ଦେଶ ବିଦେଶ

Jantar Mantar: ଯନ୍ତର ମନ୍ତରରେ ବେଆଇନ ପ୍ରବେଶ ଓ ଶାନ୍ତି ସର୍ତ୍ତ ଭଙ୍ଗ ଅଭିଯୋଗ

କକ୍ରୋଚ୍ ଜନତା ପାର୍ଟି (ସିଜେପି)ର ପ୍ରମୁଖ ନେତା ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କୁ ୫ ଦିନ ପାଇଁ ତିହାର ଜେଲ୍ ପଠାଯାଇଛି। ସୂଚନା ମୁତାବକ, ନିକଟରେ ପ୍ରତିବାଦ ସ୍ଥଳରୁ ବାଦ ପଡ଼ିଥିବା ଯନ୍ତର ମନ୍ତର ଅଞ୍ଚଳରେ ବେଆଇନ ଭାବେ ପ୍ରବେଶ କରିବା ଏବଂ ପୂର୍ବରୁ ସ୍ୱାକ୍ଷର କରିଥିବା ଶାନ୍ତି ସର୍ତ୍ତକୁ ଭଙ୍ଗ କରିବା ଅଭିଯୋଗରେ ପୁଲିସ ସେମାନଙ୍କୁ ଗିରଫ କରିଥିଲା।

ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (ସିଜେପି)ର ପ୍ରମୁଖ ନେତା ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କୁ ୫ ଦିନ ପାଇଁ ତିହାର ଜେଲ୍ ପଠାଯାଇଛି। ସୂଚନା ମୁତାବକ, ନିକଟରେ ପ୍ରତିବାଦ ସ୍ଥଳରୁ ବାଦ ପଡ଼ିଥିବା ଯନ୍ତର ମନ୍ତର ଅଞ୍ଚଳରେ ବେଆଇନ ଭାବେ ପ୍ରବେଶ କରିବା ଏବଂ ପୂର୍ବରୁ ସ୍ୱାକ୍ଷର କରିଥିବା ଶାନ୍ତି ସର୍ତ୍ତକୁ ଭଙ୍ଗ କରିବା ଅଭିଯୋଗରେ ପୁଲିସ ସେମାନଙ୍କୁ ଗିରଫ କରିଥିଲା। ବୁଧବାର ସେମାନଙ୍କୁ ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ଅଦାଲତରେ ହାଜର କରାଯିବା ପରେ କୋର୍ଟ ବାରମ୍ବାର ଆଇନ ଉଲ୍ଲଂଘନ ଏବଂ ସାର୍ବଜନୀନ ଶାନ୍ତି ଭଙ୍ଗ ଆଶଙ୍କାରେ ଉଭୟଙ୍କୁ ୫ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି। ଅନ୍ୟପଟେ ସେମାନଙ୍କ ସହଯୋଗୀ ଅଜିଙ୍କ୍ୟ ଶିନ୍ଦେ ଏକ ଶାନ୍ତି ବଣ୍ଡ୍ ସ୍ୱାକ୍ଷର କରିବା ପରେ ଛାଡ଼ି ଦିଆଯାଇଛି। ମତଦାତା ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍)ରେ ଅନିୟମିତତା ଏବଂ ଯନ୍ତର ମନ୍ତରକୁ ପ୍ରତିବାଦ ସ୍ଥଳ ତାଲିକାରୁ ହଟାଇବା ବିରୋଧରେ ଗତକାଲି ଆନ୍ଦୋଳନ କରିଥିବା ସିଜେପି ଏହି ଘଟଣା ପରେ ନିଜର ପରବର୍ତ୍ତୀ ରଣନୀତି ପ୍ରସ୍ତୁତ କରିବାକୁ ଏକ ବୈଠକ ଡକାଇଛି।

ଦିଲ୍ଲୀ ପୁଲିସ ଏହି ସିଜେପି ନେତାମାନଙ୍କ ବିରୋଧରେ ବେଆଇନ ପ୍ରବେଶ, ନିଷେଧାଜ୍ଞା ଉଲ୍ଲଂଘନ, ଶାନ୍ତି ଚୁକ୍ତି ଭଙ୍ଗ ଏବଂ ସରକାରୀ କର୍ମଚାରୀଙ୍କୁ ବାଧା ଦେବା ଅଭିଯୋଗରେ ପାର୍ଲାମେଣ୍ଟ ଷ୍ଟ୍ରିଟ୍ ଥାନାରେ ଏଫ୍‌ଆଇଆର୍ ରୁଜୁ କରିଛି। ପୁଲିସ ସୂଚନା ଅନୁଯାୟୀ, କର୍ତ୍ତବ୍ୟରତ କର୍ମଚାରୀଙ୍କୁ ବାଧା ଦେବା ଅଭିଯୋଗରେ ମୋଟ ୧୪ ଜଣଙ୍କୁ ଅଟକ ରଖାଯିବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଘଟଣା ଉପରେ ପ୍ରତିକ୍ରିୟା ପ୍ରକାଶ କରି ସିଜେପି ପ୍ରତିଷ୍ଠାତା ଅଭିଜିତ ଦୀପକେ ଏକ୍ସରେ କହିଛନ୍ତି ଯେ, ‘ଆଶୁତୋଷ ଏବଂ ସୌରଭଙ୍କୁ ୫ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ସେମାନଙ୍କର ଦୋଷ ଥିଲା ଯନ୍ତର ମନ୍ତରରେ ତ୍ରିରଙ୍ଗା ଉଡ଼ାଇବା। ସେ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରି ସାହସ ଥିଲେ ଆନୁଷ୍ଠାନିକ ଭାବେ ଇମରଜେନ୍ସି ଘୋଷଣା କରିବାକୁ ଆହ୍ୱାନ ଦେଇଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button