ରାଜ୍ୟ

Stanford-Elsevier’s 2026 List ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସୋଆର ୩୮ ଗବେଷକ

ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଏଲସେଭିୟରର ୨୦୨୬ ଶ୍ରେଷ୍ଠ ୨% ବୈଜ୍ଞାନିକ ତାଲିକାରେ ସୋଆର ୩୮ ଗବେଷକ ସ୍ଥାନ ପାଇଛନ୍ତି। ଏଥିରେ ୩୫ ଜଣ ସିଙ୍ଗଲ୍‌ ଇୟର ଓ ୨୦ ଜଣ କ୍ୟାରିୟର ଲଙ୍ଗ୍‌ ତାଲିକାରେ ଅଛନ୍ତି।

ଭୁବନେଶ୍ୱର: ଆମେରିକାର ସମ୍ମାନଜନକ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ନେଦରଲାଣ୍ଡର ପ୍ରମୁଖ ଶିକ୍ଷା ଓ ଗବେଷଣା ପ୍ରକାଶନ ସଂସ୍ଥା ଏଲସେଭିୟର ପକ୍ଷରୁ ପ୍ରକାଶିତ ୨୦୨୬ ମସିହାର ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ୩୮ ଜଣ ଗବେଷକ ସ୍ଥାନିତ ହୋଇଛନ୍ତି।

ଏହି ତାଲିକାରେ ସୋଆର ୩୮ ଜଣ ଗବେଷକଙ୍କ ମଧ୍ୟରୁ ୩୫ ଜଣ ସିଙ୍ଗଲ ଇୟର ଇମ୍ପାକ୍ଟ ଲିଷ୍ଟ ତାଲିକାରେ ଏବଂ ୨୦ ଜଣ କ୍ୟାରିୟର ଲଙ୍ଗ ଇମ୍ପାକ୍ଟ ଲିଷ୍ଟ ତାଲିକାରେ ସ୍ଥାନ ପାଇଛନ୍ତି । ସିଙ୍ଗଲ ଇୟର ଇମ୍ପାକ୍ଟ ଲିଷ୍ଟରେ ଗୋଟିଏ ବର୍ଷରେ ଗବେଷକଙ୍କର ପ୍ରକାଶନ (ସାଇଟେସନ୍‌) ଆଧାରିତ ପ୍ରଭାବକୁ ବିଚାର କରାଯାଉଥିବା ବେଳେ କ୍ୟାରିୟର ଲଙ୍ଗ ଇମ୍ପାକ୍ଟ ଲିଷ୍ଟରେ ଦୀର୍ଘକାଳୀନ ଗବେଷଣା ଓ ବୈଜ୍ଞାନିକଙ୍କ ଅବଦାନକୁ ଗୁରୁତ୍ୱ ଦିଆଯାଇଥାଏ ।

ସୋଆର ବିଭିନ୍ନ ଅନୁଷ୍ଠାନରୁ ଏହି ସମ୍ମାନଜନକ ତାଲିକାରେ ସ୍ଥାନିତ ହୋଇଥିବା ଗବେଷକଙ୍କ ମଧ୍ୟରୁ ୨୭ ଜଣ ଇଞ୍ଜିନିୟରିଂ କ୍ଷେତ୍ରର ହୋଇଥିବା ବେଳେ ସେମାନେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ଓ ଏଥି ସହ ଜଡ଼ିତ ବିଭିନ୍ନ ଗବେଷଣା ସଂସ୍ଥାରେ କାର୍ଯ୍ୟରତ । ସେହିପରି ସୋଆ ପରିଚାଳିତ ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍ (ଏସ୍‌ପିଏସ୍‌) ଏବଂ ବାୟୋଟେକ୍ନୋଲଜିରୁ ୮ ଜଣ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍‌ରୁ ୨ ଜଣ ଏବଂ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍‌ରୁ ଜଣେ ଗବେଷକ ଏହି ତାଲିକାରେ ସ୍ଥାନ ପାଇଛନ୍ତି ।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button