BJB-ABVP Supporters Clash at Vani Vihar ବାଣୀବିହାରରେ ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ ସଭାରେ ଦୁଇ ଛାତ୍ରଗୋଷ୍ଠୀ ପିଟାପିଟି, ୭ ଆହତ
ଭୁବନେଶ୍ୱର ବାଣୀବିହାରରେ ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ ସଭାରେ ଏବିଭିପି ଓ ଛାତ୍ର ବିଜେଡି ସମର୍ଥକଙ୍କ ମଧ୍ୟରେ ମାରପିଟ ହୋଇ ୭ ଜଣ ଆହତ ହୋଇଛନ୍ତି। ମତଦାନ ପୂର୍ବରୁ କ୍ୟାମ୍ପସରେ ସୁରକ୍ଷା କଡ଼ାକଡ଼ି।

ଭୁବନେଶ୍ବର: ବାଣୀବିହାର କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା ଲାଗିରହିଛି। ଆଜି ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ ସଭାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଓ ଛାତ୍ର ବିଜୁ ଜନତା ଦଳ ସମର୍ଥିତ ଛାତ୍ରଙ୍କ ମଧ୍ୟରେ ମାରପିଟ ହୋଇଛି। ଉଭୟେ ଉଭୟଙ୍କୁ ଲକ୍ଷ୍ୟ କରି ଚେୟାର ଆଦି ଫିଙ୍ଗିଛନ୍ତି, ବ୍ୟାନର ଲାଗିଥିବା ବାଡ଼ିରେ ଆକ୍ରମଣ କରିଛନ୍ତି। ଏଥିରେ ଉଭୟ ପକ୍ଷରୁ ୭ଜଣ ଆହତ ହୋଇଥିବା ଜଣାଯାଇଛି।
ପୂର୍ବାହ୍ଣ ପାଖାପାଖି ୧୧ଟା ସୟରେ ଏବିଭିବି ସମର୍ଥିତ ପ୍ରାର୍ଥୀ ଓ ସମର୍ଥକମାନେ ସେଣ୍ଟ୍ରାଲ୍ କ୍ୟାଣ୍ଟିନ୍ରୁ ଶୋଭାଯାତ୍ରାରେ ବାହାରି ସଭାସ୍ଥଳକୁ ଯାଇଥିଲେ। ପରେ ବିସିଜେଡି ସମର୍ଥିତ ପ୍ରାର୍ଥୀ ଓ ସମର୍ଥକମାନେ ମଧ୍ୟ ଶୋଭାଯାତ୍ରାରେ ବାହାରି ସେଠାରେ ପହଞ୍ଚିଥିଲେ। ଦୀକ୍ଷାନ୍ତ ହଲ୍ ପ୍ରବେଶ ପଥରେ ଦୁଇ ପକ୍ଷ ସମର୍ଥକଙ୍କ ମଧ୍ୟରେ କୌଣସି କାରଣକୁ ନେଇ କଥା କଟାକଟି ହୋଇଥିଲା। ପୁଲିସ ଉପସ୍ଥିତିରେ ମଧ୍ୟ ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।
ସୌଜନ୍ୟ ସମ୍ବାଦ




