତ ପ୍ରକ୍ରିୟା ଶେଷ ନହେବା ପୂର୍ବରୁ ତାଙ୍କୁ କେଉଁ ଆଧାରରେ ରାଜ୍ୟପାଳ ଭଳି ଏକ ସାମ୍ବିଧାନିକ ପଦରେ ଅବସ୍ଥାପିତ କରାଗଲା, ତାହାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। ଏହି ଘଟଣାକୁ ନେଇ ଉତ୍ତରାଖଣ୍ଡ ରାଜନୀତିରେ ମଧ୍ୟ କମ୍ପନ ସୃଷ୍ଟି ହୋଇଛି ଏବଂ ସ୍ଥାନୀୟ ସ୍ତରରେ ବିଜେପି ବିରୋଧରେ ଜନ ଅସନ୍ତୋଷ ପ୍ରକାଶ ପାଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button