ରାଜ୍ୟ

Odisha CM Launches 46 Industrial Projects କଳିଙ୍ଗନଗରରେ ଶିଳ୍ପ ମହାସମାରୋହ: ୧୪ ଜିଲ୍ଲା ପାଇଁ ୩୯,୩୮୩ କୋଟିର ୪୬ ପ୍ରକଳ୍ପ, ୪୨ ହଜାରରୁ ଅଧିକ ନିଯୁକ୍ତି

କଳିଙ୍ଗନଗରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୪ ଜିଲ୍ଲାରେ ୩୯,୩୮୩ କୋଟି ଟଙ୍କାର ୪୬ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି। ଏଥିରୁ ୪୨,୫୧୨ଟି ନିଯୁକ୍ତି ସୃଷ୍ଟି ହେବା ଆଶା କରାଯାଉଛି।

ଭୁବନେଶ୍ୱର:  ଆଜି (ବୁଧବାର) ଯାଜପୁରଜିଲ୍ଲା କଳିଙ୍ଗନଗର ଠାରେ  ଅନୁଷ୍ଠିତ ଏକ ବୃହତ ଶିଳ୍ପ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ୧୪ଟି ଜିଲ୍ଲାରେ ୩୯,୩୮୩ କୋଟି ଟଙ୍କାର ପୁଞ୍ଜି ନିବେଶରେ ୪୬ଟି ମଧ୍ୟମ ଓ ବୃହତ୍ ଶିଳ୍ପ ପ୍ରକଳ୍ପର ଭୂମିପୂଜନ ଏବଂ ଉଦ୍‌ଘାଟନ କରିଛନ୍ତି। ଏହି ଶିଳ୍ପ ଗୁଡିକ ରାଜ୍ୟର ୧୪ଟି ଜିଲ୍ଲାରେ- ଅନୁଗୋଳ, ବରଗଡ, ବାଲେଶ୍ୱର, ବୌଦ୍ଧ, କଟକ, ଢେଙ୍କାନାଳ, ଯାଜପୁର, ଜଗତସିଂହପୁର, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ। ଏହାଦ୍ବାରା  ୪୨,୫୧୨ଟି ନିଯୁକ୍ତି ସୃଷ୍ଟି ହେବ ବୋଲି ଆଶା ରଖାଯାଇଛି।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜି ଠାରୁ ରାଜ୍ୟର ଦ୍ୱିତୀୟ ଶିଳ୍ପ ବିପ୍ଲବର ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଆରମ୍ଭ ହୋଇଛି। ରାଜ୍ୟରେ ବିଜେପି ସରକାର ଆସିବା ପୂର୍ବରୁ ଶିଳ୍ପ ନିବେଶ କେବଳ ଏକ ସ୍ଲୋଗାନ ଏବଂ ପ୍ରଚାର ପ୍ରସାରର ମାଧ୍ୟମ ହୋଇ ରହିଥିଲା। କିନ୍ତୁ ଆମେ ପ୍ରତିଟି ବୁଝାମଣାପତ୍ର କୁ ବାସ୍ତବ ରୂପ ଦେଇ କାରଖାନା ନିର୍ମାଣ କରି ଉତ୍ପାଦନ ଆରମ୍ଭ କରିଛୁ ଏବଂ ଆମର ଓଡ଼ିଆ ପୁଅ-ଝିଅମାନଙ୍କୁ ନିଯୁକ୍ତି ଦେବାରେ ସମର୍ଥ ହୋଇଛୁ।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button